ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସେପାରିରେ ସ୍ୱର ସାମ୍ରାଜ୍ଞୀ

0

ଥମିଯାଇଛି ଭାରତର ସ୍ୱର । ଯାହାଙ୍କ ଯାଦୁଗରୀ ସ୍ୱର ଭାରତବାସୀଙ୍କୁ ବିମୋହିତ କରୁଥିଲା ସେ ଆଉ ନାହାନ୍ତି । ଦେଶ ଆଜି ଗୋଟେ ଉଜ୍ୱଳ ତାରାକୁ ହରାଇଛି । ଶେଷରେ ନୀରବିଗଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର । ଏବେ ଅଫେରା ରାଇଜରେ କୋକିଳକଣ୍ଠୀ । ୯୨ ବର୍ଷରେ ମୁମ୍ବାଇ ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଆଖି ବୁଜିଛନ୍ତି ଲତା । ଗତ ୨୯ ଦିନ ହେବ ଭେଣ୍ଟିଲେଟରରେ ଥିବା ବେଳେ ଆଜି ସେ ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି । ଆଜି ସକାଳ ୮ଟା ୧୨ ମିନିଟରେ ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଲତା ମଙ୍ଗେସରକର ପରଲୋକ ପୁରା ଦେଶ ମ୍ରିୟମ୍ରାଣ ହୋଇଯାଇଛି ।

ଜାନୁଆରେ ୮ରେ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହ ସେ ପରେ ନିମୋନିଆରେ ମଧ୍ୟ ପୀଡିତ ଥିଲେ । ଜାନୁଆରୀ ୨୮ରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ । କିନ୍ତୁ ହଠାତ ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରରେ ରଖାଯାଇଥିଲ । କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲିକ୍ଷିତ ହୋଇନଥିଲା । ଆଜି ସକାଳୁସେ ଆଖି ବୁଜିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପାଖରେ ଶଦ୍ଦ ନାହିଁ ବୋଲି ଲେଖିଛନ୍ତି । ଲତାଙ୍କ ପରଲୋକରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହେଲା ତାହା କେବେ ପୂରଣ ହୋଇପାରିବ ନାହିଁ । ପିଢି ପରେ ପିଢି ତାଙ୍କୁ ମନେ ରଖିଥିବେ ବୋଲି ମୋଦୀ କହିଛନ୍ତି । ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଲତା ମଙ୍ଗେସକରଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ କଳାକାର ଥିଲେ । ଲତା ୫ ବର୍ଷ ବୟସରୁ ତାଙ୍କ ବାପାଙ୍କଠୁ ସଙ୍ଗୀତ ଶିକ୍ଷା କରିଥିଲେ । ଲତା ମାତ୍ର ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ହୃଦଘାତରେ ପରଲୋକକ ହୋଇଥିଲ ।

ପରେ ପରିବାରର ଭରଣପୋଷଣ ନିମନ୍ତେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ ଲତା । ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ୮ଟି ହିନ୍ଦୀ ଓ ମରାଠୀ ଫିଲ୍ମରେ କଣ୍ଠଦାନ କରିଥିଲେ ଲତା । ୧୯୪୨ରେ ମରାଠୀ ଫିଲ୍ମ ‘କିଟ୍ଟି ହାସଲ’ରୁ ସେ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୪୮ରେ ଲତାଙ୍କୁ ମିଳିଥିଲା ବଡ଼ ବ୍ରେକ । ତାଙ୍କୁ ଏହି ସୁଯୋଗ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ ହାଇଦର । ହିଟ ଫିଲ୍ମ ‘ମଜବୁର’ର ଗୀତ ‘ଦିଲ ମେରା ଡୋଡା,ମୁଝେ କହିଁକା ନା ଛୋଡା’ ସେ ଗାଇଥିଲେ । ଲତା ଉଭୟ ହିନ୍ଦୀ ଓ ମରାଠୀରେ ଗୀତ ଗାଉଥିଲେ ।

  • ୧୯୫୮- ପ୍ରଥମ ଫିଲ୍ମ ଫେୟାର ପୁରସ୍କାର
  • ୧୯୬୯-ପଦ୍ମ ଭୂଷଣ
  • ୧୯୬୯- ଶ୍ରେଷ୍ଠ ପ୍ରଚ୍ଚଦପଟ ଗାୟିକା
  • ୧୯୮୯- ଦାଦା ସାହେବ ଫାଲକେ ପୁରସ୍କାର
  • ୧୯୯୩- ଜୀବନବ୍ୟାପୀ ସାଧନା ପୁରସ୍କାର
  • ୧୯୯୭- ମହାରାଷ୍ଟ୍ର ଭୂଷଣ ପୁରସ୍କାର
  • ୧୯୯୯- ପଦ୍ମ ବିଭୂଷଣ
  • ୨୦୦୧- ଭାରତ ରତ୍ନ
  • ୨୦୦୯-୩ଟି ଜାତୀୟ ଚଳଚ୍ଚିତ୍ର ସମ୍ମାନ
  • ୨୦୧୧- ଗିନିଜ୍ ବୁକ ଅଫ ରେକର୍ଡରେ ସ୍ଥାନିତ
Leave A Reply

Your email address will not be published.