ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଫୋନରେ ଘଣ୍ଟାଏ ଆଲୋଚନା, ପୁଟିନଙ୍କୁ ଚେତାଇଲେ ବାଇଡେନ

0

ୟୁକ୍ରେନ ସଙ୍କଟ ଭିତରେ ଦୁଇ ମହାଶକ୍ତି ମୁହାଁମୁହିଁ ହୋଇଛନ୍ତି । ଏହି ବିବାଦ ଏପରି ସ୍ତରରେ ପହଞ୍ଚିଛି ଯେ,ବିଶ୍ୱ ସାମନାରେ ଏକ ମହାଯୁଦ୍ଧର ବିପଦ ଦେଖାଦେଇଛି । ଏହି ସଙ୍କଟର ଗମ୍ଭୀରତା ଏଥିରୁ ଅନୁମାନ କରିହେଉଛି ଯେ,ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଘଣ୍ଟା ଯାଏଁ ଫୋନରେ କଥା ହୋଇଛନ୍ତି ।

ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଫୋନରେ ୟୁକ୍ରେନ ନେଇ ଆଲୋଚନା ହୋଇଛି । ବାଇଡେନ , ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ବୁଝାଇବା ଭଳି କହିଥିଲେ ଯେ, ୟୁକ୍ରେନ ଉପରେ ଆକ୍ରମଣ କଲେ ବହୁ ମାନବୀୟ ହାନି ହେବ । ତେବେ ହ୍ୱାଇଟ ହାଉସରୁ ମିଳିଥିବା ସୂଚନା ଅନୁସାରେ, ବାଇଡେନ କହିଛନ୍ତି ଏହି ସଙ୍କଟକୁ ସମାପ୍ତ କରିବା ପାଇଁ ପଶ୍ଚିମ କୂଟନୈତିକ ସ୍ତରରେ ପ୍ରତିବଦ୍ଧ, କିନ୍ତୁ ଅନ୍ୟ ସ୍ଥିତି ପାଇଁ ସମାନ ଭାବେ ପ୍ରସ୍ତୁତ ଅଛନ୍ତି । ହ୍ୱାଇଟ ହାଉସ ଏହା ବି ସଙ୍କେତ ଦେଇଛି ଯେ, ଦୁଇ ନେତାଙ୍କ ମଧ୍ୟରେ ଘଣ୍ଟାଏ ଧରି କଥା ହୋଇଥିଲେ ମଧ୍ୟ ଏହା ଦ୍ୱାରା ଯୁଦ୍ଧ ଆଶଙ୍କା କମ ହେବାର କୌଣସି ସମ୍ଭାବନା ନାହିଁ । ହ୍ୱାଇଟ ହାଉସ ଅନୁସାରେ,ବାଇଡେନ ,ଋଷକୁ ସ୍ପଷ୍ଟ ଶଦ୍ଦରେ ଚେତାବନୀ ଦେଇଛି ଯେ, ଯଦି କ୍ରେମଲିନ ଏହାର ପଡୋଶୀ ଉପରେ ଆକ୍ରମଣ କରେ,ତେବେ ଆମେରିକା ଓ ଏହାର ସହଯୋଗୀ ମାନେ ନିର୍ଣ୍ଣାୟକ ଭାବେ ଜବାବ ଦେବେ ଓ ଏହାର ବଡ଼ ମୂଲ୍ୟ ଦେବାକୁ ପଡିବ ।

ତେବେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ସେତେବେଳେ ହେଲା, ଯେତେବେଳେ ବାଇଡେନଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍‌ ଚେତାବନୀ ଦେଇଥିଲେ ଯେ, ଆମେରିକା ଗୁପ୍ତଚରଙ୍କୁ ସୂଚନା ମିଳିଛି ଯେ, କିଛି ଦିନ ଭିତରେ ଋଷ ଆକ୍ରମଣ କରିପାରେ ।

Leave A Reply

Your email address will not be published.