ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କରିବେ କୋଭିଡ ସମୀକ୍ଷା

0

କୋଭିଡ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଦେଶରେ ସଂକ୍ରମଣ ସାମାନ୍ୟ କମିଥିଲେ ମଧ୍ୟ କିଛି ରାଜ୍ୟରେ ଏବେ ବି ସ୍ଥିତି ନିୟନ୍ତ୍ରଣ ବାହାରେ ଅଛି । ଆଜି ପୂର୍ବୋତ୍ତର ରାଜ୍ୟର କରୋନା ସ୍ଥିତି ନେଇ ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଓଡିଶା ସମେତ, ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର,ଛତିଶଗଡ଼ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସେ ଅପରାହ୍ନରେ ଆଲୋଚନା କରିବେ ।

ଗତକାଲି ଦକ୍ଷିଣାଞ୍ଚଳର ରାଜ୍ୟମାନଙ୍କ ସହ ଆଲୋଚନା ପରେ ଆଜି ଏହି ୫ ପୂର୍ବୋତ୍ତର ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ସଂପର୍କରେ ପଚାରିବୁଝିବେ । ବୈଠକରେ ସ୍ୱାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ । ରାଜ୍ୟରେ କରୋନା ସ୍ଥିତି କିଭଳି ଅଛି, ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି । କେଉଁ ଅଞ୍ଚଳରେ ସଂକ୍ରମଣ ହାର କେତେ ରହିଛି । କୋଭିଡ ଗାଇଡଲାଇନ ଠିକ ସେ ପାଳନ ହେଉଛି କି ନାହିଁ । ସେ ନେଇ ପଚାରିବୁଝିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।

ଏହା ସହ ସଂକ୍ରମଣ କିଭଳି ରୋକାଯାଇପାରିବ ଏବଂ ଆଉ କଣ କଣ ପଦକ୍ଷେପ ନେବା ଜରୁରୀ ସେ ନେଇ ମଧ୍ୟ ପରାମର୍ଶ ଦେବେ । ଗତକାଲି ଦକ୍ଷିଣା ଳ ରାଜ୍ୟ ସହ ଆଲୋଚନା ସମୟରେ ଟେଷ୍ଟିଂ,ଟ୍ରାକିଂ,ଟ୍ରିଟମେ ଓ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ସେପଟେ ଦିଲ୍ଲୀ ,ମହାରାଷ୍ଟ୍ରରେ ସଂକ୍ରମଣ କମୁଥିବା ବେଳେ କେରଳରେ କିନ୍ତୁ ବଢିଚାଲିଛି । ଦିଲ୍ଲୀରେ ୨୪ ଘଣ୍ଟାରେ ୪ ହଜାର ୪୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଦିନକରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ୨୪ ଘଣ୍ଟାରେ ୫୪ ହଜାର ୫୩୭ ପଜିଟିଭ ଚିହ୍ନଟ ହୋଇଛି । ଯାହା ଚିନ୍ତାଜନକ ।

Leave A Reply

Your email address will not be published.