ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଓଡିଶାରେ କେବେ ଖୋଲିବ ସ୍କୁଲ?

0

ଏବେ ଦେଶରେ ଓ ରାଜ୍ୟରେ ଧୀରେ ଧୀରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ସ୍ଥିତିକୁ ଦେଖି କରୋନା କଟକଣା ମଧ୍ୟ ବିଭିନ୍ନ ରାଜ୍ୟରେ କୋହଳ କରାଯାଉଛି । ପଶ୍ଚିମବଙ୍ଗରେ ଆଜିଠୁ ସ୍କୁଲ ଖୋଲିବା ଆରମ୍ଭ ହୋଇଥିବା ବେଳେ ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ତେଲେଙ୍ଗାନା, ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିସାରିଛି । ଅଧିକାଂଶ ରାଜ୍ୟରେ ସ୍କୁଲ ଖୋଲିଥିବା ବେଳେ ଏବେ ଓଡିଶାରେ ସ୍କୁଲ ଖୋଲିବା ନେଇ ଦାବି ହୋଇଛି ।

ହାଇକୋର୍ଟରେ ସ୍କୁଲ ଖୋଲିବା ନେଇ ଜନସ୍ୱାର୍ଥ ମାମଲା ଦାୟର ପରେ ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ସରକାର ସ୍ଥିତର ତର୍ଜମା କରୁଛନ୍ତି । ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ । ହାଇକୋର୍ଟ ଯାହା ନିର୍ଦ୍ଦେଶ ଦେଇଛନ୍ତି, ସେହି ଅନୁସାରେ ସରକାର ପଦକ୍ଷେପ ହାତକୁ ନେବେ ।

କେନ୍ଦ୍ର ସରକାର ମଧ୍ୟ ସ୍କୁଲ ଖୋଲିବା ନେଇ ନୂଆ ଏସଓପି ଜାରି କରିଛନ୍ତି । ସ୍ଥିତି ଦେଖି ରାଜ୍ୟ ଗୁଡିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ । ଏବଂ ଅଭିଭାବକ ମତାମତ ନେବାକୁ ଏଥିପାଇଁ ପରାମର୍ଶ ଦିଆଯାଇଛି । ତେବେ ଅଧିକାଂଶ କରୋନା ସଂକ୍ରମିତ ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିଥିବା ବେଳେ ଏବେ ରାଜ୍ୟରେ ସ୍କୁଲ କେବେ ଖୋଲିବ ସେ ନେଇ ପ୍ରଶ୍ନ ଉଠିଛି । କୋଭିଡ ନିୟମ ପାଳନ କରି ପିଲାଙ୍କୁ ପଢାଇବାରେ କୌଣସି ଅସୁବିଧା ନାହିଁ ବୋଲି ଶିକ୍ଷାବିତ୍‌ ମାନେ ମତ ରଖିଛନ୍ତି ।

Leave A Reply

Your email address will not be published.