ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

‘ସ୍କୁଲ ଖୋଲିବା ଖୁସିରେ ମୁଁ ବି ଖୁସି..ପିଲାଙ୍କୁ ସ୍କୁଲ ଛାଡନ୍ତୁ’

0

କୋଭିଡ ସଂକ୍ରମଣ କମିବା ପରେ ଆଜିଠୁ ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିଛି । ସ୍କୁଲ ଖୋଲିବା ପରେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛାତ୍ରଛାତ୍ରୀମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି,ପିଲମାନେ ଆଜି ସ୍କୁଲ ଆସିଲେ । ସ୍କୁଲ ଖୋଲିବା ନିଷ୍ପତ୍ତି ପିଲାଙ୍କୁ ଖୁସି ଦେଇଛି । ପିଲାଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି ଥିବା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲିବା ଅର୍ଥ ସ୍ଥିତି ସ୍ୱାଭାବିକ ହେଉଛି । ପାଠ ପଢା ସହ, ନାଚ ଗୀତ, ଖେଳ କୁଦ ପୂର୍ବ ପରି ଚାଲିବ । ପିଲାମାନେ ଭୟ କରନ୍ତୁ ନାହିଁ ।ଆମେ ସମସ୍ତେ ତୁମ ମାନଙ୍କ ସହ ଅଛୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଏହା ସହ ସେ କହିଛନ୍ତି, ପାଠପଢାରେ ଯାହା କ୍ଷତି ହୋଇଛି ତାକୁ ଭରଣା କରିବା । ପିଲାମାନଙ୍କର କୌଣସି ଅସୁବିଧା ହେବନି । ପିଲାଙ୍କ ସହ ଶିକ୍ଷକଙ୍କୁ ବି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତେ ମିଶି ପାଠ ପଢା କ୍ଷତିର ଭରଣା କରିବା । ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ କର୍ତ୍ତୁପକ୍ଷ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛନ୍ତି । ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ । । କୋଭିଡ ନିୟମ ଉପରେ ଧ୍ୟାନ ଦିଅନ୍ତୁ । ଭିବଷ୍ୟତର ମୁକାବିଲା ପାଇଁ ଏ ଅନୁଭୂତି ପିଲାଙ୍କ କାମ ଦେବ ବୋଲି ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.