ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈିନକ ସଂକ୍ରମଣ

0

ଭୁବନେଶ୍ବର: ରାଜ୍ୟରେ ଲମ୍ବା ଡିଆଁ ମାରୁଛି କରୋନ ସଂକ୍ରମଣ। ପୁଣି ୧୦ ହଜାର ଉପରେ ରହିଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୭୫ ହଜାର ୭୩୧ ନମୁନା ପରୀକ୍ଷା ହୋଇଥିବା ବେଳେ ୧୦ହଜାର ୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠୁ ବଡ଼ ଚିନ୍ତା ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜିଲ୍ଲାରୁ ଅଧା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।ଖୋର୍ଦ୍ଧା ଜିଲ୍ଲାରୁ କେବେଳ ୩ ହଜାର ୪୯୬ ମାମଲା ସାମନାକୁ ଆସିଛି। ସେହିପରି ସୁନ୍ଦରଗଡରୁ ବି ଲଗାତର ହଜାରେ ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଛି। ସୁନ୍ଦରଗଡରୁ ଦିନକରେ ହଜାରେ ୪୯ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ୮୪୪, ସମ୍ବଲପୁରରୁ ୫୨୯, ବାଲେଶ୍ୱରରୁ ୪୫୭,ମୟୂରଭଞ୍ଜର ୩୪୦,ପୁରୀରୁ ୨୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୧ ହଜାର ୮୭୯କୁ ବୃଦ୍ଧି ପାଇଛି। ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪ କରୋନାରେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭଦ୍ରକ,କଟକ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଁଏ ଆକ୍ରାନ୍ତ ଆଖିବୁଜିଛନ୍ତି। ଏଥିସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୪୭୬ରେ ପହଞ୍ଚିଛି। ଜାନୁଆରି ୧ରୁ ୧୩ ମଧ୍ୟରେ ସ୍ଥିତିରେ ୩୩ ଗୁଣରୁ ଅଧିକ ହୋଇଯାଇଛି ସଂକ୍ରମଣ। ଏହି ଅନୁପାତରେ ଯଦି ସଂକ୍ରମଣ ବୃଦ୍ଧି ପାଏ ଅଳ୍ପ ଦିନରେ ଦ୍ୱିତୀୟ ଲହର ପିକ୍‌କୁ ପଛରେ ପକାଇଦେବ ତୃତୀୟ ଲହର। ଓମିକ୍ରନ ଭ୍ୟାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢୁଥିଲେ ବି ଆଶ୍ୱସ୍ତିର ଖବର ହେଉଛି ଅଧିକ ଗୁରୁତର ହେଉନାହାନ୍ତି। ସଂକ୍ରମଣ ହଜାରେ ପ୍ରତିଶତ ବଢିଥିଲେ ବି ମାତ୍ର ୬ ପ୍ରତିଶତ ହସ୍ପିଟାଲ ବେଡରେ ଅଛନ୍ତି ରୋଗୀ। ରାଜ୍ୟରେ ଜାନୁଆରି ଶେଷ ଆଡକୁ ପିକ ଛୁଇଁପାରେ କରୋନା ସଂକ୍ରମଣ। ଏହି ସମୟରେ ୩୦ ହଜାର ଟପିପାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୋଲି ବିଶେଷଜ୍ଞ କହିଛନ୍ତି।

Leave A Reply

Your email address will not be published.