ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର

0

ଟେଲିଭିଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି । ପରଲୋକରେ ମହାଭାରତର ଭୀମ ପ୍ରବୀଣ କୁମାର । ବି.ଆର ଚୋପ୍ରାଙ୍କ ଲୋକପ୍ରିୟ ପୌରାଣିକ ସୋ ‘ମହାଭାରତ’ରେ ଭୀମ ଭୂମିକାରେ ଅଭିନୟ କରୁଥିବା ପ୍ରବୀଣ କୁମାର ସୋବିତଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ସେ ଆଖିବୁଜିଛନ୍ତି । ପ୍ରବୀଣ କିଛି ଦିନ ହେବ ଅସୁସ୍ଥ ଥିଲେ । ପିଠିରେ ଯନ୍ତ୍ରଣା ଯୋଗୁଁ ସେ ବହୁ କଷ୍ଟ ପାଉଥିଲେ । କିଛି ମାସ ପୂର୍ବରୁ ପ୍ରବୀଣଙ୍କ ଅସ୍ତ୍ରୋପଚାର ହୋଇଥିଲା । କିନ୍ତୁ ଚାଲିବା ବୁଲିବା କରିପାରୁ ନଥିଲେ । ପ୍ରବୀଣଙ୍କ ହୃହଘାତରେ ମୃତ୍ୟୁ ହୋଇଥିବା ତାଙ୍କ ଝିଅ ସୂଚନା ଦେଇଛନ୍ତି । ଗତକାଲି ରାତିରେ ହଠାତ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ଅକ୍ସିଜେନ ସ୍ତର ଖସିଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ତାଙ୍କ ଝିଅ କହିଛନ୍ତି ।

ପ୍ରବୀଣ କୁମାର ମହାଭାରତ ସିରିଏଲ ବ୍ୟତୀତ ଅନେକ ବଲିଉଡ ଫିଲ୍ମରେ ଦମଦାର ଅଭିନୟ କରି ଲୋକଙ୍କ ମନ ଜିଣିଥିଲେ । କିନ୍ତୁ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ । ଭୀମ ଭୂମିକାରେ ତାଙ୍କୁ ଲୋକେ ବହୁତ ପସନ୍ଦ କରିଥିଲେ । ବି.ଆର ଚୋପ୍ରା ମହାଭାରତର ଭୀମ ଚରିତ୍ର ନିମନ୍ତେ ଜଣେ ଡେଙ୍ଗା ଓ ବଳିଷ୍ଠ କଳାକାର ଖୋଜୁଥିଲେ । ୧୯୮୬ରେ ପ୍ରବୀଣ ବି.ଆର ଚୋପ୍ରାଙ୍କୁ ଦେଖିବା କରିବା ଭୀମ ଚରିତ୍ରରେ ଅଭିନୟ ପାଇଁ ଫାଇନାଲ ହୋଇଥିଲେ । ଏହା ପରେ ତାଙ୍କୁ ସଫଳତା ପରେ ସଫଳତା ମିଳିଚାଲିଥିଲା । ପ୍ରବୀଣଙ୍କ ଦେହାନ୍ତ ଖବର ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ପ୍ରବୀଣ ଅଭିନୟରେ ପାଦ ଦେବା ପୂର୍ବରୁ ଜଣେ ଆଗଧାଡ଼ିର ଆଟଲେଟ ମଧ୍ୟ ଥିଲେ । ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ପ୍ରବୀଣ ୧୯୬୦ରୁ ୭୦ ମଧ୍ୟରେ ଆଗଧାଡିର ଆଥଲେଟ ଥିବା ବେଳେ ଏସିଆନ ଗେମ୍ସରେ ୪ଟି ମେଡାଲ ଜିତିଥିଲେ । ସେଥିମଧ୍ୟରୁ ୨ଟି ସ୍ୱର୍ଣ୍ଣ,ଗୋଟିଏ ବୋଞ୍ଜ, ଓ ଅନ୍ୟ ଏକ ସିଲଭର ମେଡାଲ ଥିଲା । ଅର୍ଜୁନ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.