ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଏପ୍ରିଲରେ ବିବାହ କରିବେ ଆଲିଆ-ରଣବୀର!

0

ଆଲିଆ ଭଟ୍ଟ ଓ ରଣବୀର କପୁର ବଲିଉଡର ଚର୍ଚ୍ଚିତ ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ଉଭୟ କେବେ ବିବାହ କରିବେ ତାକୁ ଅପେକ୍ଷା କରି ରହିଛନ୍ତି ଫ୍ୟାନ୍ସ । ‘ବ୍ରହ୍ମାସ୍ତ୍ର’ର ମୋସନ ପୋଷ୍ଟର ଲ ରେ ଫ୍ୟାନ୍ସ ଗଣମାଧ୍ୟମ ସାମନାରେ ରଣବୀରଙ୍କୁ ତାଙ୍କ ର ବିବାହ କେବେ ହେବ ନେଇ ପ୍ରଶ୍ନ କରିଥିଲେ । କୌଣସି ନା କୌଣସି କାରଣରୁ ଉଭୟଙ୍କ ବିବାହ ଘୁଞ୍ଚିଘୁଞ୍ଚି ଯାଉଛି । ଆଶାକରାଯାଉଛି , ୨୦୨୨ରେ ଉଭୟ ବିବାହ କରି ନୂଆ ଜୀବନ ଆରମ୍ଭ କରିବେ । ଏବେ ଫ୍ୟାନ୍ସଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ନପଡିପାରେ ।

ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆଲିଆ ଭଟ୍ଟ ଓ ରଣବୀର କପୁର ୨୦୨୨, ଏପ୍ରିଲ ମାସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗତ କିଛି ଦିନ ହେବ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ପୂର୍ବରୁ ୨୦୨୧ ଡିସେମ୍ବର ଉଭୟ ବିବାହ କରିବା ନେଇ ଚର୍ଚ୍ଚା ହୋଇଥିଲା । ଇ ଟାଇମ୍ସର ରିପୋର୍ଟ ଅନୁସାରେ ଆଲିଆ ଓ ରଣବୀର ଆସନ୍ତା ଏପ୍ରିଲରେ ବିବାହ କରିବା ନେଇ ପ୍ରସ୍ତୁତି କରୁଛନ୍ତି । ଉଭୟଙ୍କ ପରିବାର ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଖବର ଅନୁସାରେ ଆଲିଆ ଓ ରଣବୀର ରାଜସ୍ଥାନର ରଣଥାମ୍ବୋରରେ ବିବାହ କରିପାରନ୍ତି । କାରଣ ଏଠାରେ ଉଭୟ ଅଧିକାଂଶ ସମୟ ଛୁଟି କଟାଇଛନ୍ତି । ଏବଂ ଏହା ଉଭୟଙ୍କର ପସନ୍ଦର ସ୍ଥାନ । ତେବେ ଏହା ପୂର୍ବରୁ ବଲିଉଡ ଲାଇଫର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଆଲିଆ ଓ ରଣବୀର ଡେଷ୍ଟିନେସନ ୱେଡିଂ ପ୍ଲାନିଂ କ୍ୟାନସଲ କରିଦେଇଛନ୍ତି । ଏବଂ ସେ ମୁମ୍ବାଇରେ ହିଁ ବିବାହ କରିବେ । କିନ୍ତୁ ଫିଲ୍ମ ବ୍ରହ୍ମାସ୍ତ୍ର ପାଇଁ ବିବାହରେ ବିଳମ୍ବ ହେଉଛି । ଆଲିଆ, ରଣବୀରଙ୍କ ସହ ଫିଲ୍ମର ନିର୍ମାତା ବି ଚାହୁଁଛନ୍ତି ଯେ, ଫିଲ୍ମ ରିଲିଜ ପୂର୍ବରୁ ବିବାହ ନହେଉ । ତେବେ ଏବେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଉଭୟ ଏପ୍ରିଲରେ ବିବାହ କରିପାରନ୍ତି ।

Leave A Reply

Your email address will not be published.