ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ବିଜେଡି,ବିଜେପି ଓ ଉଷୁନା ଚାଉଳ

0

କେନ୍ଦ୍ର ସରକାର ଉଷୁନା ଚାଉଳ ନଉଠାଇବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି। ସାମ୍ବାଦିକ ସମ୍ମିଳନୀ କରି ବିଜୁ ଜନତା ଦଳର ମୁଖପାତ୍ର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହିତ କେନ୍ଦ୍ର କାହିଁକି ବଳକା ଚାଉଳ ନେଉନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାକୁ ନେଇ ଆସନ୍ତାକାଲି ଏଫସିଆଇ(ଫୁଡ କର୍ପୋରେସନ ଅଫ ଇଣ୍ଡିଆ) ଭୁବନେଶ୍ୱର ଅଫିସ ଆଗରେ ଧାରଣା ଦେବ ବିଜେଡି ।

ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ କହିବା ଅନୁସାରେ, ୨୦୨୦-୨୧ ଖରିଫ ଋତୁରେ ଓଡିଶାରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉନ ଉତ୍ପାଦନ ହୋଇଥିଲା ।ସେ ଭିତରୁ ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ ଟନ୍ ନିଜ ବ୍ୟବହାର ପାଇଁ ରଖିଛନ୍ତି । ତେବେ ବଳକା ୨୨ ଲକ୍ଷ ମେଟ୍ରିକ ଟନ କେନ୍ଦ୍ର ସରକାର ଏଫିସିଆଇ ମାଧ୍ୟମରେ ନେବା କଥା ଯାହାକୁ କେନ୍ଦ୍ର ସରକାର ନେଇନଥିବା ବିଜେଡି ଅଭିଯୋଗ କରିଛି । ଚାଷୀ ମାରଣ ନୀତିରୁ ଓହରି ସଂଘୀୟ ବିଧି ବ୍ୟବସ୍ଥା ମଧ୍ୟରେ ଓଡିଶାର ଉଷୁନା ଧାନ କେନ୍ଦ୍ର ଉଠାଉ ବୋଲି ଦାବି ହୋଇଛି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ଚାଷୀଙ୍କ ପାଇଁ ବିଜେପି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି । ହେଲେ ତାଙ୍କ ଆଖିରୁ ଚାଷୀଙ୍କ ପାଇଁ ଟୋପାଏ ଲୁହ ବୋହୁନି । ଏହି ପ୍ରସଙ୍ଗରେ ବିଜେପି ନେତାଙ୍କ କଥା ଗୋଟେ କାମ ଗୋଟେ ବୋଲି କହିଛନ୍ତି ସୁଲତା ଦେଓ ।

ସେପଟେ ବିଜେପି କହିଛି, ବିଜେଡି ପଂଚାୟତ ନିର୍ବାଚନ ଥିବାରୁ ଚାଷୀ ନାଁରେ ଅଯଥା ସୁଆଙ୍ଗ କରୁଛି । ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି, ଚାଷୀମାନେ ଧାନ ବିକନ୍ତି, ଚାଉଳ ନୁହେଁ ଏଫସିଆଇ ଅରୁଆ ଚାଉଳ ନେବାକୁ ରାଜି ଅଛି । ମିଲର ମାନେ ଧାନରୁ ଅରୁଆ ଚାଉଳ କରୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ମିଲରଙ୍କ ପାଇଁ ବିଜେଡି ଓକିଲାତି କରୁଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.