ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

‘ମୁଁ ବିଶ୍ୱର ସବୁଠୁ ଭଲ ଆତଙ୍କବାଦୀ’

0

ପୂର୍ବତନ ଆପ ନେତା କୁମାର ବିଶ୍ୱାସ ଖିଲିସ୍ତାନ ଆତଙ୍କବାଦୀ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯୋଡିବା ପରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କୁମାର ବିଶ୍ୱାସଙ୍କୁ କଟାକ୍ଷ କରି କହିଛନ୍ତି, ମୁ ସମ୍ଭବତଃ ଗୋଟିଏ ଭଲ ଆତଙ୍କବାଦୀ । ଯିଏ ଲୋକଙ୍କ ପାଇଁ ସ୍କୁଲ ଓ ହସ୍ପିଟାଲ ତିଆରି କରିଛି । ଶସ୍ତାରେ ବିଜୁଳି ଦେବ ଓ ରୋଜଗାର ଦେବ । କିନ୍ତୁ ପୁରା ବ୍ୟବସ୍ଥା ତାଙ୍କ ବିରୋଧରେ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଜ୍ରିୱାଲଙ୍କ ଉପରେ ଆଣିଥିବା ଅଭିଯୋଗ ଉପରେ ସେ କହିଛନ୍ତି, ମୋଦୀ,ରାହୁଲ ଓ ପ୍ରିୟଙ୍କା ସମେସ୍ତ ଏକତ୍ରିତ ହୋଇ ୧୦ ବର୍ଷ ହେବ ମୋ ଉପରେ ଦେଶ ବିଭାଜନର ଅଭିଯୋଗ ଆଣୁଛନ୍ତି । ବିରୋଧୀ ମାନେ ତାଙ୍କୁ ବାରମ୍ବାର ଆତଙ୍କବାଦୀ ବୋଲି କଟାକ୍ଷ କରୁଥିବା ବେଳେ କେଜ୍ରିୱାଲ କହିଛନ୍ତି, ଆପଣମାନେ ୧୦୦ ବର୍ଷ ପୂର୍ବକୁ ଯାଇ ଚିନ୍ତା କରନ୍ତୁ, ଭଗତ ସିଂଙ୍କ ଭଳି କିଛି ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ଲୋକ ଆତଙ୍କବାଦୀ କହିବାକୁ ପଛଉନଥିଲେ । ଏବେ ବି ଦେଶରେ ଭଗତ ସିଂଙ୍କୁ ଆତଙ୍କବାଦୀ କହୁଥିବା ଗୋଷ୍ଠୀ ରହିଛନ୍ତି ।

ସେ ଆହୁରି ମଧ୍ୟ କହୁଛନ୍ତି, ବିକାଶ କଥା କହୁଥିବା ଲୋକ କିଛି ଜିଣଙ୍କୁ ଆତଙ୍କବାଦୀ ଭଳି ଦେଖାଦେଉଛି । ଯଦି ସେ ଆତଙ୍କବାଦୀ ତାଙ୍କୁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି । କୁମାର ବିଶ୍ୱାସ କହିଥିଲେ ଯେ, ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ବିଚ୍ଛିନ୍ନତାବାଦୀ ଙ୍କ ସମର୍ଥକ । ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ କିମ୍ବା ଖଲିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି । ଯାହାକୁ ନେଇ କେଜ୍ରିୱାଲ ଜବାବ ଦେଇଛନ୍ତି ।

Leave A Reply

Your email address will not be published.