ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

କମୁଛି କରୋନା, ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

0

କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତୃତୀୟ ଲହରର ପ୍ରକୋପ ଦେଶ ଓ ରାଜ୍ୟରୁ କମୁଛି । ଯାହା ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଛି । ଦେଶରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଲକ୍ଷେ ତଳକୁ ଦୈନିକ ସଂକ୍ରମଣ ରହିଛି । ଗତ ୨୪ ଘଣ୍ଟା ରେ ୬୭ ହଜାର ୫୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ରହିଛି ୫ ପ୍ରତିଶତ । ସାପ୍ତାହିକ ସଂକ୍ରମଣ ହାର ରହିଛି ୮.୩୦% । ଗତକାଲି ତୁଳନାରେ ଆଜି ୧୯.୪ ପ୍ରତିଶତ କମ ମାମଲା ଆସିଛି ।

ତେବେ ଭଲ ଖବର ହେଉଛି ଯେ, ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଦୁଇ ଗୁଣରୁ ଅଧିକ ରହିଛି । ଦେଶରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ କମିନି । ଆଜି ବି ୧୧ଶହ ୮୮ ଜଣ କରୋନାରେ ଆଖି ବୁଜିଥିବା ତଥ୍ୟ ଦିଆଯାଇଛି । ଦେଶରେ ଏବେ ୯ ଲକ୍ଷ ୯୪ ହଜାର ୮୯୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଗତ ୨୪ ଘଣ୍ଟା ରେ ୧ ଲକ୍ଷ ୮୦ ହଜାର ୪୫୬ ଜଣ ସୁସ୍ଥ ହୋଇଛନ୍ତି କରୋନାରୁ । କେରଳରେ ସର୍ବାଧିକ ୨୨,୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରୁ ୬,୪୩୬,କର୍ଣ୍ଣାଟକରୁ ୬,୧୫୧, ତାମିଲନାଡୁରୁ ୫, ୧୦୪ ଓ ମଧ୍ୟପ୍ରଦେଶରୁ ୩,୯୪୫ ନୂଆ ମାମଲା ଆସିଛି । ଏହ ୫ ରାଜ୍ୟରୁ ମୋଟ ସଂକ୍ରମଣର ୬୫.୩୩% ଆକ୍ରାନ୍ତ ରହିଛନ୍ତି ।

ସେହିପରି ରାଜ୍ୟରେ ମଧ୍ୟ ସଂକ୍ରମଣ ତଳମୁହାଁ ରହିଛି । ଗତ ୨୪ ଘଣ୍ଟା ରେ ୧୫ ଶହ ୦୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ୩୨୯ ଜଣ ଅଛନ୍ତି । ସଙ୍ଗରୋଧରୁ ୮୭୩ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬୩୦ ଜଣ ଅଛନ୍ତି । ଏଥିସହ ୨୪ ଘଣ୍ଟାରେ ୩ ହଜାର ୬୨୧ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜି ଆଉ ୨୧ ଜଣଙ୍କ ମୃତ୍ୟୁ ନେଇ ତଥ୍ୟ ଦିଆଯାଇଛି । ମୃତକଙ୍କ ମଧ୍ୟରେ ଯାଜପୁର ଓ ମୟୂରଭଞ୍ଜରୁ ୩ ଜଣ ଲେଖାଁଏ ରହିଥିବା ବେଳେ ବାଲେଶ୍ୱର,କଟକ,ସୁନ୍ଦରଗଡ଼ରୁ ୨ ଜଣ ଲେଖାଁଏ ରହିଛନ୍ତି । ସେହିପରି ଭଦ୍ରକ, ଢେଙ୍କାନାଳ,ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦୁଝର, ନୂଆପଡ଼ା,ପୁରୀ, କେନ୍ଦ୍ରାପଡ଼ାରୁ ଜଣେ ଲେଖାଁଏ ରହିଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.