ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ବିଜେଡି,ବିଜେପି ଓ ଉଷୁନା ଚାଉଳ

0

କେନ୍ଦ୍ର ସରକାର ଉଷୁନା ଚାଉଳ ନଉଠାଇବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ବିଜୁ ଜନତା ଦଳର ମୁଖପାତ୍ର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହିତ କେନ୍ଦ୍ର କାହିଁକି ବଳକା ଚାଉଳ ନେଉନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ଆସନ୍ତାକାଲି ଏଫସିଆଇ(ଫୁଡ କର୍ପୋରେସନ ଅଫ ଇଣ୍ଡିଆ) ଭୁବନେଶ୍ୱର ଅଫିସ ଆଗରେ ଧାରଣା ଦେବ ବିଜେଡି ।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ କହିବା ଅନୁସାରେ, ୨୦୨୦-୨୧ ଖରିଫ ଋତୁରେ ଓଡିଶାରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉନ ଉତ୍ପାଦନ ହୋଇଥିଲା ।ସେ ଭିତରୁ ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ ଟନ୍ ନିଜ ବ୍ୟବହାର ପାଇଁ ରଖିଛନ୍ତି । ତେବେ ବଳକା ୨୨ ଲକ୍ଷ ମେଟ୍ରିକ ଟନ କେନ୍ଦ୍ର ସରକାର ଏଫିସିଆଇ ମାଧ୍ୟମରେ ନେବା କଥା ଯାହାକୁ କେନ୍ଦ୍ର ସରକାର ନେଇନଥିବା ବିଜେଡି ଅଭିଯୋଗ କରିଛି । ଚାଷୀ ମାରଣ ନୀତିରୁ ଓହରି ସଂଘୀୟ ବିଧି ବ୍ୟବସ୍ଥା ମଧ୍ୟରେ ଓଡିଶାର ଉଷୁନା ଧାନ କେନ୍ଦ୍ର ଉଠାଉ ବୋଲି ଦାବି ହୋଇଛି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ଚାଷୀଙ୍କ ପାଇଁ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ହେଲେ ତାଙ୍କ ଆଖିରୁ ଚାଷୀଙ୍କ ପାଇଁ ଟୋପାଏ ଲୁହ ବୋହୁନି । ଏହି ପ୍ରସଙ୍ଗରେ ବିଜେପି ନେତାଙ୍କ କଥା ଗୋଟେ କାମ ଗୋଟେ ବୋଲି କହିଛନ୍ତି ସୁଲତା ଦେଓ ।

ସେପଟେ ବିଜେପି କହିଛି, ବିଜେଡି ପଂଚାୟତ ନିର୍ବାଚନ ଥିବାରୁ ଚାଷୀ ନାଁରେ ଅଯଥା ସୁଆଙ୍ଗ କରୁଛି । ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି, ଚାଷୀମାନେ ଧାନ ବିକନ୍ତି, ଚାଉଳ ନୁହେଁ ଏଫସିଆଇ ଅରୁଆ ଚାଉଳ ନେବାକୁ ରାଜି ଅଛି । ମିଲର ମାନେ ଧାନରୁ ଅରୁଆ ଚାଉଳ କରୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ମିଲରଙ୍କ ପାଇଁ ବିଜେଡି ଓକିଲାତି କରୁଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.