ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବିରୋଧୀଙ୍କୁ ଅଡୁଆରେ ପକାଇଲେ ନବୀନ

0
  • ବିଜେଡିର ଓବିସି ଖେଳରେ ବିରୋଧୀ ତାଜୁବ୍
  • ୪୦ ପ୍ରତିଶତ କହିଲେ; ୪୮ ପ୍ରତିଶତ ପ୍ରାର୍ଥୀ ଦେଲେ
  • ବିଜେପି ଓ କଂଗ୍ରେସ ତାଲିକା ଜଣାପଡିନାହିଁ

ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ବିଜୁ ଜନତା ଦଳ ପୁଣି ଥରେ ଓବିସି କାର୍ଡ ପ୍ରସଙ୍ଗକୁ ସାମ୍ନାକୁ ଟାଣିଆଣି ବିରୋଧୀଙ୍କୁ ଘେରିଲାଣି। ଦଳ ତଥ୍ୟ ରଖି ଆଜି ଦାବି କରିଛି ଯେ ସେମାନେ ରାଜ୍ୟର ମୋଟ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୪୮ ପ୍ରତିଶତ ସ୍ଥାନରେ ପ୍ରାର୍ଥୀ ପଛୁଆ ବର୍ଗରୁ ହିଁ ଦେଇଛନ୍ତି। ଯାହା ସଂରକ୍ଷିତ ହେବାକୁ ଥିବା ଆସନ (୨୭ ପ୍ରତିଶତ) ଠାରୁ ପ୍ରାୟ ୨୧ ପ୍ରତିଶତ ଅଧିକ।

ବିେଜଡି କହିଛି, ଯଦି ଅଣସଂରକ୍ଷିତ ଆସନକୁ ବିଚାରକୁ ନିଆଯିବ, ତେବେ ଏହି ସଂଖ୍ୟା ୮୭.୫%କୁ ବୃଦ୍ଧିପାଇବ। ଏଥର ମୋଟ ୪୬୪ ଜିଲ୍ଲା ପରିଷଦ ଆସନ ଅଣସଂରକ୍ଷିତ ରହିଥିଲା। ଏ ମଧ୍ୟରୁ ୪୦୬ଟି ଆସନରେ ବିଜେଡି ଦେଇଥିବା ଓବିସି ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଯଦି ୮୫୩ ଆସନକୁ ମାପକାଠି ଭାବେ ନିଆଯିବ, ତେବେ ତାହା ରାଜ୍ୟର ସମୁଦାୟ ପ୍ରାର୍ଥୀଙ୍କ ତୁଳନାରେ ଏମାନେ ୪୮ ପ୍ରତିଶତ ହେବେ। ଅନ୍ୟପକ୍ଷରେ ବିଜେପି କିନ୍ତୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏଭଳି ଏକ ତାଲିକା ଜାରି କରିପାରିନାହିଁ। ସୂଚନା ମିଳିଛି ଯେ ବିଜେପି ମଧ୍ୟ ଓବିସିଙ୍କୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଗୁରୁତ୍ବ ଦେଇଛି। ଖୁବ୍ ଶୀଘ୍ର ଦଳ ଏହି ତାଲିକା ସହିତ ସାମ୍ନାକୁ ଆସିବ। ସେହିଭଳି କଂଗ୍ରେସ ପକ୍ଷରୁ ଏ ସଂକ୍ରାନ୍ତରେ ସମ୍ଭବତଃ ଆସନ୍ତାକାଲି ସୁଦ୍ଧା ତଥ୍ୟ ଆସିଯିବ। କେତେ ମହିଳା, କେତେ ଓବିସି ଓ ଅନ୍ୟ ପ୍ରାର୍ଥୀ ଦିଆଗଲା, ସେ ତାଲିକା ଦଳ ପ୍ରଦାନ କରିବ।

ପଞ୍ଚାୟତ ନିର୍ବାଚନ ତାରିଖ ଆଗରୁ ଯେଉଁ ପ୍ରସଙ୍ଗକୁ ନେଇ ସବୁଠାରୁ ଅଧିକ ବିତର୍କ ହୋଇଥିଲା,ତାହା ଥିଲା ଓବିସି କାର୍ଡ। ବିଶେଷକରି ଓବିସି ପ୍ରତି କାହାର ଭଲପାଇବା ଅଧିକ ସେ ନେଇ ବିଜେଡି-ବିଜେପି ବାରମ୍ବାର ମୁହାଁମୁହିଁ ହୋଇଥିଲେ। ହେଲେ ଶେଷ ମୁହୂର୍ତରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ କୋର୍ଟଙ୍କ ନିର୍ଦେଶ ସବୁକିଛି ବିଗାଡି ଦେଇଥିଲା। ଆବଶ୍ୟକ ପ୍ରକ୍ରିୟା ଅବଲମ୍ବନ ହୋଇନଥିଲେ ୨୭ ପ୍ରତିଶତ ଆସନ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ହୋଇପାରିବ ନାହିଁ ବୋଲି କୋର୍ଟଙ୍କ କଟକଣା ପରେ ପଞ୍ଚାୟତ ସଂରକ୍ଷଣ ପ୍ରକ୍ରିୟା ପୁଣି ଥରେ ପରିବର୍ତ୍ତନ କରାଯାଇଥିଲା। ଓବିସିଙ୍କ ପାଇଁ ସଂରକ୍ଷିତ ହେବାକୁ ଥିବା ଆସନକୁ ଅଣସଂରକ୍ଷିତ ବୋଲି ଘୋଷଣା କରାଗଲା। ହେଲେ ବିଜୁ ଜନତା ଦଳ ଘୋଷଣା କରିଥିଲା ଯେ ଅଣସଂରକ୍ଷଣ ଆସନରୁ ୪୦ ପ୍ରତିଶତ ଆସନ ପଛୁଆ ବର୍ଗରୁ ଦିଆଯିବ। ଏବେ କିନ୍ତୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଜେଡି ଏହି ଲକ୍ଷ୍ୟକୁ ଟପିଯାଇଛି। ଓବିସିଙ୍କ ପାଇଁ ସଭାପତି ନବୀନ ପଟ୍ଟନାୟକଙ୍କ ଦରଦ ଅଧିକ, ଏକଥାର ପ୍ରମାଣ ଦେଇଛି ବିଜେଡି।

Leave A Reply

Your email address will not be published.