ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

୧୨ ଘଣ୍ଟାରେ ୫ ଆତଙ୍କବାଦୀ ନିହତ

0

ଜମ୍ମୁ-କାଶ୍ମୀର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ସୁରକ୍ଷାକର୍ମୀ ଗତ ୨୪ ଘଣ୍ଟାରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ଓ ଜୈସ-ଏ-ମହମ୍ମଦର ୫ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ଜାହିଦ ୱାନି ଏବଂ ଆଉ ଏକ ପାକିସ୍ତାନ ଆତଙ୍କବାଦୀ ସାମିଲ ଅଛି । କାଶ୍ମୀର ଆଇଜିପି ଏହାକୁ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ବୋଲି କହିଛନ୍ତି ।

ଜମ୍ମୁ-କାଶ୍ମୀର ଡିଜିପି କହିଛନ୍ତି ଯେ, ଶନିବାର ରାତିରେ ବଡ଼ଗାମ ଜିଲ୍ଲାର ଚରାରେସିର୍ଫ, ପୁଲୱାମା ଜିଲ୍ଳାରେ ନାୟରାରେ ସୁରକ୍ଷାକର୍ମୀ ଅପରେସନ ଚଲାଇଥିଲେ । ଏହି ଅପରେସନରେ ହିଁ ବଡ଼ଗାମରେ ଜଣେ ଓ ପୁଲୱାମାରେ ୪ଜଣ ଆତଙ୍କୀଙ୍କୁ ସୁରକ୍ଷାକର୍ମୀ ନିହତ କରିଛନ୍ତି । ଜାହିଦ ମଞ୍ଜୁର ୱାନି ଜମ୍ମୁ କାଶ୍ମୀରରେ ଜୈସର ମୁଖ୍ୟ କମାଣ୍ଡର ଥିଲା । ଜାହିଦ ଲେଟପୁର ଘଟଣାରେ ମଧ୍ୟ ସାମିଲ ଥିଲା । ଯେଉଁଥିରେ ଫେବୃଆରୀ ୧୪ ୨୦୧୯ରେ ସିଆରପିଏଫର ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ଜାହିଦ ୱାନିର ପରିଚୟ ମିଳିଥିବା ବେଳେ ନିହତ ଅନ୍ୟ ଆତଙ୍କୀଙ୍କର ପରିଚୟ ଠାବ କରାଯାଉଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ପୁଲିସ ପକ୍ଷରୁ ଖବର ମିଳିଛି ।

Leave A Reply

Your email address will not be published.