ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

0

ରାଜ୍ୟରେ ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁସଂଖ୍ୟା କମୁନି। ୩ ହଜାର ତଳକୁ ସଂକ୍ରମିତଙ୍କ ସଂଖ୍ୟା ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢୁଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୫ ଶହ ୨୧ ଜଣ ଥିବା ବେଳେ ହଜାରେ ୮୨ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ଅଛନ୍ତି ୩୪୯ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୪୪୪ ନୂଆ ମାମଲା ସାମନାକୁ ଆସିଛି । ସେହିପରି କଟକରୁ ୨୦୫ ଜଣ, ସୁନ୍ଦରଗଡ଼ରୁ ୨୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୬ ହଜାର ୯୬୫ ।

ତେବେ ଅଡିଟ ପ୍ରୋସେସରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୨୨ ରହିଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୭୧୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭ ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଓ କଟକରୁ ୩ ଜଣ ଲେଖାଁଏ, କେନ୍ଦୁଝରରୁ ୨ଜଣ, ସୋନପୁର,ନବରଙ୍ଗପୁର, ନୟାଗଡ଼, ବୌଦ୍ଧ,ଜଗତସିଂହପୁର, ଗଞ୍ଜାମ,ବାଲଶ୍ୱରରୁ ଜଣେ ଲେଖାଁଏ ଅଛନ୍ତି ।

ସେହିପର ଦେଶରେ ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୧ଲକ୍ଷ ୨୭ ହଜାର ୯୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୭ ଦଶମିକ ୯୮ ପ୍ରତିଶତ । ସେହିପରି ୧ ହଜାର ୫୯ ଜଣଙ୍କ ଦିନକରେ ମୃତ୍ୟୁ ହୋଇଛି । ଦେଶରେ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୧ ହଜାର ୧୧୪କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୩ ଲକ୍ଷ ୩୧ ହଜାର ୬୪୮ ।

Leave A Reply

Your email address will not be published.