ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

0

ସଂସଦରେ ୨୦୨୨-୨୩ ଆର୍ଥିକ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବର୍ଷ ବଜେଟରେ ଖାସକରି ମହିଳା, କୃଷକ, ଦଳିତ ଓ ଯୁବପୀଢିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । କରୋନା ମହାମାରୀ ସମୟରେ ଏହି ବଜେଟ ଉପସ୍ଥାପନା ହୋଇଥିବା ବେଳେ ଗତବର୍ଷ ତୁଳନାରେ ସରକାର ଏଥର ବଜେଟରେ ୧୪% ଅଧିକ ବ୍ୟୟବରାଦ କରିଛନ୍ତିା ଚଳିତ ବଜେଟରେ ଅର୍ଥମନ୍ତ୍ରୀ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସରକାର ଏମଏସପି ସିଧାସଳଖ ଏଥର କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇବେ । କୃଷକଙ୍କୁ ଡିଜିଟାଲ ଓ ହାଇଟେକ କରିବା ପାଇଁ ପିପିପି ମଡେଲରେ ଯୋଜନା ଆରମ୍ଭ ହେବ । କେନ୍ ବେତାବ ନଦୀ ସଂଯୋଗୀକରଣ ଯୋଜନାର ଘୋଷଣା ହୋଇଛି । ଏହି ଯୋଜନା ପାଇଁ ୪୪ ହଜାର କୋଟି ଖର୍ଚ୍ଚ ହେବ । ସେହିପରି ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଆଗାମୀ ୩ ବର୍ଷରେ ତିଆରି ହେବ । ପାହାଡିଆ ଅଞ୍ଚଳରେ ପିପିପି ମୋଡରେ ରାସ୍ତା ନିର୍ମାଣ କରାଯିବ । ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ବଜେଟରେ ପ୍ରଧାନମନ୍ତ୍ରୀ-ଇ –ବିଦ୍ୟା ଯୋଜନାର ଘୋଷଣା କରାଯାଇଛି । ଇ-ବିଦ୍ୟା ଯୋଜନାରେ ୨୦୦ ଚ୍ୟାନେଲରେ ଶିକ୍ଷାଦାନ କରାଯିବ । ଏହା ସହ ୨ ଲକ୍ଷ ଆଧୁନିକ ଅଙ୍ଗନବାଡି କେନ୍ଦ୍ର ତିଆରି ହେବ । ଶିକ୍ଷା ଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବାକୁ ସରକାର ଚେଷ୍ଟା କରିଛନ୍ତି । ମହିଳା ଓ ଶିଶୁଙ୍କ ପାଇଁ ୨.୦ ଯୋଜନା କରାଯାଇଛି । ତେବେ ଆସନ୍ତୁ ଜାଣିବା ବଜେଟରେ ହୋଇଥିବା ବଡ଼ ଘୋଷଣା ବାବଦରେ:-

  • ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ଦିଆଯିବ ୬୦ ଲକ୍ଷ ନିଯୁକ୍ତି ,ଦେଶରେ କମିବ ବେରୋଜଗାର ଓ ବେକାରୀ ।
  • ଚଳିତ ବର୍ଷରୁ ହିଁ ୫ ଜି ସେବା ଆରମ୍ଭ ହେବ ।
  • ୨୦୨୫ ସୁଦ୍ଧା ସବୁ ଗାଁରେ ପହଞ୍ଚିବ ଅପ୍ଟିକାଲ ଫାଇବର ।
  • ୨୦୨୨-୨୩ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ କରେନ୍ସି ଆରମ୍ଭ ହେବ ।
  • ଡାକଘରେ ଆରମ୍ଭ ହେବ କୋର ବ୍ୟାକିଂ ସେବା । ଅନଲାଇନ ବ୍ୟାକିଂ,ମୋବାଇଲ ବ୍ୟାକିଂ,ଏଟିଏମ ଓ ଅନଲାଇନ କାରବାର ସେବା ଆରମ୍ଭ ହେବ ।
  • ଇଲେକ୍ଟ୍ରି ଭେଇକ୍‌ଲ ବା ବିଦ୍ୟୁତ ଚାଳିତ ଗାଡି ସବୁର ବ୍ୟାଟେରିଂ ସ୍ୱାପିଂ ପଲିସି ଆସିବ ।
  • ରାଜ୍ୟମାନଙ୍କୁ ବିନା ସୁଧରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ୫୦ ବର୍ଷ ପାଇଁ ବିନା ସୁଧରେ ଋଣ ଦିଆଯିବ ।
  • ପିଏମ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୪୮ କୋଟି ।
  • ଏହା ସହ ଦେଶରେ ଇ-ପାସପୋର୍ଟ ଲାଗୁକରାଯିବ ।
  • ନ୍ୟାସନାଲ ମେଣ୍ଟାଲ ହେଲଥ ପ୍ରୋଗ୍ରାମ ଆରମ୍ଭ ହେବ ଓ ୨୩ଟି ମେଣ୍ଟାଲ ହେଲଥ ଇନିଷ୍ଟିଚ୍ୟୁସନ ପ୍ରତିଷ୍ଠା ହେବ ।

Leave A Reply

Your email address will not be published.