ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ମୁଁ ସୁସ୍ଥ ଅଛି

0

ମୁଁ ସୁସ୍ଥ ଅଛି, ଖୁସି ଅଛି । ଏବଂ ଓଡିଶାବାସୀଙ୍କ ସେବା କରୁଛି । ସାମନାକୁ ଆସିଲେ ସୁପ୍ରିମୋ, ଏବଂ ଅପପ୍ରଚାରକାରୀଙ୍କ ମୁହଁ ଚୁପ କରିଦେଲେ । ଗତ କିଛି
ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚାଲିଥିବା ଗୁଜବରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ୍ରକ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଆସି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ବେଢା ପରିକ୍ରମା କରିଛନ୍ତି । ଏବଂ ଏକାମ୍ର କ୍ଷେତ୍ରରୁ ତାଙ୍କ ନାଁରେ ଅପପ୍ରଚାର କରୁଥିବା ଗୁଜବକାରୀଙ୍କ ମୁହଁରେ ତାଲା ପକାଇଛନ୍ତି। ମହାଶିବରାତ୍ରୀ ପୂର୍ବରୁ ନବୀନ ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା କରିଥିଲେ । ଏବଂ ମନ୍ଦିରରୁ ବାହାରି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ହେଉଥିବା ଗୁଜବ ପ୍ରଶ୍ନରେ ସେ ହସିକି ଉତ୍ତର ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଯେତେବେଳେ ନିର୍ବାଚନ ଆସେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଗୁଜବ ହୁଏ । ମୁଁ ସୁସ୍ଥ ଅଛି ଏବଂ ଖୁସି ଅଛି । ଓଡିଶାବାସୀଙ୍କ ସେବା କରୁଛି ବୋଲି କହିଛନ୍ତି ନବୀନ । ।ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ କିଛି କହିବାକୁ ମନା କରିଦେଇଥିଲେ । ହେଲେ ପ ।ୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ନବୀନ । ସାଧାରଣତନ୍ତ୍ର ଦିବସ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥବ୍ୟବସ୍ଥାକୁ ନେଇ ମଧ୍ୟ ଗୁଜବ ହୋଇଥିଲା । କିନ୍ତୁ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅପପ୍ରଚାରକାରୀଙ୍କୁ ମୁହଁତୋଡ ଜବାବ ଦେଇଥିଲେ ।

Leave A Reply

Your email address will not be published.