ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

0

ଉହାନ: କରୋନାର ତୃତୀୟ ଲହରକୁ ନେଇ ପୂରା ବିଶ୍ବରେ ଆତଙ୍କ ଟଳିନାହିଁ। ଏହାର ନୂଆ ପ୍ରଜାତି ଓମିକ୍ରନ୍ ଏବଂ ଡେଲଟା ପ୍ରଭାବରେ ଅନେକ ଆଜି ବି ଆକ୍ରାନ୍ତ ହେଉଛନ୍ତି। ଏମିତି ସମୟରେ ପୁଣି ଗୋଟିଏ ଆତଙ୍କ ସୃଷ୍ଟି କରିବା ଭଳି ଖବର ସାମ୍ନାକୁ ଆସିଛି। ୨୦୧୯ରେ ଯେଉଁଠାରେ ଦିନେ କରୋନା ଭୂତାଣୁ ଜନ୍ମ ହୋଇଥିଲା, ସେଠାରେ କରୋନାର ଆଉ ଏକ ନୂତନ ଭୂତାଣୁ ଜନ୍ମ ନେଲାଣି। ଚୀନର ଉହାନର ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି ଯେ ଇତିମଧ୍ୟରେ କରୋନାର ନୂଆ ଭୂତାଣୁ ‘ନିଓକୋଭ୍’ ଆସିଯାଇଛି। ଏହା କରୋନାର ସବୁ ପ୍ରଜାତିଠାରୁ ବେଶୀ ମାରାତ୍ମକ ବୋଲି କୁହାଯାଇପାରେ। ଏହାର ଦ୍ରୁତ ସଂକ୍ରମଣ କ୍ଷମତା ରହିଛି ଏବଂ ଏଥିରେ ଥରେ ରୋଗୀ ଗୁରୁତର ହେଲେ, ମୃତ୍ୟୁହାର ମଧ୍ୟ ଅଧିକ ରହିପାରେ। ଏପରିକି ପ୍ରତି ତିନିଜଣରେ ଜଣେ ପ୍ରାଣ ହରାଇବା ବିଚିତ୍ର ନୁହେଁ। ଉହାନରୁ ଆସୁଥିବା ଏହି ଖବର ପୂରା ବିଶ୍ବର ନିଦ ହଜାଇ ଦେଲାଣି। କାରଣ ୨୦୧୯ରେ ଏହିଠାରୁ କରୋନା ମାଡ଼ିଯାଇ ପୂରା ବିଶ୍ବକୁ ଅଥୟ କରିଦେଇଥିଲା ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଯାଇଥିଲା।

ତେବେ ରୁଷିଆର ନ୍ୟୁଜ୍ ଏଜେନ୍ସି ସ୍ପୁଟନିକ୍‌ର ରିପୋର୍ଟ କରିଛି ଯେ ଏହି ନୂଆ ଭାରିଆଣ୍ଟ ନିଓକୋଭ୍ ପୂର୍ବରୁ ରହିଛି। ୨୦୧୨ରୁ ୨୦୧୫ ମଧ୍ୟରେ ଏହା ଆତଙ୍କ ସୃଷ୍ଟି କରିଥିଲା। ମର୍ସ-କୋଭ ଭୂତାଣୁ ସହିତ ମିଶି ଏହା ମଧ୍ୟ ପ୍ରାଚ୍ୟ ଦେଶକୁ କ୍ଷତି ପହଞ୍ଚାଇଥିଲା। ଏହା କିନ୍ତୁ ସାର୍ସ -କୋଭ୨ ଭୂତାଣୁ ଅନୁରୂପ ବୋଲି ଦର୍ଶାଇ ଉହାନ ଯୁକ୍ତି ସହିତ ସମ୍ମତ ହୋଇଛି।

ବୈଜ୍ଞାନିକମାନଙ୍କ କହିବା ଆରମ୍ଭ କଲେଣି ଯେ ଏହି ଭୂତାଣୁ ମଣିଷକୁ ସଂକ୍ରମିତ ହେବା ପାଇଁ ଗୋଟିଏ ମାତ୍ର ମ୍ୟୁଟେସନର ଆବଶ୍ୟକ କରୁଛି। ତେବେଏହି ନୂଆ ଭୂତାଣୁ କରୋନାଠାରୁ ଟିକିଏ ଅଲଗା। ଏହା ଏସିଇ୨ ରିସେପ୍ଟର ସହ ବାନ୍ଧି ହୋଇ ରୁହେ। କୌଣସି ଆଣ୍ଟିବଡି ବା ଶ୍ବାସରୋଗୀଙ୍କଠାରେ ସୃଷ୍ଟ ପ୍ରୋଟିନ୍ କଣିକା ବା ଟିକା ନିଓକୋଭ୍ କବଳରୁ ସୁରକ୍ଷା ଦେଇ ପାରିବ ନାହିଁ।

ଚୀନ୍ ଗବେଷକଙ୍କ କହିବା ଅନୁସାରେ ନିଓକୋଭ୍ ଭୂତାଣୁଠାରେ ମର୍ସ-ହାଇକୋଭ୍‌ର ମୃତ୍ୟୁହାର (ପ୍ରତି ତିନି ଜଣ ସଂକ୍ରମିତରେ ଜଣକର ମୃତ୍ୟୁ) ଏବଂ ସାର୍ସ-କୋଭ୍-୨ର ସଂକ୍ରମଣ ହାର ମିଶି ରହିବ। ଏ ବାବଦ ରିପୋର୍ଟ ଉହାନ୍‌ ଲ୍ୟାବ୍‌ ପକ୍ଷରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)କୁ ପ୍ରଦାନ କରାଯାଇଛି। କିନ୍ତୁ ଏହା ଉପରେ ଅଧିକ ଅଧ୍ୟୟନ ଜରୁରୀ ବୋଲି ହୁ କହିଛି।

Leave A Reply

Your email address will not be published.