ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭାରତ ଜିତିଲା ବିଶ୍ୱକପ

0

ଅଣ୍ଡର-୧୯ ବିଶ୍ୱକପରେ ପୁଣି ଥରେ କମାଲ ଦେଖାଇଛି ଟିମ ଇଣ୍ଡିଆ । ବିଶ୍ୱକପ ଜିତିଛି ଭାରତ । ଶନିବାର ଅଷ୍ଟମ ଥର ଫାଇନାଲ ଖେଳି ସର୍ବାଧିକ ପଞ୍ଚମ ଥର ବିଶ୍ୱକପ ଜିତିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ । ୨୪ ବର୍ଷ ପରେ ଫାଇନାଲକୁ ଯାଇଥିବା ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତ ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ ଜିତିନେଇଛି ।

୧୯୦ ରନ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୧୪ଟି ବଲ ବାକି ଥାଇ ୬ ୱିକେଟ ହରାଇ ୧୯୫ ରନ କରି ବିଜୟୀ ହୋଇଛି । ରବି କୁମାର ଓ ରାଜ୍ ବାୱାଙ୍କ ଘାତକ ବୋଲିଂ ଫଳରେ ଦ୍ୱିତୀୟ ଥର ବିଶ୍ୱକପ ଜିତିବା ଲକ୍ଷ୍ୟରେ ଥିବା ଇଂଲଣ୍ଡକୁ ଭାରତ ୪୪.୫ ଓଭରରେ ମାତ୍ର ୧୮୯ ରନରେ ଅଲଆଉଟ କରିଦେଇଥିଲା । ନିଶାନ୍ତ ସିନ୍ଧୁଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୪୭.୪ ଓଭରରେ ୬ ୱିକେଟ ହରାଇ ୧୯୫ ରନ କରି ମୁକାବିଲାକୁ ଜିତିନେଇଛି । ସିନ୍ଧୁ୫୪ ବଲରେ ୫ ଚୌକା, ଗୋଟେ ଛକା ସହ ୫୦ ରନ କରି ଅପରାଜିତ ଥିଲେ ।

ଭାରତୀୟ ଦଳ ୪ ବର୍ଷ ପରେ ଭାରତକୁ ଅଣ୍ଡର -୧୯ କ୍ରିକେଟରେ ବିଶ୍ୱକପ ଆଣିବା ପରେ ସବୁଆଡେ ଖୁସିର ଲହରି ଖେଳିଯାଇଛି । ଦଳଗତ ଭାବେ ଭାରତ ୫ ଥର ବିଶ୍ୱକପ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ଅଧିନାୟକ ୟଶ୍‌ ଧୂଲ ବ୍ୟକ୍ତିଗତ ଭାବେ ଭାରତକୁ ବିଶ୍ୱବିଜୟୀ କରିଥିବା ମହମ୍ମଦ କୈଫ, ବିରାଟ କୋହଲି, ଉନ୍ମୃକ୍ତ ଚାନ୍ଦ ଓ ପୃଥ୍ୱୀ ସଙ୍କ ଏଲିଟ କ୍ଲବରେ ସାମିଲ ହୋଇଛନ୍ତି । ଇଂଲଣ୍ଡ ବ୍ୟାଟିଂକ୍ରମକୁ ଧ୍ୱସ୍ତ ବିଧ୍ୱସ୍ତ କରିଥିବା ରାଜ୍ ବାୱା ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ୫ ୱିକେଟ ସଫଳତାର ସହ ହାସଲ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଓ ୨୦୧୮ରେ ଚମ୍ପିଆନ ହୋଇଥିବା ବେଳେ ୨୦୦୬,୨୦୧୬ ଓ ୨୦୨୦ରେ ରନର୍ସ ଅପ ହୋଇଥିଲା ।

Leave A Reply

Your email address will not be published.