ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନ, ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ

0

ଆଜିଠୁ ଆରମ୍ଭ ହେଉଛି ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭା ସଦଦ୍ୟଙ୍କୁ ସମ୍ବୋଧନ କରିବେ । ଆଜି ଓ ଆସନ୍ତାକାଲି ପ୍ରଶ୍ନୋତ୍ତର କିମ୍ବା ଶୂନ୍ୟକାଳ ହେବ ନାହିାଁ କରୋନା କଟକଣା ଭିତରେ ବଜେଟ ଅଧିବେଶନ ହେବ । ଅଧିବେଶନର ପ୍ରଥମ ଦିନରେ ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ ।

ଆଜି ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥନୈତିକ ସର୍ଭେରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶର ଡିଜିପି ଅଭିବୃଦ୍ଧି ପାଖାପାଖି ୯ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଉଛି । ନିକଟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଅଭିବୃଦ୍ଧି ୮ ଦଶମିକ ୭ ପ୍ରତିଶତ ରହିବା ସମ୍ଭାବନା ରହିଛି । କରୋନା ମହାମାରୀ ପୂର୍ବରୁ ଅର୍ଥନୀତିର ସ୍ଥିତି ସୁଧୁରିଛି ।ତେଣୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ କିଛି ଗୋଲାପୀ ଚିତ୍ର ଦେଖାଇପାରନ୍ତି ।

ସେହିପରି ଆସନ୍ତାକାଲି ଲୋକସଭାରେ ବଜେଟ ଉପସ୍ଥାପନ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ । କାହାକୁ କଣ ଦେବେ ତା ଉପରେ ରହିଛି ସାରା ଦେଶର ନଜର ।ଚଳିତ ବର୍ଷ ହେବାକୁ ଥିବା ବଜେଟ ଉପରେ ଗୃହିଣୀ,ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି ।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ । ଏହି ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବାକୁ ଜୋରଦାର ପ୍ରସ୍ତୁତ କରିଛନ୍ତି । ପେଗାସସ ସମେତ ଚୀନ,ମୂଦ୍ରାସ୍ପୀତି,ବେକାରୀ ଓ ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବାକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ଦଳ ସଦସ୍ୟ ମାନେ ରଣନୀତି ପ୍ରସ୍ତୁତି କରିଛନ୍ତି ।

Leave A Reply

Your email address will not be published.