ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

0

ଢେଙ୍କାନାଳରେ ଆଜିଠୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । କୋଭିଡ କଟକଣାରେ ଦୁଇ ଦିନ ଧରି ଚାଲିବାକୁ ଥିବା ମେଳା ପାଇଁ ଦେଶ କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଛିା ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ଏହି ମେଳା ଆରମ୍ଭ ହୋଇଥାଏ । ତେବେ ଚଳିତ ଥର କୋଭିଡ କଟକଣା ଲାଗୁ ହୋଇଥିବାରୁ କେବଳ ମହିମା ସାଧୁ ସନ୍ଥ ଓ ମହିମା ଧର୍ମାବଲମ୍ବୀ ମାନଙ୍କ ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ମିଳିଛି ।କରୋନା ଟିକାର ୨ଟି ଡୋଜ ନେଇଥିବା ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଛି । ଆଜି ୧୨ଟା ୩୦ରେ ମଧ୍ୟାନ୍ନ ନୀତି କରାଯିବ । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ନୀତି ଆରମ୍ଭ ହୋଇ ୫ଟା ୧୫ ସୁଦ୍ଧା ଶେଷ କରାଯିବ । ଆଉ ସେହି ସମୟରେ ପୁରା ବିଶ୍ୱରୁ ଅଜ୍ଞାନ ଅନ୍ଧକାର ଦୂର କରିବା ଓ ଜଗତର କଲ୍ୟାଣ ଉଦ୍ଦେଶ୍ୟରେ ଗାଦି ମନ୍ଦିରର ଚାରି ଦ୍ୱାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ଝାଡବତୀ ପ୍ରଜ୍ୱଳନ କରିବାର କାର୍ଯ୍ୟକ୍ରମ ରହିଛି ।

ବହୁ ଲୋକଙ୍କ ସମାଗମ ହେଉଥିବାରୁ ଶାନ୍ତିଶୃଙ୍ଖଳାର ସହ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିଛନ୍ତି । ସେହିପରି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । କୌଣସି ବାହାର ଅଞ୍ଚଳର ଉଠାଦୋକାନୀ ତଥା ବ୍ୟବସାୟୀ ଦୋକାନ ଖୋଲିବା ଉପରେ କଟକଣା ଜାରି ରହିଛି । ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ । ଏହାର ପାଞ୍ଚ ଦିନ ପୂର୍ବରୁ ଅର୍ଥାତ ଦଶମୀ ତିଥିରୁ ମହିମା ଗାଦିରେ ସନ୍ୟାସୀଙ୍କର ସମାବେଶ ହୁଏ ।

Leave A Reply

Your email address will not be published.