ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ

0

ଭୁବନେଶ୍ବର: ପରପାରିରେ ପଦ୍ମଶ୍ରୀ ଶାନ୍ତି ଦେବୀ । ୮୮ ବର୍ଷ ବୟସରେ ଶାନ୍ତି ଦେବୀଙ୍କ ପରଲୋକ ହୋଇଛି। ରାୟଗଡ଼ା ଗୁଣୁପୁର ସ୍ଥିତ ବାସଭବନରେ ଗତକାଲି ରାତିରେ ସେ ଆଖିବୁଜିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇପଡିଥିଲେ। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୂଦାନ ଆନ୍ଦୋଳନ ପାଇଁ ସେ ବେଶ ପରିଚିତ ଥିଲେ। ନିଜର ଜନସେବା , ନିଷ୍ଠାପର ସାଧନା ପାଇଁ ଏବଂ ଅନାଥ ଓ ଆଦିବାସୀଙ୍କୁ ମୁଖ୍ୟ
ସ୍ରୋତରେ ସାମିଲ କରିବାରେ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଗତ ସାତ ଦଶନ୍ଧି ଧରି କାମ କରିଆସୁଥିଲେ।

୧୯୩୪ ଏପ୍ରିଲ ୧୮ରେ ବାଲେଶ୍ୱରରେ ଶାନ୍ତି ଦେବୀ ଜନ୍ମଗ୍ରହଣ କରିଥିଲେ। ୧୯୫୧ରେ ଡ.ରତନ ଦାସଙ୍କୁ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ ସେ ରାୟଗଡ଼ା ଶଂଖଲାପଦର ଗାଁକୁ ଚାଲିଯାଇଥିଲେ। ସେଠାରେ ଗାଁରେ ରହି କୃଷ୍ଣରୋଗୀଙ୍କ ସେବା ଆରମ୍ଭ କରିଥିଲେ। ସେ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ପ୍ରଭାବିତ ହୋଇ ୧୯୫୬ରୁ ୧୯୮୦ ପର୍ଯ୍ୟନ୍ତ ବିନୋବାଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ସେହି ସମୟରେ ସେଠାରେ ୮ ଜଣ
ଆଦିବାସୀ ଝିଅଙ୍କୁ ନେଇ ଏକ ସେବା ସମାଜ ଗଠନ କରିଥିଲେ। ୩ ବର୍ଷ ପରେ ଗୁଣୁପୁରରେ ଆଦିବାସୀ ବାଳିକା ହଷ୍ଟେଲ ପ୍ରତିଷ୍ଠା କରିଥିଲେ। ସମାଜସେବା ପାଇଁ ତାଙ୍କୁ ୧୯୯୪ ମସିହାରେ ସେ ଜମନଲାଲ ବଜାଜ୍ ପୁରସ୍କାର ମିଳିଥିଲା।

ପରୋପକାରୀ ମହିଳା ଭାବେ ସେ ବେଶ ସୁନାମ ଅର୍ଜନ କରିଥିଲେ। ସମାଜସେବା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିଲା। ଶାନ୍ତି ଦେବୀଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଅସହାୟ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ ତାଙ୍କ ଜୀବନବ୍ୟାପୀ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ। ସମାଜସେବା କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି।

Leave A Reply

Your email address will not be published.