ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହାରିବା ଭୟରେ ରକ୍ତମୁଖା ହେଉଛି ବିଜେପି: ସସ୍ମିତ

0

ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ନିର୍ବାଚନୀ ହିଂସାକୁ ନେଇ ବିଜେପି ବିଜେଡି ଉପରେ ବର୍ଷିବା ପରେ କାଉଣ୍ଟର ଆଟାକ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ହିଂସା ପଛରେ ବିଜେପିର ହାତ ଅଛି । ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, ବିଜେଡି ଏକ ଶାନ୍ତିପ୍ରିୟ ଦଳ । ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ । ନିର୍ବାଚନରେ ହିଂସାର ସ୍ଥାନ ନାହିଁ । କିନ୍ତୁ ନିର୍ବାଚନ ଆସିଲେ ବିଜେପି ଏଭଳି ରକ୍ତମୁଖା ହୁଏ । ଓଡିଶାବାସୀ ଏହାର ଅନେକ ଉଦାହରଣ ଦେଖିଛନ୍ତି । ବିଜେପୁର ଉପ ନିର୍ବାଚନ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏଥିରେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଓ ଯୁବମୋର୍ଚ୍ଚା ସଭାପତି ଗିରଫ ହୋଇ ଜେଲ ଯାଇଥିଲେ ।

କିନ୍ତୁ ବିଜେପି ପ୍ରଶ୍ନ କରୁଛି, ବିଜେଡି ନିର୍ବାଚନୀ ହିଂସା କରୁଛି । ପିପିଲିରେ ବିଜେଡି ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ କରିବା,ଗୋଷାଣୀରେ ସରପଞ୍ଚ ପ୍ରାର୍ଥୀଙ୍କୁ କିଭଳି ବିଜେପି ଆକ୍ରମଣ କରିଥିଲା ତାହା ରାଜ୍ୟବାସୀ ଦେଖିଛନ୍ତି । ନିର୍ବାଚନ ଆସିଲେ ବିଜେପି ଲୋକଙ୍କ ପାଖକୁ ଆସେ । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପୋଲିଂରେ ଦଳକୁ ପରାଜୟ ଆଶଙ୍କା ଘାରିଛି । ସେଥିପାଇଁ ପୁରୁଣା ରେକର୍ଡ ବଜାଉଛି ବୋଲି କହିଛନ୍ତି ସସ୍ମିତ । ନିର୍ବାଚନ ଆସିଲେ ବିଜେପି ଉତ୍ତର ପ୍ରଦେଶ, ବିହାର ମଡେଲ ଆପଣାଏ । ଧମକଚମକ ଦେଇ ନିର୍ବାଚନ ପାର ହେବାକୁ ଚେଷ୍ଟା କରନ୍ତି । ଆଉ ଏହି ହିଂସା ଆଚରଣ ଯୋଗୁ ଓଡିଶାବାସୀ ବିଜେପିକୁ ପ୍ରତ୍ୟାଖାନ କରିଥିଲେ ଏଥର ବି କରିବେ ବୋଲି ବିଜେପିକୁ କଡ଼ା ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

Leave A Reply

Your email address will not be published.