ପ୍ରମୁଖ ଖବର

ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭଗବନ୍ତ ମାନଙ୍କ ଦିଲ୍ଲୀ ବାସଭବନରେ ନିର୍ବାଚନ କମିଶନ ଚଢାଉ
ଫେବୃଆରୀ ୧୫ ତାରିଖ ଯାଏଁ ବଢ଼ିଲା ଇ-କେୱାଇସି ଅପଡେଟ ଅବଧି
କୁମ୍ଭମେଳାକୁ ଓଡ଼ିଶାରୁ ସ୍ୱତନ୍ତ୍ର ବସ୍‌ ସେବା ବାତିଲ କଲା ଓଏସଆରଟିସି
ଆମେରିକାରେ ବିମାନ ଦୁର୍ଘଟଣାରେ, ୧୯ ମୃତ

ସେପାରିରେ ସ୍ୱର ସାମ୍ରାଜ୍ଞୀ

0

ଥମିଯାଇଛି ଭାରତର ସ୍ୱର । ଯାହାଙ୍କ ଯାଦୁଗରୀ ସ୍ୱର ଭାରତବାସୀଙ୍କୁ ବିମୋହିତ କରୁଥିଲା ସେ ଆଉ ନାହାନ୍ତି । ଦେଶ ଆଜି ଗୋଟେ ଉଜ୍ୱଳ ତାରାକୁ ହରାଇଛି । ଶେଷରେ ନୀରବିଗଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର । ଏବେ ଅଫେରା ରାଇଜରେ କୋକିଳକଣ୍ଠୀ । ୯୨ ବର୍ଷରେ ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଆଖି ବୁଜିଛନ୍ତି ଲତା । ଗତ ୨୯ ଦିନ ହେବ ଭେଣ୍ଟିଲେଟରରେ ଥିବା ବେଳେ ଆଜି ସେ ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି । ଆଜି ସକାଳ ୮ଟା ୧୨ ମିନିଟରେ ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଲତା ମଙ୍ଗେସରକର ପରଲୋକ ପୁରା ଦେଶ ମ୍ରିୟମ୍ରାଣ ହୋଇଯାଇଛି ।

ଜାନୁଆରେ ୮ରେ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହ ସେ ପରେ ନିମୋନିଆରେ ମଧ୍ୟ ପୀଡିତ ଥିଲେ । ଜାନୁଆରୀ ୨୮ରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ । କିନ୍ତୁ ହଠାତ ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରରେ ରଖାଯାଇଥିଲ । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲିକ୍ଷିତ ହୋଇନଥିଲା । ଆଜି ସକାଳୁସେ ଆଖି ବୁଜିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପାଖରେ ଶଦ୍ଦ ନାହିଁ ବୋଲି ଲେଖିଛନ୍ତି । ଲତାଙ୍କ ପରଲୋକରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା ତାହା କେବେ ପୂରଣ ହୋଇପାରିବ ନାହିଁ । ପିଢି ପରେ ପିଢି ତାଙ୍କୁ ମନେ ରଖିଥିବେ ବୋଲି ମୋଦୀ କହିଛନ୍ତି । ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଲତା ମଙ୍ଗେସକରଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ କଳାକାର ଥିଲେ । ଲତା ୫ ବର୍ଷ ବୟସରୁ ତାଙ୍କ ବାପାଙ୍କଠୁ ସଙ୍ଗୀତ ଶିକ୍ଷା କରିଥିଲେ । ଲତା ମାତ୍ର ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ହୃଦଘାତରେ ପରଲୋକକ ହୋଇଥିଲ ।

ପରେ ପରିବାରର ଭରଣପୋଷଣ ନିମନ୍ତେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ଲତା । ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ୮ଟି ହିନ୍ଦୀ ଓ ମରାଠୀ ଫିଲ୍ମରେ କଣ୍ଠଦାନ କରିଥିଲେ ଲତା । ୧୯୪୨ରେ ମରାଠୀ ଫିଲ୍ମ ‘କିଟ୍ଟି ହାସଲ’ରୁ ସେ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୪୮ରେ ଲତାଙ୍କୁ ମିଳିଥିଲା ବଡ଼ ବ୍ରେକ । ତାଙ୍କୁ ଏହି ସୁଯୋଗ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର । ହିଟ ଫିଲ୍ମ ‘ମଜବୁର’ର ଗୀତ ‘ଦିଲ ମେରା ଡୋଡା,ମୁଝେ କହିଁକା ନା ଛୋଡା’ ସେ ଗାଇଥିଲେ । ଲତା ଉଭୟ ହିନ୍ଦୀ ଓ ମରାଠୀରେ ଗୀତ ଗାଉଥିଲେ ।

  • ୧୯୫୮- ପ୍ରଥମ ଫିଲ୍ମ ଫେୟାର ପୁରସ୍କାର
  • ୧୯୬୯-ପଦ୍ମ ଭୂଷଣ
  • ୧୯୬୯- ଶ୍ରେଷ୍ଠ ପ୍ରଚ୍ଚଦପଟ ଗାୟିକା
  • ୧୯୮୯- ଦାଦା ସାହେବ ଫାଲକେ ପୁରସ୍କାର
  • ୧୯୯୩- ଜୀବନବ୍ୟାପୀ ସାଧନା ପୁରସ୍କାର
  • ୧୯୯୭- ମହାରାଷ୍ଟ୍ର ଭୂଷଣ ପୁରସ୍କାର
  • ୧୯୯୯- ପଦ୍ମ ବିଭୂଷଣ
  • ୨୦୦୧- ଭାରତ ରତ୍ନ
  • ୨୦୦୯-୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ
  • ୨୦୧୧- ଗିନିଜ୍ ବୁକ ଅଫ ରେକର୍ଡରେ ସ୍ଥାନିତ
Leave A Reply

Your email address will not be published.