ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ମୁଁ ସୁସ୍ଥ ଅଛି

0

ମୁଁ ସୁସ୍ଥ ଅଛି, ଖୁସି ଅଛି । ଏବଂ ଓଡିଶାବାସୀଙ୍କ ସେବା କରୁଛି । ସାମନାକୁ ଆସିଲେ ସୁପ୍ରିମୋ, ଏବଂ ଅପପ୍ରଚାରକାରୀଙ୍କ ମୁହଁ ଚୁପ କରିଦେଲେ । ଗତ କିଛି
ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚାଲିଥିବା ଗୁଜବରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ୍ରକ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ଆସି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ବେଢା ପରିକ୍ରମା କରିଛନ୍ତି । ଏବଂ ଏକାମ୍ର କ୍ଷେତ୍ରରୁ ତାଙ୍କ ନାଁରେ ଅପପ୍ରଚାର କରୁଥିବା ଗୁଜବକାରୀଙ୍କ ମୁହଁରେ ତାଲା ପକାଇଛନ୍ତି। ମହାଶିବରାତ୍ରୀ ପୂର୍ବରୁ ନବୀନ ଆଜି ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଢା ପରିକ୍ରମା କରିଥିଲେ । ଏବଂ ମନ୍ଦିରରୁ ବାହାରି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ହେଉଥିବା ଗୁଜବ ପ୍ରଶ୍ନରେ ସେ ହସିକି ଉତ୍ତର ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ଯେତେବେଳେ ନିର୍ବାଚନ ଆସେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଗୁଜବ ହୁଏ । ମୁଁ ସୁସ୍ଥ ଅଛି ଏବଂ ଖୁସି ଅଛି । ଓଡିଶାବାସୀଙ୍କ ସେବା କରୁଛି ବୋଲି କହିଛନ୍ତି ନବୀନ । ।ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ କିଛି କହିବାକୁ ମନା କରିଦେଇଥିଲେ । ହେଲେ ପ ।ୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ନବୀନ । ସାଧାରଣତନ୍ତ୍ର ଦିବସ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥବ୍ୟବସ୍ଥାକୁ ନେଇ ମଧ୍ୟ ଗୁଜବ ହୋଇଥିଲା । କିନ୍ତୁ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅପପ୍ରଚାରକାରୀଙ୍କୁ ମୁହଁତୋଡ ଜବାବ ଦେଇଥିଲେ ।

Leave A Reply

Your email address will not be published.