ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

0

ସଂସଦରେ ୨୦୨୨-୨୩ ଆର୍ଥିକ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବର୍ଷ ବଜେଟରେ ଖାସକରି ମହିଳା, କୃଷକ, ଦଳିତ ଓ ଯୁବପୀଢିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । କରୋନା ମହାମାରୀ ସମୟରେ ଏହି ବଜେଟ ଉପସ୍ଥାପନା ହୋଇଥିବା ବେଳେ ଗତବର୍ଷ ତୁଳନାରେ ସରକାର ଏଥର ବଜେଟରେ ୧୪% ଅଧିକ ବ୍ୟୟବରାଦ କରିଛନ୍ତିା ଚଳିତ ବଜେଟରେ ଅର୍ଥମନ୍ତ୍ରୀ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ସରକାର ଏମଏସପି ସିଧାସଳଖ ଏଥର କୃଷକଙ୍କ ବ୍ୟାଙ୍କ ଖାତାକୁ ପଠାଇବେ । କୃଷକଙ୍କୁ ଡିଜିଟାଲ ଓ ହାଇଟେକ କରିବା ପାଇଁ ପିପିପି ମଡେଲରେ ଯୋଜନା ଆରମ୍ଭ ହେବ । କେନ୍ ବେତାବ ନଦୀ ସଂଯୋଗୀକରଣ ଯୋଜନାର ଘୋଷଣା ହୋଇଛି । ଏହି ଯୋଜନା ପାଇଁ ୪୪ ହଜାର କୋଟି ଖର୍ଚ୍ଚ ହେବ । ସେହିପରି ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ ଆଗାମୀ ୩ ବର୍ଷରେ ତିଆରି ହେବ । ପାହାଡିଆ ଅଞ୍ଚଳରେ ପିପିପି ମୋଡରେ ରାସ୍ତା ନିର୍ମାଣ କରାଯିବ । ଛାତ୍ରଛାତ୍ରୀଙ୍କ ପାଇଁ ଚଳିତ ବଜେଟରେ ପ୍ରଧାନମନ୍ତ୍ରୀ-ଇ –ବିଦ୍ୟା ଯୋଜନାର ଘୋଷଣା କରାଯାଇଛି । ଇ-ବିଦ୍ୟା ଯୋଜନାରେ ୨୦୦ ଚ୍ୟାନେଲରେ ଶିକ୍ଷାଦାନ କରାଯିବ । ଏହା ସହ ୨ ଲକ୍ଷ ଆଧୁନିକ ଅଙ୍ଗନବାଡି କେନ୍ଦ୍ର ତିଆରି ହେବ । ଶିକ୍ଷା ଭଳି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜଭୁତ କରିବାକୁ ସରକାର ଚେଷ୍ଟା କରିଛନ୍ତି । ମହିଳା ଓ ଶିଶୁଙ୍କ ପାଇଁ ୨.୦ ଯୋଜନା କରାଯାଇଛି । ତେବେ ଆସନ୍ତୁ ଜାଣିବା ବଜେଟରେ ହୋଇଥିବା ବଡ଼ ଘୋଷଣା ବାବଦରେ:-

  • ଚଳିତ ବଜେଟରେ ଯୁବପୀଢିଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । ଦିଆଯିବ ୬୦ ଲକ୍ଷ ନିଯୁକ୍ତି ,ଦେଶରେ କମିବ ବେରୋଜଗାର ଓ ବେକାରୀ ।
  • ଚଳିତ ବର୍ଷରୁ ହିଁ ୫ ଜି ସେବା ଆରମ୍ଭ ହେବ ।
  • ୨୦୨୫ ସୁଦ୍ଧା ସବୁ ଗାଁରେ ପହଞ୍ଚିବ ଅପ୍ଟିକାଲ ଫାଇବର ।
  • ୨୦୨୨-୨୩ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ କରେନ୍ସି ଆରମ୍ଭ ହେବ ।
  • ଡାକଘରେ ଆରମ୍ଭ ହେବ କୋର ବ୍ୟାକିଂ ସେବା । ଅନଲାଇନ ବ୍ୟାକିଂ,ମୋବାଇଲ ବ୍ୟାକିଂ,ଏଟିଏମ ଓ ଅନଲାଇନ କାରବାର ସେବା ଆରମ୍ଭ ହେବ ।
  • ଇଲେକ୍ଟ୍ରି ଭେଇକ୍‌ଲ ବା ବିଦ୍ୟୁତ ଚାଳିତ ଗାଡି ସବୁର ବ୍ୟାଟେରିଂ ସ୍ୱାପିଂ ପଲିସି ଆସିବ ।
  • ରାଜ୍ୟମାନଙ୍କୁ ବିନା ସୁଧରେ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ୫୦ ବର୍ଷ ପାଇଁ ବିନା ସୁଧରେ ଋଣ ଦିଆଯିବ ।
  • ପିଏମ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ଖର୍ଚ୍ଚ ହେବ ୪୮ କୋଟି ।
  • ଏହା ସହ ଦେଶରେ ଇ-ପାସପୋର୍ଟ ଲାଗୁକରାଯିବ ।
  • ନ୍ୟାସନାଲ ମେଣ୍ଟାଲ ହେଲଥ ପ୍ରୋଗ୍ରାମ ଆରମ୍ଭ ହେବ ଓ ୨୩ଟି ମେଣ୍ଟାଲ ହେଲଥ ଇନିଷ୍ଟିଚ୍ୟୁସନ ପ୍ରତିଷ୍ଠା ହେବ ।

Leave A Reply

Your email address will not be published.