ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

‘ମୋଦୀଙ୍କ ହୃଦୟରେ ଓଡିଶା ପାଇଁ ସ୍ୱତନ୍ତ୍ର ସ୍ଥାନ ଅଛି’

0

ରେଳବଜେଟ ଘୋଷଣା ହେବା ପରେ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସାମ୍ବାଦିକ ସମ୍ମିଳନୀ କରି ଅଶ୍ୱିନୀ ବୈଷ୍ଣବ ରେଳ ବଜେଟରେ ଓଡିଶାକୁ ରେକର୍ଡ ଅନୁଦାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଆଗରୁ ଓଡିଶାକୁ ଯାହା ଅର୍ଥ ଦରକାର ଥିଲା ତାହା ମିଳିପାରୁନଥିଲା । ମାତ୍ର ଆଜି ଯାହା ଦାବି କରାଯାଉଛି ତାଠୁ ଅଧିକ ମିଳୁଛି ।

ୟୁପିଏ ସରକାର ଉପରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଥିଲେ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି, ୟୁପିଏ ସରକାର ସମୟରେ ଓଡିଶାକୁ ରେଳ ବଜେଟରେ ୮୦୦ କୋଟି ଟଙ୍କା ମିଳୁଥିଲା । କିନ୍ତୁ ଏବେ ମୋଦୀ ସରକାରରେ ୨୦୧୪ରୁ ୨୦୧୯ ମଧ୍ୟରେ ଓଡିଶାକୁ ବାର୍ଷିକ ହାରାହାରି ୪୧୨୪ କୋଟି ଟଙ୍କା ମିଳିଛି । ଯାହା ୟୁପିଏ ସରକାରରେ ରେଳବଜେଟରେ ମିଳୁଥିବା ଅର୍ଥଠୁ ଚାରିଗୁଣା ଅଧିକ । ଆଉ ଚଳିତ ବର୍ଷ ୯୭୩୪ କୋଟି ଟଙ୍କାର ରେକର୍ଡ ଅନୁଦାନ ଦିଆଯାଇଛି । ଜମି ଅଧିଗ୍ରହଣ ପ୍ରକ୍ରିୟା ଯେତେ ଶୀଘ୍ର ସରିବ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ସେହି ଅନୁସାରେ ଦ୍ରୁତ ଗତିରେ ଆଗେଇବ । ଯେତେ ଅଧିକ କାମ ହେବ ସେତେ ଅଧିକ ଟଙ୍କା ମିଳିବ । ମୟୂରଭଞ୍ଜରେ ୩ଟି ନୂଆ ରେଳ ଲାଇନ ପାଇଁ ବି କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ସେହିପରି ଓଡିଶାରେ ନେଟୱାର୍କ ଆସୁନଥିବା ଗାଁ ଗୁଡିକ ପାଇଁ ପାଇଁ ଟାୱାର ବ୍ୟବସ୍ଥା କରାଯାଉଛି । ଓଡିଶାରେ ୬ ହଜାରରୁ ଅଧିକ ଗାଁରେ ନେଟୱାର୍କ ଆସୁନଥିବା ନେଇ ତଥ୍ୟ ରହିଛି । ଗତ ଡିସେମ୍ବର ମାସରେ ୩୯୩୩ ସାଇଟ ଚିହ୍ନଟ କରାଯାଇଛି ଟାୱାର ବସାଇବା ପାଇଁ । ଏହା ଛଡା ଓଡିଶାରେ ୧୨ଟି ଷ୍ଟେସନର ଡିଜାଇନ ଓ ଅପଗ୍ରେଡେସନ ଚାଲିଛି । ୟୁପିଏ ସରକାର ସମୟରେ ବିଏସଏନଏଲ ସଂସ୍ଥା ଦେବାଳିଆରେ ପରିଣତ ହୋଇଥିଲା । ୨୦୧୪ ପରେ ପ୍ରଧାନମନ୍ତ୍ରୀ ଏଥିରେ କିଛି ସଂସ୍କାର ଆଣିବା ପରେ ଗତବର୍ଷ ଏଥିରେ କିଛି ଲାଭ ମିଳିଛି ।ଭାରତରେ ୪ଜି ର ଡିଜାଇନ ହୋଇସାରିଛି । ଏବେ ୫ଜି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଚାଲିଛି ।ଏଥିପାଇଁ ଏହି ବର୍ଷ ୪୫ ହଜାର କୋଟି ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

Leave A Reply

Your email address will not be published.