ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

0

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ଆଉ ଏତିକିବେଳେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ମାଘ ମେଳାର ଆୟୋଜନ କରାଯାଇଛି। ତେବେ ବିଶ୍ୱାସର ଏହି ମେଳା ହୋଇପାରେ କରୋନାର ସୁପରସ୍ପ୍ରେଡର। ଆଜି ମକର ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଲୋକ ସ୍ନାନ କରିଥାନ୍ତି। ମେଳାରେ କରୋନା ବିସ୍ଫୋରଣ ହୋଇସାରିଛି। ମହାମାରୀ ସମୟରେ ଏହି ମେଳାର ଆୟୋଜନ ନେଇ ପ୍ରଶ୍ନ ଉଠିଥିବା ବେଳେ ୪୭ ଦିନ ଧରି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାରେ ସ୍ନାନ କରିବେ।

ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ବଡ ପ୍ରସ୍ତୁତି ହୋଇଛି। କିନ୍ତୁ କରୋନା ତୃତୀୟ ଲହର ବେଳେ ଏହି ମେଳାର ଆୟୋଜନ ନେଇ ଏଥିପାଇଁ ପ୍ରଶ୍ନ ଉଠୁଛି କାରଣ ମେଳାରେ କରୋନାର ପ୍ରବେଶ କରିସାରିଛି। ମାଘ ମେଳାରେ ଏଯାଏଁ ୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମକର ସଂକ୍ରାନ୍ତିରେ ଭିଡ ପୂର୍ବରୁ ଏହି ପଜିଟିଭ ମାମଲା ଆସିଛି। ଆଜିର ଏହି ଭିଡ ପରେ ଆହୁରି ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି। ଆଗକୁ ସ୍ଥିତି ବହୁତ ବିଗିଡିପାରେ ମଧ୍ୟ।

ସୋମବାର ଅର୍ଥାତ ଜାନୁଆରି ୧୭ରୁ ପୌଷ ପୂର୍ଣ୍ଣିମା ଆରମ୍ଭ ହେଉଛି। ପ୍ରାୟ ୧ ଲକ୍ଷରୁ ଅଧିକ ସାଧୁ ସନ୍ଥ ଏହି ମେଳାରେ ଏକାଠି ହେବେ। ମାଘ ମେଳାକୁ ସୁନ୍ଦର କରିବାକୁ ସରକାର ବଡ଼ ଧରଣର ଆୟୋଜନ କରିଥିବା ବେଳେ ଏହା କରୋନାକୁ ନିୟନ୍ତ୍ରଣ କରିବେ ଏଥିରେ ସନ୍ଦେହ ନାହିଁ। କରୋନାର ସଂକ୍ରମଣ ବ୍ୟାପୁଥିବା ବେଳେ ମାଘ ମେଳାର ଆୟୋଜନ କୋଭିଡ ନିୟମର ଯେ ଖୋଲାଖାଲି ଉଂଲଘନ ହେଉଛି ତାହା ସ୍ପଷ୍ଟ ଜଣାପଡୁଛି। କିନ୍ତୁ ପ୍ରଶାସନ ପକ୍ଷରୁ କୋଭିଡ ନିୟମ କଡାକଡି ପାଳନ କରାଯାଉଥିବା ଦାବି କରାଯାଉଛି।

Leave A Reply

Your email address will not be published.