ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଧୋନୀଙ୍କ ଟିମରେ ଓଡିଆ ଖେଳାଳି ଶୁଭ୍ରାଂଶୁ

0

ଆଇପିଏଲ ମହନିଲାମୀର ଦ୍ୱିତୀୟ ଦିନରେ ବି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି ସବୁ ଟିମ । ତେବେ ବଡ଼ କଥା ହେଉଛି ଯେ, ଏଥର ଆଇପିଏଲ ଖେଳିବେ ଓଡିଆ ପୁଅ । ଓଡିଆ ପୁଅ ଶୁଭ୍ରାଂଶୁ ସେନାପତିଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସରେ ଶୁଭ୍ରାଂଶୁ ସ୍ଥାନ ପାଇବା ପରେ ଓଡିଆ କ୍ରିକେଟ ଫ୍ୟାନ ଉତ୍ସାହିତ ଅଛନ୍ତି । ଚଳିତ ଥର ଆଇପିଏଲ ଅକ୍ସନରେ ଦୁଇ ଜଣ ଓଡିଆ ଖେଳାଳିଙ୍କ ନାଁ ସ୍ଥାନ ପାଇଥିଲା । ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ଶୁଭ୍ରାଂଶୁ ସେନାପତି ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏବେ ସେ ଓଡିଆ ରଣଜୀ ଟିମର ଅଧିନାୟକ ରହିଛନ୍ତି । ଆଜି ମେଗା ନିଲାମୀର ଦ୍ୱିତୀୟ ଦିନରେ ସାଢେ ୧୧ କୋଟିରେ ଇଂଲଣ୍ଡର ଅଲରାଉଣ୍ଡର ଲିଆମ ଲିଭିଂଷ୍ଟୋନଙ୍କ କିଣିଛି ପଞ୍ଜାବ କିଙ୍ଗସ । ଦକ୍ଷିଣ ଆଫ୍ରିକା ଖେଳାଳି ଓଡିନ ସ୍ମିଥଙ୍କୁ ମଧ୍ୟ ୬ କୋଟିରେ କିଣିଛି ପଞ୍ଜାବ ।ଏଡେନ ମାରାକ୍ରାମଙ୍କୁ ୨.୬୦ କୋଟି ଟଙ୍କାରେ ସନ ରାଇଜର୍ସ ହାଇଦ୍ରାବାଦ କିଣିଛି ।

ସେହିପରି ଟିମ ଇଣ୍ଡିଆର ବ୍ୟାଟସମ୍ୟାନ ଆଜିଙ୍କ୍ୟ ରାହାଣେଙ୍କୁ କୋଟିଏ ଟଙ୍କାରେ କିଣିଛି କୋଲକତା ନାଇଟ ରାଇଡର୍ସ । ବ୍ୟାଟସମ୍ୟାନ ମନଦୀପ ସିଂହଙ୍କୁ ୧.୧୦ କୋଟିରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଲରାଉଣ୍ଡର ଜୟନ୍ତ ଯାଦବଙ୍କୁ ୧.୭୦ କୋଟି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧.୪୦ କୋଟି ଟଙ୍କାରେ କିଣିଛି ଗୁଜୁରାଟ ଟାଇଟନସ । କେ.ଗୌତମଙ୍କୁ ଲକ୍ଷ୍ନୌ ସୁପର ଜାଏ ୯୦ ଲକ୍ଷ ଟଙ୍କାରେ କିଣିଛି । ସେହିପରି ଦକ୍ଷିଣ ଆଫ୍ରିକାର ମାର୍କୋ ଜାନ୍ସେନଙ୍କୁ ୪ କୋଟି ୨୦ ଲକ୍ଷରେ କିଣିଲା ହାଇଦ୍ରାବାଦ । ଶିବମ ଦୁବେଙ୍କୁ ୪ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ

Leave A Reply

Your email address will not be published.