ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଧୋନୀଙ୍କ ଟିମରେ ଓଡିଆ ଖେଳାଳି ଶୁଭ୍ରାଂଶୁ

0

ଆଇପିଏଲ ମହନିଲାମୀର ଦ୍ୱିତୀୟ ଦିନରେ ବି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ସବୁ ଟିମ । ତେବେ ବଡ଼ କଥା ହେଉଛି ଯେ, ଏଥର ଆଇପିଏଲ ଖେଳିବେ ଓଡିଆ ପୁଅ । ଓଡିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସରେ ଶୁଭ୍ରାଂଶୁ ସ୍ଥାନ ପାଇବା ପରେ ଓଡିଆ କ୍ରିକେଟ ଫ୍ୟାନ ଉତ୍ସାହିତ ଅଛନ୍ତି । ଚଳିତ ଥର ଆଇପିଏଲ ଅକ୍ସନରେ ଦୁଇ ଜଣ ଓଡିଆ ଖେଳାଳିଙ୍କ ନାଁ ସ୍ଥାନ ପାଇଥିଲା । ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ଶୁଭ୍ରାଂଶୁ ସେନାପତି ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏବେ ସେ ଓଡିଆ ରଣଜୀ ଟିମର ଅଧିନାୟକ ରହିଛନ୍ତି । ଆଜି ମେଗା ନିଲାମୀର ଦ୍ୱିତୀୟ ଦିନରେ ସାଢେ ୧୧ କୋଟିରେ ଇଂଲଣ୍ଡର ଅଲରାଉଣ୍ଡର ଲିଆମ ଲିଭିଂଷ୍ଟୋନଙ୍କ କିଣିଛି ପଞ୍ଜାବ କିଙ୍ଗସ । ଦକ୍ଷିଣ ଆଫ୍ରିକା ଖେଳାଳି ଓଡିନ ସ୍ମିଥଙ୍କୁ ମଧ୍ୟ ୬ କୋଟିରେ କିଣିଛି ପଞ୍ଜାବ ।ଏଡେନ ମାରାକ୍ରାମଙ୍କୁ ୨.୬୦ କୋଟି ଟଙ୍କାରେ ସନ ରାଇଜର୍ସ ହାଇଦ୍ରାବାଦ କିଣିଛି ।

ସେହିପରି ଟିମ ଇଣ୍ଡିଆର ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେଙ୍କୁ କୋଟିଏ ଟଙ୍କାରେ କିଣିଛି କୋଲକତା ନାଇଟ ରାଇଡର୍ସ । ବ୍ୟାଟସମ୍ୟାନ ମନଦୀପ ସିଂହଙ୍କୁ ୧.୧୦ କୋଟିରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଲରାଉଣ୍ଡର ଜୟନ୍ତ ଯାଦବଙ୍କୁ ୧.୭୦ କୋଟି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧.୪୦ କୋଟି ଟଙ୍କାରେ କିଣିଛି ଗୁଜୁରାଟ ଟାଇଟନସ । କେ.ଗୌତମଙ୍କୁ ଲକ୍ଷ୍ନୌ ସୁପର ଜାଏ ୯୦ ଲକ୍ଷ ଟଙ୍କାରେ କିଣିଛି । ସେହିପରି ଦକ୍ଷିଣ ଆଫ୍ରିକାର ମାର୍କୋ ଜାନ୍ସେନଙ୍କୁ ୪ କୋଟି ୨୦ ଲକ୍ଷରେ କିଣିଲା ହାଇଦ୍ରାବାଦ । ଶିବମ ଦୁବେଙ୍କୁ ୪ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ

Leave A Reply

Your email address will not be published.