ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ଓଡିଶାରେ କେବେ ଖୋଲିବ ସ୍କୁଲ?

0

ଏବେ ଦେଶରେ ଓ ରାଜ୍ୟରେ ଧୀରେ ଧୀରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ସ୍ଥିତିକୁ ଦେଖି କରୋନା କଟକଣା ମଧ୍ୟ ବିଭିନ୍ନ ରାଜ୍ୟରେ କୋହଳ କରାଯାଉଛି । ପଶ୍ଚିମବଙ୍ଗରେ ଆଜିଠୁ ସ୍କୁଲ ଖୋଲିବା ଆରମ୍ଭ ହୋଇଥିବା ବେଳେ ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ତେଲେଙ୍ଗାନା, ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିସାରିଛି । ଅଧିକାଂଶ ରାଜ୍ୟରେ ସ୍କୁଲ ଖୋଲିଥିବା ବେଳେ ଏବେ ଓଡିଶାରେ ସ୍କୁଲ ଖୋଲିବା ନେଇ ଦାବି ହୋଇଛି ।

ହାଇକୋର୍ଟରେ ସ୍କୁଲ ଖୋଲିବା ନେଇ ଜନସ୍ୱାର୍ଥ ମାମଲା ଦାୟର ପରେ ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ସରକାର ସ୍ଥିତର ତର୍ଜମା କରୁଛନ୍ତି । ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ । ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି, ସେହି ଅନୁସାରେ ସରକାର ପଦକ୍ଷେପ ହାତକୁ ନେବେ ।

କେନ୍ଦ୍ର ସରକାର ମଧ୍ୟ ସ୍କୁଲ ଖୋଲିବା ନେଇ ନୂଆ ଏସଓପି ଜାରି କରିଛନ୍ତି । ସ୍ଥିତି ଦେଖି ରାଜ୍ୟ ଗୁଡିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ । ଏବଂ ଅଭିଭାବକ ମତାମତ ନେବାକୁ ଏଥିପାଇଁ ପରାମର୍ଶ ଦିଆଯାଇଛି । ତେବେ ଅଧିକାଂଶ କରୋନା ସଂକ୍ରମିତ ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିଥିବା ବେଳେ ଏବେ ରାଜ୍ୟରେ ସ୍କୁଲ କେବେ ଖୋଲିବ ସେ ନେଇ ପ୍ରଶ୍ନ ଉଠିଛି । କୋଭିଡ ନିୟମ ପାଳନ କରି ପିଲାଙ୍କୁ ପଢାଇବାରେ କୌଣସି ଅସୁବିଧା ନାହିଁ ବୋଲି ଶିକ୍ଷାବିତ୍‌ ମାନେ ମତ ରଖିଛନ୍ତି ।

Leave A Reply

Your email address will not be published.