ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସ୍ୱାମୀ ତ ବଞ୍ଚିଲେନି..ଟଙ୍କା କ’ଣ କରିବି?

0

ସ୍ୱାମୀଙ୍କ ଚିକିତ୍ସା ପାଇଁ ଲୋକଙ୍କଠୁ ପାଇଥିବା ଟଙ୍କାକୁ ସରକାରଙ୍କୁ ଫେରାଇ ଉଦାହରଣ ସୃଷ୍ଟି କଲେ ମୌସୁମୀ । ଆମେ କହୁଛୁ ଭଦ୍ରକ ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ମୌସୁମୀଙ୍କ କଥା । ଅଭିଷେକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ବେଳେ ଇକମୋ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ନିବେଦନ କରିବା ପରେ ଲକ୍ଷ ଲକ୍ଷ ଟଙ୍କାର ସହାୟତା କରିଥିଲେ ଲୋକେ । କିନ୍ତୁ ଲକ୍ଷାଧିକ ଟଙ୍କା ମିଳିବା ପରେ ବି ଅଭିଷେକ ବଞ୍ଚିପାରିନଥିଲେ ।

ଆଉ ଏବେ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପାଖକୁ ଆସିଥିବା ୪୦ ଲକ୍ଷ ଟଙ୍କାକୁ ସରକାରଙ୍କୁ ଫେରାଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମୌସୁମୀ । ମୌସୁମୀ ୩୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିବା ବେଳେ ବାକି ୧୦ ଲକ୍ଷ ଟଙ୍କା ଜିଲ୍ଲା ରେଡକ୍ରସକୁ ପ୍ରଦାନ କରିଛନ୍ତି । ଗତବର୍ଷ ମେ ମାସରେ ବିବାହ କରିଥିଲେ ଅଭିଷେକ ମହାପାତ୍ର । କିନ୍ତୁ ବିବାହର ସପ୍ତାହେ ନପୁରୁଣୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଏହା ପରେ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଇକମୋ ଚିକିତ୍ସା ଦରକାର ପଡୁଥିବାରୁ ତାଙ୍କର ଏୟାର ଲିଫ୍ଟ କରିବା ପାଇଁ ଅଧିକ ଅର୍ଥ ଆବଶ୍ୟକ ପଡିଥିଲା । ଆଉ ସ୍ୱାମୀଙ୍କୁ ଜୀବନ ବଞ୍ଚାଇବାକୁ ହାତଯୋଡି ଗଣମାଧ୍ୟମ ଆଗରେ ଅଭିଷେକଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବାକୁ ନିବେଦନ କରିଥିଲେ ମୌସୁମୀ ।ଏହା ପରେ ବିଭିନ୍ନ ଯାଗାରୁ ତାଙ୍କୁ ଆର୍ଥିକ ସହାୟତା କରିବାକୁ ଲୋକ ଆଗକୁ ଆସିଥିଲେ । ଶେଷରେ ଅଭିଷେକଙ୍କ ଚିକିତ୍ସା ପାଇଁ ଟଙ୍କାର ଅଭାବ ତ ପୂରଣ ହୋଇଯାଇଥିଲା କିନ୍ତୁ ଅଭିଷେକ ଆରପାରିକୁ ଚାଲିଯାଇଥିଲେ ।

ସେପ୍ଟେମ୍ବର ୩ରେ ସେ ଆଖିବୁଜିଦେଇଥିଲେ । ସ୍ୱାମୀର ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ସ୍ତ୍ରୀ । ସଂସାର ଗଢିବା ଆଗରୁ ତାଙ୍କ ସଂସାର ଭାଙ୍ଗିଯାଇଥିଲା । ସିନ୍ଦୁର ପାଇଁ ଲଢେଇ କରି କରି ଶେଷରେ ସିନ୍ଦୁରକୁ ବଞ୍ଚାଇପାରିନଥିଲେ । ଆଉ ଏବେ ସ୍ୱାମୀଙ୍କ ଚିକିତ୍ସା ପାଇଁ ମିଳିଥିବା ଟଙ୍କାକୁ ସମାଜର କଲ୍ୟାଣ ପାଇଁ ଜିଲ୍ଲାପାଳଙ୍କ ଜରିଆରେ ସେ ୪୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.