ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର

0

ଟେଲିଭିଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି । ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର । ବି.ଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ସୋ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରୁଥିବା ପ୍ରବୀଣ କୁମାର ସୋବିତଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ସେ ଆଖିବୁଜିଛନ୍ତି । ପ୍ରବୀଣ କିଛି ଦିନ ହେବ ଅସୁସ୍ଥ ଥିଲେ । ପିଠିରେ ଯନ୍ତ୍ରଣା ଯୋଗୁଁ ସେ ବହୁ କଷ୍ଟ ପାଉଥିଲେ । କିଛି ମାସ ପୂର୍ବରୁ ପ୍ରବୀଣଙ୍କ ଅସ୍ତ୍ରୋପଚାର ହୋଇଥିଲା । କିନ୍ତୁ ଚାଲିବା ବୁଲିବା କରିପାରୁ ନଥିଲେ । ପ୍ରବୀଣଙ୍କ ହୃହଘାତରେ ମୃତ୍ୟୁ ହୋଇଥିବା ତାଙ୍କ ଝିଅ ସୂଚନା ଦେଇଛନ୍ତି । ଗତକାଲି ରାତିରେ ହଠାତ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ଅକ୍ସିଜେନ ସ୍ତର ଖସିଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ତାଙ୍କ ଝିଅ କହିଛନ୍ତି ।

ପ୍ରବୀଣ କୁମାର ମହାଭାରତ ସିରିଏଲ ବ୍ୟତୀତ ଅନେକ ବଲିଉଡ ଫିଲ୍ମରେ ଦମଦାର ଅଭିନୟ କରି ଲୋକଙ୍କ ମନ ଜିଣିଥିଲେ । କିନ୍ତୁ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ । ଭୀମ ଭୂମିକାରେ ତାଙ୍କୁ ଲୋକେ ବହୁତ ପସନ୍ଦ କରିଥିଲେ । ବି.ଆର ଚୋପ୍ରା ମହାଭାରତର ଭୀମ ଚରିତ୍ର ନିମନ୍ତେ ଜଣେ ଡେଙ୍ଗା ଓ ବଳିଷ୍ଠ କଳାକାର ଖୋଜୁଥିଲେ । ୧୯୮୬ରେ ପ୍ରବୀଣ ବି.ଆର ଚୋପ୍ରାଙ୍କୁ ଦେଖିବା କରିବା ଭୀମ ଚରିତ୍ରରେ ଅଭିନୟ ପାଇଁ ଫାଇନାଲ ହୋଇଥିଲେ । ଏହା ପରେ ତାଙ୍କୁ ସଫଳତା ପରେ ସଫଳତା ମିଳିଚାଲିଥିଲା । ପ୍ରବୀଣଙ୍କ ଦେହାନ୍ତ ଖବର ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ପ୍ରବୀଣ ଅଭିନୟରେ ପାଦ ଦେବା ପୂର୍ବରୁ ଜଣେ ଆଗଧାଡ଼ିର ଆଟଲେଟ ମଧ୍ୟ ଥିଲେ । ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ପ୍ରବୀଣ ୧୯୬୦ରୁ ୭୦ ମଧ୍ୟରେ ଆଗଧାଡିର ଆଥଲେଟ ଥିବା ବେଳେ ଏସିଆନ ଗେମ୍ସରେ ୪ଟି ମେଡାଲ ଜିତିଥିଲେ । ସେଥିମଧ୍ୟରୁ ୨ଟି ସ୍ୱର୍ଣ୍ଣ,ଗୋଟିଏ ବୋଞ୍ଜ, ଓ ଅନ୍ୟ ଏକ ସିଲଭର ମେଡାଲ ଥିଲା । ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.