ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

0

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଆଉ ଏତିକିବେଳେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ମାଘ ମେଳାର ଆୟୋଜନ କରାଯାଇଛି। ତେବେ ବିଶ୍ୱାସର ଏହି ମେଳା ହୋଇପାରେ କରୋନାର ସୁପରସ୍ପ୍ରେଡର। ଆଜି ମକର ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଲୋକ ସ୍ନାନ କରିଥାନ୍ତି। ମେଳାରେ କରୋନା ବିସ୍ଫୋରଣ ହୋଇସାରିଛି। ମହାମାରୀ ସମୟରେ ଏହି ମେଳାର ଆୟୋଜନ ନେଇ ପ୍ରଶ୍ନ ଉଠିଥିବା ବେଳେ ୪୭ ଦିନ ଧରି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାରେ ସ୍ନାନ କରିବେ।

ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବଡ ପ୍ରସ୍ତୁତି ହୋଇଛି। କିନ୍ତୁ କରୋନା ତୃତୀୟ ଲହର ବେଳେ ଏହି ମେଳାର ଆୟୋଜନ ନେଇ ଏଥିପାଇଁ ପ୍ରଶ୍ନ ଉଠୁଛି କାରଣ ମେଳାରେ କରୋନାର ପ୍ରବେଶ କରିସାରିଛି। ମାଘ ମେଳାରେ ଏଯାଏଁ ୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମକର ସଂକ୍ରାନ୍ତିରେ ଭିଡ ପୂର୍ବରୁ ଏହି ପଜିଟିଭ ମାମଲା ଆସିଛି। ଆଜିର ଏହି ଭିଡ ପରେ ଆହୁରି ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି। ଆଗକୁ ସ୍ଥିତି ବହୁତ ବିଗିଡିପାରେ ମଧ୍ୟ।

ସୋମବାର ଅର୍ଥାତ ଜାନୁଆରି ୧୭ରୁ ପୌଷ ପୂର୍ଣ୍ଣିମା ଆରମ୍ଭ ହେଉଛି। ପ୍ରାୟ ୧ ଲକ୍ଷରୁ ଅଧିକ ସାଧୁ ସନ୍ଥ ଏହି ମେଳାରେ ଏକାଠି ହେବେ। ମାଘ ମେଳାକୁ ସୁନ୍ଦର କରିବାକୁ ସରକାର ବଡ଼ ଧରଣର ଆୟୋଜନ କରିଥିବା ବେଳେ ଏହା କରୋନାକୁ ନିୟନ୍ତ୍ରଣ କରିବେ ଏଥିରେ ସନ୍ଦେହ ନାହିଁ। କରୋନାର ସଂକ୍ରମଣ ବ୍ୟାପୁଥିବା ବେଳେ ମାଘ ମେଳାର ଆୟୋଜନ କୋଭିଡ ନିୟମର ଯେ ଖୋଲାଖାଲି ଉଂଲଘନ ହେଉଛି ତାହା ସ୍ପଷ୍ଟ ଜଣାପଡୁଛି। କିନ୍ତୁ ପ୍ରଶାସନ ପକ୍ଷରୁ କୋଭିଡ ନିୟମ କଡାକଡି ପାଳନ କରାଯାଉଥିବା ଦାବି କରାଯାଉଛି।

Leave A Reply

Your email address will not be published.