ଆଇପିଏଲ ନିଲାମ ବେଳେ ଅଘଟଣ । ନିଲାମ ଚାଲିଥିବା ବେଳେ ହଠାତ ଟଳିପଡିଲେ ଅକ୍ସନର । ନିଲାମ କରୁଥିବା ଅକ୍ସନର ହଗ୍ ଏଡମୀଡସ୍ ହଠାତ ବେହୋସ ହୋଇପଡିଥିଲେ । ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି । ଶ୍ରୀଲଙ୍କାର ସ୍ପିନ ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲା । ହସରଙ୍ଗାଙ୍କ ପାଇଁ ୧୦ କୋଟିରୁ ଅଧିକ ଟଙ୍କା ଡାକ ଚାଲିଥିବା ବେଳେ ସେହି ସମୟରେ ଷ୍ଟେଜ ଉପରେ ଥିବା ଅକ୍ସନର ହଗ୍ ଏଡମୀଡସ୍ବେ ବେହୋସ ହୋଇ ଷ୍ଟେଜ ତଳକୁ ଖସିପଡିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବିସିସିଆଇ ମେଡିକାଲ ଟିମ ପକ୍ଷରୁ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦିଆଯାଇଥିଲା । ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟ ଥିବା ସ୍ଥିର ଥିବା ଜଣାପଡିଛି । ତେବେ ଏବେ ନିଲାମ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିବା ବେଳେ ପୁଣି ଥରେ ଆରମ୍ଭ ହେବ କି ନାହଁ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ