ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

0

ଭୁବନେଶ୍ବର: ୨୦୧୪ ବିଧାନସଭା ନିର୍ବାଚନରେ ଟିକେଟ୍ ବିକ୍ରି ପ୍ରସଙ୍ଗକୁ ନେଇ କଂଗ୍ରେସ କନ୍ଦଳ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କମ୍ପିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ବି ଥୋକାଏ ନେତା ଗର୍ଜିଲେ ଯେ ପିସିସି ଟିକେଟ୍ ଠିକ୍ ଠାକ୍ ଦେଇନାହିଁ। ୨୦୨୨ ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସ ଗୋଷ୍ଠୀ କନ୍ଦଳ ଭୟାନକ ମୋଡ଼ ନେବ, ଏହାର ଆଭାସ ଏବେଠାରୁ ମିଳିଲାଣି।

ଆଉ କେହି ନୁହେଁ, ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଗୁରୁବାର ସାମ୍ବାଦିକ ସମ୍ମିଳନୀ ଡାକି ଯେଉଁଭଳି ଖୋଲା ଧମକ ଦେଇଛନ୍ତି, ସେଥିରୁ ସଙ୍କେତ ମିଳୁଛି ଯେ ଆଗକୁ କଂଗ୍ରେସ ବିବାଦ ପୁଣି ରାଜ୍ୟ ରାଜନୀତିକୁ ବେଶ୍ ଆଚ୍ଛାଦିତ କରିବ। ଶ୍ରୀ ହରିଚନ୍ଦନ ସିଧା ସିଧା କହିଛନ୍ତି ଯେ ନିର୍ବାଚନ ପରେ ସେ ନେତାମାନଙ୍କର ଗୁମର ଖୋଲିଦେବେ। ତେବେ କାହା ସଂପର୍କରେ ସେ କହିବେ, କଣ କହିବେ ସେ ନେଇ କିଛି ବି ସୂଚାଇନାହାନ୍ତି। କିନ୍ତୁ ଏକଥା ତ ଆଭାସ ମିଳୁଛି ଯେ ବର୍ତ୍ତମାନର ପିସିସି ନେତୃତ୍ବ ପ୍ରସାଦଙ୍କ ଟାର୍ଗେଟରେ ଅଛନ୍ତି। ବୁଲେଇ ବଙ୍କେଇ ଓ ଠାରରେ ଠାରରେ ସେ ଏ ସଂକ୍ରାନ୍ତରେ ଅନେକ କିଛି କହିଛନ୍ତି।

ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ କୌଣସି ଗୋଟିଏ ବି ଜୋନରେ ଲଢ଼ୁନଥିବା ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ବଢ଼ିଥିଲା। ପ୍ରସାଦ କାହିଁକି ପ୍ରାର୍ଥୀ ଦେଲେ ନାହିଁ, ତାକୁ ନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା ଚାଲିଥିବା ବେଳେ ଗୁରୁବାର ସେ ମୁହଁ ଖୋଲି ସ୍ପଷ୍ଟୀକରଣ ଦେଇଥିଲେ। ତାଙ୍କର ସବୁ କଥାକୁ ନିରେଖି ଦେଖଲେ, ଗୋଟିଏ କଥା ବୁଝିହେଉଛି ଯେ ରାଜ୍ୟ କଂଗ୍ରେସ ଠିକ୍ ଠାକ୍ ଚାଲିନାହିଁ। କର୍ମୀଙ୍କ ସ୍ଥିତି ବାରଗଣ୍ଡା ଦି’ କଡ଼ା ହେଲାଣି। କେବଳ ସେତିକି ନୁହେଁ, ସେ ନିଜେ ସତ୍ୟବାଦୀ ରାଜନୀତିରେ ଆଉ ନାହାନ୍ତି। ଏପରିକି ୨୦୨୪ ନିର୍ବାଚନରେ ବି ଲଢ଼ିବେ ନାହିଁ ବୋଲି ସେ କହିସାରିଛନ୍ତି।

ଏହି ଘଟଣାରେ ରାଜନୈତିକ ମହଲ ପ୍ରାରମ୍ଭିକ ମନ୍ତବ୍ୟ ଦେଇ କହୁଛନ୍ତି ଯେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରସାଦଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଛି। ପ୍ରସାଦ ନିରବରେ ଏସବୁକୁ ବର୍ତ୍ତମାନ ପାଇଁ ସହିଯାଇଛନ୍ତି ଓ କେବେ ସ୍ଥିତି ସୁଧୁରିବ, ତାହାକୁ ଅପେକ୍ଷା କରିଛନ୍ତି। କିନ୍ତୁ ଏହି ମହଲର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ସଙ୍କେତଟି ହେଉଛି ଯେ ପ୍ରସାଦ ଜଣେ ସାଧାରଣ ନେତା ନୁହଁନ୍ତି। ଜାତୀୟ ରାଜନୀତିରେ ମଧ୍ୟ ତାଙ୍କର ଗୋଟିଏ ସମୟରେ ଦବଦବା ଥିଲା। ସେ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ ଓ ପୂର୍ବରୁ ପିସିସି ସଭାପତି ରହିଆସିଛନ୍ତି। ରାଜନୀତିକୁ ନେଇ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ବା କ୍ଷୋଭ ଗୋଟିଏ ଆସାଧାରଣ ଘଟଣା ନୁହେଁ। ଏକଥା କିନ୍ତୁ କଂଗ୍ରେସ ପ୍ରଭାରୀମାନେ କିଭଳି ଅନୁମାନ ଲଗାଇ ପାରୁନାହାନ୍ତି। ଡ ଚେଲ୍ଲାକୁମାର ଏହି ଦିଗଟିକୁ ଭୁଲିଯାଇଛନ୍ତି କି? ନା ସେ ବି ପିସିସି ନେତୃତ୍ବ ଭଳି ପ୍ରସାଦଙ୍କ ଗୁରୁତ୍ବ ବୁଝିପାରୁନାହାନ୍ତି? ଇତିମଧ୍ୟରେ ଡ. ଚେଲ୍ଲାକୁମାର କେତେ ଥର ତାଙ୍କୁ ଡାକି ଆଲୋଚନା କରିଛନ୍ତି ? ରାଜ୍ୟ କଂଗ୍ରେସରେ ଆଉ କାହାର ଚାଲ୍ ଚାଲିଛି କି, ଯିଏ ପଛରୁ ରହି ସବୁକିଛି ନିୟନ୍ତ୍ରଣ କରୁଛି? ପ୍ରସାଦଙ୍କ ଭଳି ନେତାଙ୍କୁ ଅଣଦେଖା କରାଯିବା ପ୍ରସଙ୍ଗରେ ଗୋଟିଏ ନିର୍ଣ୍ଣୟ କରିବା ପୂର୍ବରୁ ଏସବୁକୁ ବିଚାରକୁ ନେବା ଅପରିହାର୍ଯ୍ୟ।

ନିଜେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ କଂଗ୍ରେସକୁ ନେଇ ଖୁସି ନାହାନ୍ତି। ସେ ଗତ ନିର୍ବାଚନ ପରଠାରୁ ଏ ମଧ୍ୟରେ ଅନେକ ଥର ଜାତୀୟ କଂଗ୍ରେସ ଶୀର୍ଷ ନେତୃତ୍ବଙ୍କୁ ପଦ ତ୍ୟାଗ କଥା ଜଣାଇ ସାରିଲେଣି। କିନ୍ତୁ ଦଳ ତାଙ୍କୁ ଏଯାଏ ଅବ୍ୟାହତି ଦେଉନାହିଁ। କେବଳ ଟଙ୍କା ଖର୍ଚ୍ଚ କରିବେ ବୋଲି ନିରଞ୍ଜନଙ୍କୁ କଂଗ୍ରେସ ହାତଛଡ଼ା କରୁନାହିଁ ନା ବିକଳ୍ପ ଭାବେ ଯେଉଁମାନେ ମୁଣ୍ଡ ଟେକୁଛନ୍ତି ସେମାନେ ଶ୍ରୀ ପଟ୍ଟନାୟକଙ୍କ ତୁଳନାରେ ବେଶୀ ପ୍ରଭାବ ନୁହଁନ୍ତି। ଏକଥାର ମଧ୍ୟ କୌଣସି ଉତ୍ତର କଂଗ୍ରେସ ଶୀର୍ଷ ନେତୃତ୍ବ ଦେଉନାହାନ୍ତି। ଏମିତି ବି ହୋଇପାରେ ଯେ ଓଡ଼ିଶା କଂଗ୍ରେସ ଉଭୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବା ରାହୁଲ ଗାନ୍ଧୀଙ୍କ ପାଇଁ କୌଣସି ଅର୍ଥ ରଖେ ନାହିଁ ବା ସେମାନେ ଏଠାକାର ରାଜନୀତିକୁ ଗୁରୁତ୍ବ ଦେଉନାହାନ୍ତି। କାରଣ ରାଜ୍ୟ କଂଗ୍ରେସ ନେତୃତ୍ବ ପରିବର୍ତ୍ତନ ପାଇଁ ଅନେକ ଉଦ୍ୟମ ଜାରି ରହିଛି। ଗୋଟିଏ ଗୋଷ୍ଠୀ ଖୋଲାଖୋଲି ସାମ୍ନାକୁ ଆସି ନିରଞ୍ଜନଙ୍କୁ ହଟାଇବା ପାଇଁ ମଧ୍ୟ ଦାବି କରୁଛନ୍ତି। ଏ ପ୍ରସଙ୍ଗରେ ବି କଂଗ୍ରେସ ହାଇକମାଣ୍ଡ ଚୁପ୍, ପ୍ରଭାରୀ ଏହି ଚାପ କୌଶଳ ପ୍ରୟୋଗ କରୁଥିବା ନେତାଙ୍କୁ ଏଯାଏ ବିଶ୍ବାସକୁ ନେଲାଭଳି ମନେ ହେଉନାହିଁ।

ଏମିତି ଗୋଟିଏ ରାଜନୈତିକ ପୃଷ୍ଠଭୂମିରେ ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ରାଜ୍ୟ କଂଗ୍ରେସର ଶୀର୍ଷ ନେତାମାନଙ୍କ ମଧ୍ୟରେ କିନ୍ତୁ କନ୍ଦଳ ପୁଣି ଦାଣ୍ଡରେ ପଡି ହାଟରେ ଗଡି଼ିଲା। କଂଗ୍ରେସ ଯେ ଓଡ଼ିଶା ରାଜନୀତିରେ ଆଉ ତିଷ୍ଠି ରହିବା ବର୍ତ୍ତମାନ ପାଇଁ କଷ୍ଟସାଧ୍ୟ, ଏକଥା ଆଉ କାହାକୁ ଅବୁଝା ନାହିଁ। ଦଳରୁ ନିୟମିତ ନେତାମାନେ ଅନ୍ୟ ଦଳକୁ ଯାଉଛନ୍ତି। କଂଗ୍ରେସ ନେତାମାନଙ୍କୁ ଏହି ଆଦୌ ବିଚଳିତ କରୁନାହିଁ। ମାତ୍ରାଧିକ ଆତ୍ମବିଶ୍ବାସ ନା ଡୁବିବା କଂଗ୍ରେସର ସେମାନେ ଜଣେ ଜଣେ ନାଉରୀ ହୋଇ ଖୁସି ହେଉଛନ୍ତି, ସେ ସଂପର୍କରେ ମତଦେବା ଏବେଠାରୁ ମୁସ୍କିଲ୍।

ଉଲ୍ଲେଖଥାଉକି, ରାଜ୍ୟ ନିର୍ବାଚନ କମିସନଙ୍କ ତଥ୍ୟରୁ ଜଣାପଡୁଛି ଯେ କୋଟିଆରେ ସବୁ ରାଜନୈତିକ ଦଳ ମିଳିତ ଭାବେ ବା ସର୍ବଦଳୀୟ ପ୍ରାର୍ଥୀ ଦେଇଛନ୍ତି। ଅର୍ଥାତ୍ ମୋଟ ୮୫୩ରୁ ୮୫୨ ଜିଲ୍ଲା ପରିଷଦ ଆସନ ପାଇଁ ରାଜନୈତିିକ ଦଳମାନେ ପ୍ରସ୍ତୁତି କରିଥିଲେ। ସେଥିରୁ ୮୩୬ଟି ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଲଢୁଛନ୍ତି। କଂଗ୍ରେସ ୧୬ଟି ଆସନ ଆରମ୍ଭରୁ ହାତଛଡ଼ା କରିସାରିଛି। ଦଳୀୟ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ସେମାନେ ୭ଟି ଆସନରେ ଟିକେଟ୍ ଦେଇନାହାନ୍ତି। ଅନ୍ୟ ୯ଟି ଆସନରେ ନିର୍ବାଚନରୁ ପ୍ରାର୍ଥୀ ଓହରିଯାଇଛନ୍ତି ବା ନାମାଙ୍କନ ପତ୍ର ନାକଚ ହୋଇଯାଇଛି। ଟିକେଟ୍ ଦିଆଯାଇପାରିନଥିବା ଜୋନରୁ ୫ଟି ପ୍ରସାଦଙ୍କ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଓ ୨ଟି ପିସିସି ସଭାପତଙ୍କ ଗଡ କେନ୍ଦୁଝରରେ ରହିଛି। କିନ୍ତୁ ଅନ୍ୟଠାରେ ଦଳ ଟିକେଟ୍ ଦେଇଥିଲା।

Leave A Reply

Your email address will not be published.