ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

0

ରାଜ୍ୟରେ ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁସଂଖ୍ୟା କମୁନି। ୩ ହଜାର ତଳକୁ ସଂକ୍ରମିତଙ୍କ ସଂଖ୍ୟା ଖସିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢୁଛି । ରାଜ୍ୟରେ ଗତ ୨୪ ଘଣ୍ଟା ରେ ୨ ହଜାର ୬୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୫ ଶହ ୨୧ ଜଣ ଥିବା ବେଳେ ହଜାରେ ୮୨ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ଅଛନ୍ତି ୩୪୯ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୪୪୪ ନୂଆ ମାମଲା ସାମନାକୁ ଆସିଛି । ସେହିପରି କଟକରୁ ୨୦୫ ଜଣ, ସୁନ୍ଦରଗଡ଼ରୁ ୨୦୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୬ ହଜାର ୯୬୫ ।

ତେବେ ଅଡିଟ ପ୍ରୋସେସରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୨୨ ରହିଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ମୋଟ କରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୭୧୧କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୭ ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଓ କଟକରୁ ୩ ଜଣ ଲେଖାଁଏ, କେନ୍ଦୁଝରରୁ ୨ଜଣ, ସୋନପୁର,ନବରଙ୍ଗପୁର, ନୟାଗଡ଼, ବୌଦ୍ଧ,ଜଗତସିଂହପୁର, ଗଞ୍ଜାମ,ବାଲଶ୍ୱରରୁ ଜଣେ ଲେଖାଁଏ ଅଛନ୍ତି ।

ସେହିପର ଦେଶରେ ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ରେ ୧ଲକ୍ଷ ୨୭ ହଜାର ୯୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ହାର ରହିଛି ୭ ଦଶମିକ ୯୮ ପ୍ରତିଶତ । ସେହିପରି ୧ ହଜାର ୫୯ ଜଣଙ୍କ ଦିନକରେ ମୃତ୍ୟୁ ହୋଇଛି । ଦେଶରେ ମୃତ୍ୟୁ ସଂଖ୍ୟା ୫ଲକ୍ଷ ୧ ହଜାର ୧୧୪କୁ ବୃଦ୍ଧି ପାଇଛି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୩ ଲକ୍ଷ ୩୧ ହଜାର ୬୪୮ ।

Leave A Reply

Your email address will not be published.