ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

0

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେୃବଆରୀ ୧୪ ପରିବେର୍ତ୍ତେ ଫେବୃଆରୀ ୨୦ରେ ହେବ ଭୋଟ ଗ୍ରହଣ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ କରିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁ ଞ୍ଚାଇବାକୁ ନିବେଦନ କରିଥିଲେ । ଏବେ ନିର୍ବାଚନ ତାରିଖ ଘୁଞ୍ଚିବା ପରେ ସମସ୍ତ ରାଜନୈତିକ ଦଳ ପାଇଁ ପ୍ରଚାର ସମୟ ବି ବଢିଯାଇଛି ।

ସନ୍ଥ ରବି ଦାସଙ୍କ ଜୟନ୍ତୀ ଫେବୃଆରୀ ୧୦ରୁ । ଏଥିପାଇଁ ବନାରସ ଯିବେ ଲକ୍ଷାଧିକ ଭୋଟର । ସେଠାରେ କିଛି ଦିନ ରହିବେ । ଏଥିପାଇଁ ଅନେକ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାରୁ ବଞ୍ଚିତ ରହିବେ ।ତେଣୁ ସବୁ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ । ଏନେଇ ଆଜି ନିର୍ବାଚନ କମିଶନର ଏକ ବୈଠକ ଡାକିଥିଲେ । ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି,ବିଜେପି ଓ ପଞ୍ଜାବ ଲୋକ କଂଗ୍ରେସ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନେଇ ଦେଇଥିବା ଚିଠି ଉପରେ ଆଲୋଚନା ହୋଇଥିଲା ।

ଏହା ପରେ ନିର୍ବାଚନ ତାରିଖ ଘୁଞ୍ଚାଯାଇଛି । ଆସନ୍ତା ଫେବୃଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ୭ଟି ପର୍ଯ୍ୟାୟରେ ୫ଟି ରାଜ୍ୟ ଗୋଆ,ମଣିପୁର,ପଞ୍ଜାବ,ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଜାବ ନିର୍ବାଚନକୁ ଘୁଞ୍ଚାଇଦେଇଛନ୍ତି ନିର୍ବାଚନ କମିଶନ । ମାର୍ଚ୍ଚ ୧୦ରେ ଭୋଟ ଗଣତି କରାଯିବ ।

Leave A Reply

Your email address will not be published.