ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

କେବେ ଖୋଲିବ ଶ୍ରୀମନ୍ଦିର?ଆଜି ହୋଇପାରେ ନିଷ୍ପତ୍ତି

0

ସାଧାରଣ ଭକ୍ତଙ୍କ ପାଇଁ କେବେ ଖୋଲିବ ଶ୍ରୀମନ୍ଦିର ? ସେ ନେଇ ଆଜି ହୋଇପାରେ ନିଷ୍ପତ୍ତି। ଆଜି ଅପରାହ୍ନରେ ଶ୍ରୀମନ୍ଦିର ଛତିଶନିଯୋଗ ବୈଠକ ବସିବ । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡ.କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଏହି ବୈଠକ ବସିବ । ଏଥିରେ ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସମସ୍ତ ସେବାୟତ ନିଯୋଗର କର୍ମକର୍ତ୍ତା ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗଦେବେ । ରାଜ୍ୟରେ ଏବେ ସଂକ୍ରମଣରେ ସାମାନ୍ୟ ବ୍ରେକ ଲାଗିଛି । ତେଣୁ ଏଭଳି ପରିସ୍ଥିତିରେ କୋଭିଡ କଟକଣାରେ ଶ୍ରୀମନ୍ଦିର ଖୋଲିବ ନେଇ ନିଷ୍ପତ୍ତି ନିଆଯାଇପାରେ ।

ଜାନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ କୋଭିଡ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି । ଫେବୃଆରିରେ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେ ନେଇ ସେବାୟତଙ୍କ ମତ ଗ୍ରହଣ କରାଯିବ । ଜାନୁଆରୀ ୩୧ରେ କଟକଣା ଅବଧି ସରୁଥିବାରୁ ଫେବୃଆରି ପାଇଁ ନୂଆ କଟକଣା ଜାରି ହେବ । ଗୁରୁବାର ଦିନ ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ଚକ୍ରତୀର୍ଥ ବେଳାଭୂମୀରେ ସମୂଦ୍ର ସତ୍ୟାଗ୍ରହ କରିଥିଲେ ଉଠା ଦୋକାନୀ ଓ ବ୍ୟବସାୟୀ ।

ସେପଟେ ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ନେଇ ଥିବା କଟକଣା ହଟାଯାଇଛି । ଏଣିକି ଜିଲ୍ଲା ବାହାର ଶବ ସତ୍କାର ହୋଇପାରିବ । ତେବେ ମୃତକ ଜଣକ କୋଭିଡ ସଂକ୍ରମିତ ହୋଇନଥିବା ଆବଶ୍ୟକ । କୋଭିଡ ନିୟମ ପାଳନ କରି ଅନ୍ତିମ ସଂସ୍କାର କରାଯିବ । ଏବଂ ଶବ ସତ୍କାରରେ ସର୍ବାଧିକ ୧୦ ଜଣ ଉପସ୍ଥିତ ରହିବେ । ଗତ ୭ ତାରିଖରୁ ବାହାର ଜିଲ୍ଲାର ଶବ ସତ୍କାର ଉପରେ ସ୍ୱର୍ଗଦ୍ୱାରରେ କଟକଣା ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.