ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଜି ଆଇପିଏଲ ନିଲାମର ଦ୍ୱିତୀୟ ଦିନ, କେଉଁ ଖେଳାଳିଙ୍କ ଉପରେ ରହିବ ନଜର?

0

ଆଇପିଏଲ-୨୦୨୨ ପାଇଁ ନିଲାମର ଆଜି ଦ୍ୱିତୀୟ ଦିନ । ଶନିବାର ହୋଇଥିବା ଖେଳାଳିଙ୍କ ନିଲାମୀରେ ବହୁ ଆଶ୍ଚର୍ଯ୍ୟ କଲା ଭଳି ନାଁ ଆସିଥିଲା । ଅଭେସ ଖାନ୍‌, ଦୀପକ ଚହର ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଥିଲେ । ଅଭେଶ ଖାନଙ୍କୁ ଲକ୍ଷ୍ନୌ ଟିମ ୧୦ କୋଟିରେ ଓ ଦୀପକ ଚହରଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪ କୋଟିରେ କିଣିଥିଲେ । ଆଜି ଦ୍ୱିତୀୟ ଦିନରେ ଇଶାନ୍ତ ଶର୍ମା, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଜୋଫ୍ରା ଆର୍ଚର,ଗୁପଟିଲ ଜୈସଙ୍କ ଭଳି ବହୁ ଷ୍ଟାର ଖେଳାଳିଙ୍କ ଉପରେ ନଜର ରହିବ । ସମସ୍ତ ୧୦ଟି ଟିମ ଏହି ଖେଳାଳିଙ୍କ ଉପରେ ବଡ଼ ଦାମ ଲଗାଇପାରନ୍ତି । ଆଜି ସବୁଠୁ ଅଧିକ ନଜର ଆର୍ଚର, ଏରାନ ଫିଂଚ, ଡାଭିଡ ମିଲର ଓ ଓଡିନ ସ୍ମିଥଙ୍କ ଉପରେ ରହିବ ।

ଦ୍ୱିତୀୟ ଦିନରେ କେଉଁ ଖେଳାଳିଙ୍କ ଉପରେ ରହିବ ନଜର?
ଭାରତୀୟ: ଇଶାନ୍ତ ଶର୍ମା, ଆଜିଙ୍କ ରାହାଣେ, ଏସ ଶ୍ରୀସନ୍ଥ, ପୀୟୁଷ ଚାୱଲା, ଜୟନ୍ତ ଯାଦବ, ଜୟଦେବ ଉମାଦକର, ଚେତେଶ୍ୱର ପୂଜାରା, ଶିବମ ଦୁବେ, ବିଜୟ ଶଙ୍କର, ହନୁମା ବିହାରୀ, ମୁରଲୀ ବିଜୟ, ୟଶ ଧୂଲ ଏବଂ ଅର୍ଜୁନ ତେନ୍ଦୁଲକର ।
ବିଦେଶୀ: ଜୋଫ୍ରା ଆର୍ଚର, ଡାଭିଡ ମିଲର, ଶାକିବ ମହମ୍ମୁଦ, ଏରାନ ଫି ,ଓଏମ ମର୍ଗନ, ଜିମି ନିଶମ, ଟିମ ସାଉଦୀ, ମାର୍ଟିନ ଗୁପଟିଲ, ଫୋବିୟନ ଏଲେନ, ଲୁଙ୍ଗି ଏନଗିଡି, ମାନର୍ସ ଲାବୁଶେନ
ପ୍ରଥମ ଦିନରେ ମୋଟ ୭୪ ଖେଳାଳି ନିଲାମ ହୋଇଛନ୍ତି । ପ୍ରଥମ ଦିନରେ ସମସ୍ତ ଟିମ ମୋଟ ୩୮୮ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରଥମ ଦିନରେ ଧୂଆଁଧାର ବ୍ୟାଟସମ୍ୟାନ ଇସାନ କିସାନ ହେଉଛନ୍ତି ସବୁଠୁ ମହଙ୍ଗା ଖେଳାଳି ।ତାଙ୍କୁ ୧୫ କୋଟି ୨୫ ଲକ୍ଷ ଦେଇ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।

Leave A Reply

Your email address will not be published.