ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ସ୍ୱାମୀ ତ ବଞ୍ଚିଲେନି..ଟଙ୍କା କ’ଣ କରିବି?

0

ସ୍ୱାମୀଙ୍କ ଚିକିତ୍ସା ପାଇଁ ଲୋକଙ୍କଠୁ ପାଇଥିବା ଟଙ୍କାକୁ ସରକାରଙ୍କୁ ଫେରାଇ ଉଦାହରଣ ସୃଷ୍ଟି କଲେ ମୌସୁମୀ । ଆମେ କହୁଛୁ ଭଦ୍ରକ ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ମୌସୁମୀଙ୍କ କଥା । ଅଭିଷେକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ବେଳେ ଇକମୋ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ନିବେଦନ କରିବା ପରେ ଲକ୍ଷ ଲକ୍ଷ ଟଙ୍କାର ସହାୟତା କରିଥିଲେ ଲୋକେ । କିନ୍ତୁ ଲକ୍ଷାଧିକ ଟଙ୍କା ମିଳିବା ପରେ ବି ଅଭିଷେକ ବଞ୍ଚିପାରିନଥିଲେ ।

ଆଉ ଏବେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପାଖକୁ ଆସିଥିବା ୪୦ ଲକ୍ଷ ଟଙ୍କାକୁ ସରକାରଙ୍କୁ ଫେରାଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମୌସୁମୀ । ମୌସୁମୀ ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିବା ବେଳେ ବାକି ୧୦ ଲକ୍ଷ ଟଙ୍କା ଜିଲ୍ଲା ରେଡକ୍ରସକୁ ପ୍ରଦାନ କରିଛନ୍ତି । ଗତବର୍ଷ ମେ ମାସରେ ବିବାହ କରିଥିଲେ ଅଭିଷେକ ମହାପାତ୍ର । କିନ୍ତୁ ବିବାହର ସପ୍ତାହେ ନପୁରୁଣୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଏହା ପରେ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଇକମୋ ଚିକିତ୍ସା ଦରକାର ପଡୁଥିବାରୁ ତାଙ୍କର ଏୟାର ଲିଫ୍ଟ କରିବା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡିଥିଲା । ଆଉ ସ୍ୱାମୀଙ୍କୁ ଜୀବନ ବଞ୍ଚାଇବାକୁ ହାତଯୋଡି ଗଣମାଧ୍ୟମ ଆଗରେ ଅଭିଷେକଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ନିବେଦନ କରିଥିଲେ ମୌସୁମୀ ।ଏହା ପରେ ବିଭିନ୍ନ ଯାଗାରୁ ତାଙ୍କୁ ଆର୍ଥିକ ସହାୟତା କରିବାକୁ ଲୋକ ଆଗକୁ ଆସିଥିଲେ । ଶେଷରେ ଅଭିଷେକଙ୍କ ଚିକିତ୍ସା ପାଇଁ ଟଙ୍କାର ଅଭାବ ତ ପୂରଣ ହୋଇଯାଇଥିଲା କିନ୍ତୁ ଅଭିଷେକ ଆରପାରିକୁ ଚାଲିଯାଇଥିଲେ ।

ସେପ୍ଟେମ୍ବର ୩ରେ ସେ ଆଖିବୁଜିଦେଇଥିଲେ । ସ୍ୱାମୀର ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ସ୍ତ୍ରୀ । ସଂସାର ଗଢିବା ଆଗରୁ ତାଙ୍କ ସଂସାର ଭାଙ୍ଗିଯାଇଥିଲା । ସିନ୍ଦୁର ପାଇଁ ଲଢେଇ କରି କରି ଶେଷରେ ସିନ୍ଦୁରକୁ ବଞ୍ଚାଇପାରିନଥିଲେ । ଆଉ ଏବେ ସ୍ୱାମୀଙ୍କ ଚିକିତ୍ସା ପାଇଁ ମିଳିଥିବା ଟଙ୍କାକୁ ସମାଜର କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସେ ୪୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.