ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ଆଜି ଆଇପିଏଲ ନିଲାମର ଦ୍ୱିତୀୟ ଦିନ, କେଉଁ ଖେଳାଳିଙ୍କ ଉପରେ ରହିବ ନଜର?

0

ଆଇପିଏଲ-୨୦୨୨ ପାଇଁ ନିଲାମର ଆଜି ଦ୍ୱିତୀୟ ଦିନ । ଶନିବାର ହୋଇଥିବା ଖେଳାଳିଙ୍କ ନିଲାମୀରେ ବହୁ ଆଶ୍ଚର୍ଯ୍ୟ କଲା ଭଳି ନାଁ ଆସିଥିଲା । ଅଭେସ ଖାନ୍‌, ଦୀପକ ଚହର ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଥିଲେ । ଅଭେଶ ଖାନଙ୍କୁ ଲକ୍ଷ୍ନୌ ଟିମ ୧୦ କୋଟିରେ ଓ ଦୀପକ ଚହରଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪ କୋଟିରେ କିଣିଥିଲେ । ଆଜି ଦ୍ୱିତୀୟ ଦିନରେ ଇଶାନ୍ତ ଶର୍ମା, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଜୋଫ୍ରା ଆର୍ଚର,ଗୁପଟିଲ ଜୈସଙ୍କ ଭଳି ବହୁ ଷ୍ଟାର ଖେଳାଳିଙ୍କ ଉପରେ ନଜର ରହିବ । ସମସ୍ତ ୧୦ଟି ଟିମ ଏହି ଖେଳାଳିଙ୍କ ଉପରେ ବଡ଼ ଦାମ ଲଗାଇପାରନ୍ତି । ଆଜି ସବୁଠୁ ଅଧିକ ନଜର ଆର୍ଚର, ଏରାନ ଫିଂଚ, ଡାଭିଡ ମିଲର ଓ ଓଡିନ ସ୍ମିଥଙ୍କ ଉପରେ ରହିବ ।

ଦ୍ୱିତୀୟ ଦିନରେ କେଉଁ ଖେଳାଳିଙ୍କ ଉପରେ ରହିବ ନଜର?
ଭାରତୀୟ: ଇଶାନ୍ତ ଶର୍ମା, ଆଜିଙ୍କ ରାହାଣେ, ଏସ ଶ୍ରୀସନ୍ଥ, ପୀୟୁଷ ଚାୱଲା, ଜୟନ୍ତ ଯାଦବ, ଜୟଦେବ ଉମାଦକର, ଚେତେଶ୍ୱର ପୂଜାରା, ଶିବମ ଦୁବେ, ବିଜୟ ଶଙ୍କର, ହନୁମା ବିହାରୀ, ମୁରଲୀ ବିଜୟ, ୟଶ ଧୂଲ ଏବଂ ଅର୍ଜୁନ ତେନ୍ଦୁଲକର ।
ବିଦେଶୀ: ଜୋଫ୍ରା ଆର୍ଚର, ଡାଭିଡ ମିଲର, ଶାକିବ ମହମ୍ମୁଦ, ଏରାନ ଫି ,ଓଏମ ମର୍ଗନ, ଜିମି ନିଶମ, ଟିମ ସାଉଦୀ, ମାର୍ଟିନ ଗୁପଟିଲ, ଫୋବିୟନ ଏଲେନ, ଲୁଙ୍ଗି ଏନଗିଡି, ମାନର୍ସ ଲାବୁଶେନ
ପ୍ରଥମ ଦିନରେ ମୋଟ ୭୪ ଖେଳାଳି ନିଲାମ ହୋଇଛନ୍ତି । ପ୍ରଥମ ଦିନରେ ସମସ୍ତ ଟିମ ମୋଟ ୩୮୮ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରଥମ ଦିନରେ ଧୂଆଁଧାର ବ୍ୟାଟସମ୍ୟାନ ଇସାନ କିସାନ ହେଉଛନ୍ତି ସବୁଠୁ ମହଙ୍ଗା ଖେଳାଳି ।ତାଙ୍କୁ ୧୫ କୋଟି ୨୫ ଲକ୍ଷ ଦେଇ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।

Leave A Reply

Your email address will not be published.