ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

ଫୋନରେ ଘଣ୍ଟାଏ ଆଲୋଚନା, ପୁଟିନଙ୍କୁ ଚେତାଇଲେ ବାଇଡେନ

0

ୟୁକ୍ରେନ ସଙ୍କଟ ଭିତରେ ଦୁଇ ମହାଶକ୍ତି ମୁହାଁମୁହିଁ ହୋଇଛନ୍ତି । ଏହି ବିବାଦ ଏପରି ସ୍ତରରେ ପହଞ୍ଚିଛି ଯେ,ବିଶ୍ୱ ସାମନାରେ ଏକ ମହାଯୁଦ୍ଧର ବିପଦ ଦେଖାଦେଇଛି । ଏହି ସଙ୍କଟର ଗମ୍ଭୀରତା ଏଥିରୁ ଅନୁମାନ କରିହେଉଛି ଯେ,ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଘଣ୍ଟା ଯାଏଁ ଫୋନରେ କଥା ହୋଇଛନ୍ତି ।

ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଫୋନରେ ୟୁକ୍ରେନ ନେଇ ଆଲୋଚନା ହୋଇଛି । ବାଇଡେନ , ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ବୁଝାଇବା ଭଳି କହିଥିଲେ ଯେ, ୟୁକ୍ରେନ ଉପରେ ଆକ୍ରମଣ କଲେ ବହୁ ମାନବୀୟ ହାନି ହେବ । ତେବେ ହ୍ୱାଇଟ ହାଉସରୁ ମିଳିଥିବା ସୂଚନା ଅନୁସାରେ, ବାଇଡେନ କହିଛନ୍ତି ଏହି ସଙ୍କଟକୁ ସମାପ୍ତ କରିବା ପାଇଁ ପଶ୍ଚିମ କୂଟନୈତିକ ସ୍ତରରେ ପ୍ରତିବଦ୍ଧ, କିନ୍ତୁ ଅନ୍ୟ ସ୍ଥିତି ପାଇଁ ସମାନ ଭାବେ ପ୍ରସ୍ତୁତ ଅଛନ୍ତି । ହ୍ୱାଇଟ ହାଉସ ଏହା ବି ସଙ୍କେତ ଦେଇଛି ଯେ, ଦୁଇ ନେତାଙ୍କ ମଧ୍ୟରେ ଘଣ୍ଟାଏ ଧରି କଥା ହୋଇଥିଲେ ମଧ୍ୟ ଏହା ଦ୍ୱାରା ଯୁଦ୍ଧ ଆଶଙ୍କା କମ ହେବାର କୌଣସି ସମ୍ଭାବନା ନାହିଁ । ହ୍ୱାଇଟ ହାଉସ ଅନୁସାରେ,ବାଇଡେନ ,ଋଷକୁ ସ୍ପଷ୍ଟ ଶଦ୍ଦରେ ଚେତାବନୀ ଦେଇଛି ଯେ, ଯଦି କ୍ରେମଲିନ ଏହାର ପଡୋଶୀ ଉପରେ ଆକ୍ରମଣ କରେ,ତେବେ ଆମେରିକା ଓ ଏହାର ସହଯୋଗୀ ମାନେ ନିର୍ଣ୍ଣାୟକ ଭାବେ ଜବାବ ଦେବେ ଓ ଏହାର ବଡ଼ ମୂଲ୍ୟ ଦେବାକୁ ପଡିବ ।

ତେବେ ଦୁଇ ଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ସେତେବେଳେ ହେଲା, ଯେତେବେଳେ ବାଇଡେନଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ୍‌ ଚେତାବନୀ ଦେଇଥିଲେ ଯେ, ଆମେରିକା ଗୁପ୍ତଚରଙ୍କୁ ସୂଚନା ମିଳିଛି ଯେ, କିଛି ଦିନ ଭିତରେ ଋଷ ଆକ୍ରମଣ କରିପାରେ ।

Leave A Reply

Your email address will not be published.