ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଏପ୍ରିଲରେ ବିବାହ କରିବେ ଆଲିଆ-ରଣବୀର!

0

ଆଲିଆ ଭଟ୍ଟ ଓ ରଣବୀର କପୁର ବଲିଉଡର ଚର୍ଚ୍ଚିତ ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ଉଭୟ କେବେ ବିବାହ କରିବେ ତାକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ । ‘ବ୍ରହ୍ମାସ୍ତ୍ର’ର ମୋସନ ପୋଷ୍ଟର ଲ ରେ ଫ୍ୟାନ୍ସ ଗଣମାଧ୍ୟମ ସାମନାରେ ରଣବୀରଙ୍କୁ ତାଙ୍କ ର ବିବାହ କେବେ ହେବ ନେଇ ପ୍ରଶ୍ନ କରିଥିଲେ । କୌଣସି ନା କୌଣସି କାରଣରୁ ଉଭୟଙ୍କ ବିବାହ ଘୁଞ୍ଚିଘୁଞ୍ଚି ଯାଉଛି । ଆଶାକରାଯାଉଛି , ୨୦୨୨ରେ ଉଭୟ ବିବାହ କରି ନୂଆ ଜୀବନ ଆରମ୍ଭ କରିବେ । ଏବେ ଫ୍ୟାନ୍ସଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ନପଡିପାରେ ।

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆଲିଆ ଭଟ୍ଟ ଓ ରଣବୀର କପୁର ୨୦୨୨, ଏପ୍ରିଲ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗତ କିଛି ଦିନ ହେବ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ୨୦୨୧ ଡିସେମ୍ବର ଉଭୟ ବିବାହ କରିବା ନେଇ ଚର୍ଚ୍ଚା ହୋଇଥିଲା । ଇ ଟାଇମ୍ସର ରିପୋର୍ଟ ଅନୁସାରେ ଆଲିଆ ଓ ରଣବୀର ଆସନ୍ତା ଏପ୍ରିଲରେ ବିବାହ କରିବା ନେଇ ପ୍ରସ୍ତୁତି କରୁଛନ୍ତି । ଉଭୟଙ୍କ ପରିବାର ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଖବର ଅନୁସାରେ ଆଲିଆ ଓ ରଣବୀର ରାଜସ୍ଥାନର ରଣଥାମ୍ବୋରରେ ବିବାହ କରିପାରନ୍ତି । କାରଣ ଏଠାରେ ଉଭୟ ଅଧିକାଂଶ ସମୟ ଛୁଟି କଟାଇଛନ୍ତି । ଏବଂ ଏହା ଉଭୟଙ୍କର ପସନ୍ଦର ସ୍ଥାନ । ତେବେ ଏହା ପୂର୍ବରୁ ବଲିଉଡ ଲାଇଫର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଆଲିଆ ଓ ରଣବୀର ଡେଷ୍ଟିନେସନ ୱେଡିଂ ପ୍ଲାନିଂ କ୍ୟାନସଲ କରିଦେଇଛନ୍ତି । ଏବଂ ସେ ମୁମ୍ବାଇରେ ହିଁ ବିବାହ କରିବେ । କିନ୍ତୁ ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ବିବାହରେ ବିଳମ୍ବ ହେଉଛି । ଆଲିଆ, ରଣବୀରଙ୍କ ସହ ଫିଲ୍ମର ନିର୍ମାତା ବି ଚାହୁଁଛନ୍ତି ଯେ, ଫିଲ୍ମ ରିଲିଜ ପୂର୍ବରୁ ବିବାହ ନହେଉ । ତେବେ ଏବେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଉଭୟ ଏପ୍ରିଲରେ ବିବାହ କରିପାରନ୍ତି ।

Leave A Reply

Your email address will not be published.