ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ରାଜ୍ୟରେ ଦିନକରେ ୪୮୨୯ ଆକ୍ରାନ୍ତ..ଜାଣନ୍ତୁ କେଉଁ ଜିଲ୍ଲାରେ କେତେ?

0

ରାଜ୍ୟରେ କରୋନା ସଂକ୍ରମଣ ସମସ୍ତଙ୍କ ନିଦ ହଜାଇଦେଇଛି । ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବ ବୋଲି ସମସ୍ତେ ଅନୁମାନ କରିଥିଲେ, କିନ୍ତୁ ଯେଭଳି ଭାବରେ ଏହା ବୃଦ୍ଧି ପାଉଛି ତାହା ସମସ୍ତଙ୍କ ଅନୁମାନ ବାହାରେ । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୫ ହଜାର ମୁହାଁ । ଗତ ୨୪ ଘଣ୍ଟା ରେ ୭୪ ହଜାର ୩୦୪ ନମୂନା ପରୀକ୍ଷା କରାଯାଇଥିବା ବେଳେ ୪ ହଜାର ୮୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨ ହଜାର ୮୨୩ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨ ହଜାର ୬ ଜଣ ଅଛନ୍ତି । ସେହିପରି ୦-ରୁ ୧୮ ବର୍ଷ ଭିତରେ ୪୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଗୋଟେ ପରେ ଗୋଟେ ଜିଲ୍ଲାରୁ ନୂଆ ନୂଆ ମାମଲା ସାମନାକୁ ଆସୁଛି । ଏବେ ରାଜ୍ୟର ୯ ଜିଲ୍ଲାରେ ସଂକ୍ରମଣ ସେଞ୍ଚୁରୀ ଟପିଛି । ରେଡ୍ ଜୋନରେ ଥିବା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୩୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୮୬୯, ସମ୍ବଲପୁରରୁ ୬୪୪, କଟକରୁ ୪୦୧,ବାଲେଶ୍ୱରରୁ ୨୧୦, ଝାରସୁଗୁଡାରୁ ୧୮୯,ମୟୂରଭଞ୍ଜରୁ ୧୬୧ ମାମଲା ସାମନାକୁ ଆସିଛି । ସେହିପରି ପୁରୀରୁ ୧୩୦, ବଲାଙ୍ଗୀରରୁ ୧୦୪, ନବରଙ୍ଗପୁରରୁ ୮୫, ବରଗଡରୁ ୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୦ ହଜାର ୫୬୦ ।

କଟକଣା ଓ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିଲେ ବି ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ସେପଟେ ରାଜ୍ୟରେ ଆଜିଠୁ ବୁଷ୍ଟର ଡୋଜ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରୁ ଅଧିକ ବହୁ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି । ସଂକ୍ରମଣ ଯେପରି ଭାବରେ ବଢୁଛି ଆଗକୁ ସ୍ଥିତି ଆହୁରି ବିଗିଡିପାରେ ।ତେଣୁ ସମସ୍ତେ ସଚେତନ ହୋଇ କୋଭିଡ ଗାଇଡଲାଇନ ମାନିବା ଜରୁରୀ ଅଟେ ।

Leave A Reply

Your email address will not be published.