ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

କରୋନା ମହାମାରୀର ଖୁବଶୀଘ୍ର ହେବ ଅନ୍ତ!

0

କରୋନା ସଂକ୍ରମଣର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ସାରା ବିଶ୍ୱ ଚିନ୍ତାରେ । ଭାରତ ସମେତ ଅନେକ ଦେଶରେ ଏହି ସଂକ୍ରମଣ ଯୋଗୁଁ ସ୍ଥିତି ବିଗିଡିବାରେ ଲାଗିଛି । ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ତେବେ ଏହା ମଧ୍ୟରେ ଏକ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ନିକଟରେ ୱାଶିଂଟନର ବୈଜ୍ଞାନିକ ଓ ଭାଓରୋଲଜିଷ୍ଟ ଡାକ୍ତର କୁତୁବ ମହମ୍ମୁଦ କହିଛନ୍ତି, ଏହି ମହାମାରୀ ସବୁବେଳ ପାଇଁ ରହିବ ନାହିଁ । ଏବଂ ଏହାର ଅନ୍ତ ଖୁବ ଶୀଘ୍ର ହେବ ।

ଡାକ୍ତର କୁତୁବ ଏହା ବି କହିଛନ୍ତି ଯେ, ଚେସ୍‌ର ଏହି ଖେଳରେ କେହି ବିଜେତା ନୁହଁନ୍ତି, ଏହା ଡ୍ର ମ୍ୟାଚ ଭଳି । ଯେଉଁଠାରେ ଭୂତାଣୁ ଲୁଚିଯିବ ଏବଂ ବାସ୍ତବରେ ବିଜୟୀ ହେବା । ଏବଂ ଜଲଦି ହିଁ ମାସ୍କ ପିନ୍ଧିବାରୁ ଆଶ୍ୱସ୍ତି ମିଳିବ ।ତେବେ ଆଗକୁ ପୁଣି ବଢିବା ବୋଲି ବିଶ୍ୱାସ ରହିଥିବା ସେ କହିଛନ୍ତି । ୨୦୨୧ ,ଜାନୁଆରୀ ୧୬ରୁଭାରତରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ଏବଂ ବର୍ଷକ ଭିତରେ ୧୫୬ କୋଟିର ଟିକାକରଣ କରି ଏକ ନୂଆ ରେକର୍ଡ ଭାରତ ସୃଷ୍ଟି କରିଛି ।

ଡାକ୍ତର କୁତୁବ କହିଛନ୍ତି, କରୋନା ବିରୋଧରେ ଲଢେଇରେ ଭ୍ୟାକସିନ ହେଉଛି ସବୁଠୁ ବଡ଼ ଅସ୍ତ୍ର । ମାସ୍କ ପିନ୍ଧିବା,ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର ଦ୍ୱାରା ଆମେ କରୋନାକୁ ମାତ ଦେଇପାରିବା ।ଏବଂ ଆଗକୁ ଯଦି ଆଉ କେଉଁ ନୂଆ ଭ୍ୟାରିଆଣ୍ଟ ଆସେ ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଯଦି ସମସ୍ତେ ଟିକାନେବା ତେବେ ଆଗକୁ କୌଣସି ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିପାରିବା ବୋଲି କହିଛନ୍ତି ଡାକ୍ତର କୁତୁବ । ଭାରତ ବାୟୋଟେକର କୋଭିକ୍ସିନକୁ ପ୍ରଶଂସା କରି ଡାକ୍ତର କୁତୁବ କହିଛନ୍ତି, ,ଏହା ଏକ ଭଲ ଘରୋଇ ଉତ୍ପାଦ । ଯାହା ପାଇଁ ମୁଁ ଭାରତ ସରକାର ଓ ଭାରତୀୟ କମ୍ପାନୀକୁ ଧନ୍ୟବାଦ ଦେଉଛି । ଏହା ଏକ ଭଲ ଭ୍ୟାକସିନ ଏବଂ କ୍ଲିନିକାଲ ତଥ୍ୟରେ ଆମେ ଦେଖିଛୁ ଯେ, ୨ ବର୍ଷ ଯାଏଁ ପିଲାଙ୍କ ମଧ୍ୟରେ ଭଲ ଫଳାଫଳ ଦେଖିବାକୁ ମିଳିଛି ।

Leave A Reply

Your email address will not be published.