ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌

0


ଦେଶରେ ଏବେ କରୋନା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।କିନ୍ତୁ ଚିନ୍ତାର ବିଷୟ ହେଉଛି ଯେ, ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଏବେ ବି ପ୍ରତିଦିନ ହଜାରେ ଉପରେ ସଂକ୍ରମିତଙ୍କ ମୃତ୍ୟୁ ହେଉଥିବା ତଥ୍ୟ ଦିଆଯାଉଛି । ରାଜ୍ୟରେ ମଧ୍ୟ କରୋନା ମୃତକଙ୍କ ସଂଖ୍ୟା ପ୍ରତିଦିନ ୨୦ ଉପରେ ରହୁଛି । ଦେଶରେ ଗତ ୨୪ ଘଣ୍ଟା ରେ ୭୧ ହଜାରରୁ ଅଧିକ ନୂଆ ମାମଲା ଆସିଛି ।

ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ଦେଶରେ ଆଜି ୭୧ ହଜାର ୩୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି ତୁଳନାରେ ୫.୬ ପ୍ରତିଶତ ଅଧିକ । ଦୈନିକ ସଂକ୍ରମଣ ହାର ରହିଛି ୪.୫୪ ପ୍ରତିଶତ । ସାପ୍ତାହିକ ସଂକ୍ରମଣ ହାର ରହିଛି ୭.୫୭ % । ସେହିପରି ଦିନକରେ ଦେଶରେ ୧୨ ଶହ ୧୭ ଜଣଙ୍କ ମୃତ୍ୟୁ ହୋଇଛି । କେରଳରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ରେ କେରଳରୁ ୨୯ ହଜାର ୪୭୧ ମାମଲା ସାମନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ ୬ ହଜାର ୧୦୭,ତାମିଲନାଡୁରେ ୪ ହଜାର ୫୧୯, କର୍ଣ୍ଣାଟକରେ ୪ ହଜାର ୪୫୨,ରାଜସ୍ଥାନରେ ୩ ହଜାର ୪୧୧, ମାମଲା ସାମନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରୁ ଏହି ୫ ରାଜ୍ୟରୁ ୬୭.୨୧ ପ୍ରତିଶତ ମାମଲା ଆସିଛି ।

ସେହିପରି ରାଜ୍ୟରେ ୨୪ ଘଣ୍ଟା ରେ ୧୭ ଶହ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।୧୮ ବର୍ଷରୁ କମ ୩୨୩ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୫୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୭୯, ବାଲେଶ୍ୱରରୁ ୫୪, ବରଗଡରୁ ୧୭, ଭଦ୍ରକରୁ ୨୨, ବଲାଙ୍ଗୀରରୁ ୩୧,ବୌଦ୍ଧରୁ ୨୯, କଟକରୁ ୧୦୪, ଦେଓଗଡ଼ରୁ ୪୬, ଢେଙ୍କାନାଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ଆଉ ୨୨ ଜଣ କରୋନାରେ ମୃତ୍ୟୁ ନେଇ ତଥ୍ୟ ଦିଆଯାଇଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୧୪ ଜଣ ଥିବା ବେଳେ ଅନୁଗୁଳରୁ ୨ ଜଣ ଅଛନ୍ତି । ସୁନ୍ଦରଗଡ,ମୟୂରଭଞ୍ଜ,କନ୍ଧମାଳ, ଜଗତସିଂହପୁର, ଢେଙ୍କାନାଳ, ବଲାଙ୍ଗୀରରୁ ଜଣେ ଲେଖାଁଏ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୭୯୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.