ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

‘ମୋଦୀଙ୍କ ହୃଦୟରେ ଓଡିଶା ପାଇଁ ସ୍ୱତନ୍ତ୍ର ସ୍ଥାନ ଅଛି’

0

ରେଳବଜେଟ ଘୋଷଣା ହେବା ପରେ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସାମ୍ବାଦିକ ସମ୍ମିଳନୀ କରି ଅଶ୍ୱିନୀ ବୈଷ୍ଣବ ରେଳ ବଜେଟରେ ଓଡିଶାକୁ ରେକର୍ଡ ଅନୁଦାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଓଡିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ଆଗରୁ ଓଡିଶାକୁ ଯାହା ଅର୍ଥ ଦରକାର ଥିଲା ତାହା ମିଳିପାରୁନଥିଲା । ମାତ୍ର ଆଜି ଯାହା ଦାବି କରାଯାଉଛି ତାଠୁ ଅଧିକ ମିଳୁଛି ।

ୟୁପିଏ ସରକାର ଉପରେ ସାମ୍ବାଦିକ ସମ୍ମିଳନୀରେ ବର୍ଷିଥିଲେ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି, ୟୁପିଏ ସରକାର ସମୟରେ ଓଡିଶାକୁ ରେଳ ବଜେଟରେ ୮୦୦ କୋଟି ଟଙ୍କା ମିଳୁଥିଲା । କିନ୍ତୁ ଏବେ ମୋଦୀ ସରକାରରେ ୨୦୧୪ରୁ ୨୦୧୯ ମଧ୍ୟରେ ଓଡିଶାକୁ ବାର୍ଷିକ ହାରାହାରି ୪୧୨୪ କୋଟି ଟଙ୍କା ମିଳିଛି । ଯାହା ୟୁପିଏ ସରକାରରେ ରେଳବଜେଟରେ ମିଳୁଥିବା ଅର୍ଥଠୁ ଚାରିଗୁଣା ଅଧିକ । ଆଉ ଚଳିତ ବର୍ଷ ୯୭୩୪ କୋଟି ଟଙ୍କାର ରେକର୍ଡ ଅନୁଦାନ ଦିଆଯାଇଛି । ଜମି ଅଧିଗ୍ରହଣ ପ୍ରକ୍ରିୟା ଯେତେ ଶୀଘ୍ର ସରିବ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ସେହି ଅନୁସାରେ ଦ୍ରୁତ ଗତିରେ ଆଗେଇବ । ଯେତେ ଅଧିକ କାମ ହେବ ସେତେ ଅଧିକ ଟଙ୍କା ମିଳିବ । ମୟୂରଭଞ୍ଜରେ ୩ଟି ନୂଆ ରେଳ ଲାଇନ ପାଇଁ ବି କାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ସେହିପରି ଓଡିଶାରେ ନେଟୱାର୍କ ଆସୁନଥିବା ଗାଁ ଗୁଡିକ ପାଇଁ ପାଇଁ ଟାୱାର ବ୍ୟବସ୍ଥା କରାଯାଉଛି । ଓଡିଶାରେ ୬ ହଜାରରୁ ଅଧିକ ଗାଁରେ ନେଟୱାର୍କ ଆସୁନଥିବା ନେଇ ତଥ୍ୟ ରହିଛି । ଗତ ଡିସେମ୍ବର ମାସରେ ୩୯୩୩ ସାଇଟ ଚିହ୍ନଟ କରାଯାଇଛି ଟାୱାର ବସାଇବା ପାଇଁ । ଏହା ଛଡା ଓଡିଶାରେ ୧୨ଟି ଷ୍ଟେସନର ଡିଜାଇନ ଓ ଅପଗ୍ରେଡେସନ ଚାଲିଛି । ୟୁପିଏ ସରକାର ସମୟରେ ବିଏସଏନଏଲ ସଂସ୍ଥା ଦେବାଳିଆରେ ପରିଣତ ହୋଇଥିଲା । ୨୦୧୪ ପରେ ପ୍ରଧାନମନ୍ତ୍ରୀ ଏଥିରେ କିଛି ସଂସ୍କାର ଆଣିବା ପରେ ଗତବର୍ଷ ଏଥିରେ କିଛି ଲାଭ ମିଳିଛି ।ଭାରତରେ ୪ଜି ର ଡିଜାଇନ ହୋଇସାରିଛି । ଏବେ ୫ଜି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଚାଲିଛି ।ଏଥିପାଇଁ ଏହି ବର୍ଷ ୪୫ ହଜାର କୋଟି ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

Leave A Reply

Your email address will not be published.