ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଘନଉଛି ୟୁକ୍ରେନ ସଙ୍କଟ, ବଢୁଛି ଯୁଦ୍ଧ ଆଶଙ୍କା

0

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ବଢିବା ସହ ଯୁଦ୍ଧ ଆଶଙ୍କା ଘନଉଛି । ୟୁକ୍ରେନ ସୀମାରେ ସୈନ୍ୟ ବଳ ବଢାଇବାରେ ଲାଗିଛି ଋଷ । ୟୁକ୍ରେନ ସୀମାରେ ଲକ୍ଷେ ୩୦ ହଜାର ସୈନ୍ୟଙ୍କୁ ଏକାଠି କରାଯାଇଛି । ଏହା ସହ ଋଷ ଟ୍ୟାଙ୍କ,ଭାରି ଅସ୍ତ୍ରଶସ୍ତ୍ର,ମିଜାଇଲ ମଧ୍ୟ ୟୁକ୍ରେନ ସୀମାରେ ମୁତୟନ କରିଛି । ରିପୋର୍ଟ ଅନୁସାରେ, ୟୁକ୍ରେନକୁ ଚାରିପଟୁ ଘେରିରହିଛି ଋଷ । ସେପଟେ ଆମେରିକା କହିଛି ଯେ, ଫେବୃଆରୀ ୧୬ ଅର୍ଥାତ ଆସନ୍ତାକାଲି ଋଷ, ୟୁକ୍ରେନ ଉପରେ ଆକ୍ରମଣ କରିବ । ଆମେରିକା ଓ ୟୁରୋପୀୟ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଛନ୍ତି । ତଥାପି ଏହାର କୌଣସି ପ୍ରଭାବ ଋଷ ଉପରେ ପଡୁନାହିଁ । ସିଏନଏସ ରିପୋର୍ଟ ଅନୁସାରେ, ଋଷ ,ୟୁକ୍ରେନକୁ ୩ ପଟୁ ଘେରିଛି । ଦକ୍ଷିଣରେ କ୍ରିମିୟା ଓ ଉତ୍ତରରେ ବେଲାଋଷ ପଟୁ ଘେରି ରହିଛି। ଋଷ ୩ ପଟୁ ୟୁକ୍ରେନକୁ ଘେରିଛି।

() ପୂର୍ବ ୟୁକ୍ରେନ: ୨୦୧୪ରୁ ଏଠାରେ ଡୋନେଟସ୍କ ଓ ଲୁହଁସ୍କରେ ଋଷ ସମର୍ଥିତ ବିଚ୍ଚିନ୍ନତାବାଦୀମାନେ ଉପସ୍ଥିତ ଅଛନ୍ତି ।ସିଏନଏନ ସାଟେଲାଇଟ ସାଟେଲାଇଟ ଚିତ୍ର ଆଧାରରେ କହିଛି ଯେ, ୟେଲେନିଆରେ ଋଷ ସେନାର ମିଲିଟାରୀ ବସକୁ ଖାଲି କରାଯାଇଛି । ୨୦୨୧ ଶେଷରେ ଏଠାରେ ବଡ ସଂଖ୍ୟାରେ ଟ୍ୟାଙ୍କର,ଅସ୍ତ୍ରଶସ୍ତ୍ର ଏହି ମିଲିଟାରୀ ବସରେ ଅଣାଯାଇଥିଲା । ଯେଉଁଥିରେ ୭୦୦ ଟ୍ୟାଙ୍କର, ଯାନ ଓ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଲ ର ଅର୍ନ୍ତଭୁକ୍ତ ଥିଲା।
() ବେଲାଋଷ: ଋଷ ଓ ବେଲାଋଷ ମଧ୍ୟ ସମ୍ପର୍କ ବହୁ ଘନିଷ୍ଠ । ଗତ ସପ୍ତାହରେ ଋଷ ଓ ଏବଂ ବେଲାଋଷ ସେନା ୧୦ ଦିନର ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଦେଇଥିଲେ । ଏଥିରେ ଋଷର ୩୦ ହଜାରରୁ ଅଧିକ ସୈନ୍ୟ ସାମିଲ ଥିଲେ । ବେଲାଋଷରେ ଋଷ ସେନା ସହିତ ଏସୟୁ-୩୫ ସମେତ ବହୁ ଯୁଦ୍ଧ ବିମାନ, ବାଲାଷ୍ଟିକ ମିଜାଇଲ ସିଷ୍ଟମ ଏବଂ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ ଅଛି ।
()କ୍ରିମିୟା: ୨୦୧୪ରୁ କ୍ରିମିୟା ଋଷ କବଜାରେ ଅଛି । ସିଏନଏନ ରିପୋର୍ଟରେ ସାଟେଲାଇଟ ଚିତ୍ର ଆଧାରରେ କୁହାଯାଇଛି ଯେ, ୫୫୦ରୁ ଅଧିକ ମିଲାଟାରୀ ଟ୍ୟାଙ୍କ ଓ ବହୁ ସଂଖ୍ୟାରେ ଯାନ କ୍ରିମିୟା ରାଜଧାନୀ ସିମ୍ପୋରପୋଲ ଉତ୍ତରରେ ଆସିସାରିଛନ୍ତି । ଏଥିସହିତ ଅନେକ ଋଷର ଯୁଦ୍ଧ ଜାହାଜ ମଧ୍ୟ କ୍ରିମିୟାର ମୁଖ୍ୟ ବନ୍ଦର ସେବସ୍ତୋପୋଲରେ ପହଞ୍ଚି ସାରିଛନ୍ତି ।

ଏହା ବ୍ୟତୀତ ଋଷ ୬ ଯୁଦ୍ଧ ଜାହାଜ ମଧ୍ୟ କାଲା ସାଗରରେ ନିୟୋଜିତ କରିଛି । ତେବେ ଆକ୍ରମଣ କରିବାକୁ ଋଷ ପ୍ରସ୍ତୁତ ହେଉଥିବା ବେଳେ ୟୁକ୍ରେନ ସହିତ ଆମେରିକା,ବ୍ରିଟେନ ସମେତ ୟୁରୋପୀୟ ଦେଶ ଓ ନାଟୋ ରହିଛନ୍ତି । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଏବେ ଯାଏଁ ୧୫୦୦ ଟନର ସୈନ୍ୟ ସାମଗ୍ରୀ ମିଳିସାରିଛି । ଏଥିରେ ଅସ୍ତ୍ରଶସ୍ତ୍ର, ଗ୍ରେନେଡ ଓ ଗୋଳାବାରୁଦ ଭଳି ସୈନ୍ୟ ସାମଗ୍ରୀ ରହିଛି । ଅନ୍ୟପଟେ ୟୁକ୍ରେନକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ରହିଛି ଆମେରିକା ।ରବିବାର ବାଇଡେନ ,ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ୫୦ ମିନିଟ ଧରି ଆଲୋଚନା କରିଥିଲେ । ବାଇଡେନ ,ୟୁକ୍ରେନକୁ ଭରସା ଦେଇଛି ଯେ, ଯଦି ଋଷ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଆମେରିକା ତାର ସହଯୋଗୀ ରାଷ୍ଟ୍ରମାନଙ୍କ ସହ ମିଶି ଜୋରଦାର ଆକ୍ରମଣ କରିବ ।

Leave A Reply

Your email address will not be published.