ଆଜି ଦ୍ୱିତୀୟ ପର୍ଯ୍ୟାୟ ପ ।ୟତ ନିର୍ବାଚନ ଚାଲିଥିବା ବେଳେ ଜଗତସିଂହପୁର ଏକ ମତଦାନ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ଆଳିପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପଟଶରା ୧ ନମ୍ବର ୨ ନମ୍ବର ବୁ୍ଥରେ ଉତ୍ତେଜନା ଦେଖାଦେଇଛି । ଫଳରେ ଏହି ବୁଥରେ ମତଦାନ ବନ୍ଦ ରହିଛି । ସେହିପରି ପଲ୍ଲୀ ପ ।ୟତ ହାବେଳି ଗାଁ ନାଥ ସାହିରେ ପୁଲିସ ସାଧାରଣ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଫଳରେ ପୁଲିସ ଓ ଉକ୍ତ୍ୟକ୍ତ ଲୋକ ଗତକାଲି ରାତିରେ ମୁହାଁମୁହିଁ ହୋଇଛନ୍ତି । ନାଥ ସାହିରେ ଜଣେ ୱାର୍ଡ ମେମ୍ବରଙ୍କ ଘର ସାମନାରେ ଭୋଜି ହେଉଥିଲା । ପୁଲିସ ଭୋଜି ଅଟକାଇବାକୁ ଚେଷ୍ଟା କରିବା ପରେ ଉତ୍ତେଜନା ଦେଖାଦେଇଥିଲା । କିଛି ଯୁବକ ପୁଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ । ପୁଲିସ ଗାଡିର କାଚ ଭାଙ୍ଗିଯିବା ସହ ୨ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଗାଁରେ ଚାପା ଉତେଜନା ଲାଗି ରହିଛି ।ସେପଟେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗାଡି କାଚ କେହି ଭାଙ୍ଗିଥିବା ସୂଚନା ମିଳିଛି ।
ପ୍ରମୁଖ ଖବର
କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ