ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଭୋଟ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ, ମତଦାନ ବନ୍ଦ

0

ଆଜି ଦ୍ୱିତୀୟ ପର୍ଯ୍ୟାୟ ପ ।ୟତ ନିର୍ବାଚନ ଚାଲିଥିବା ବେଳେ ଜଗତସିଂହପୁର ଏକ ମତଦାନ କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ଆଳିପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ ବାକ୍ସ ଉଠାଇନେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପଟଶରା ୧ ନମ୍ବର ୨ ନମ୍ବର ବୁ୍‌ଥରେ ଉତ୍ତେଜନା ଦେଖାଦେଇଛି । ଫଳରେ ଏହି ବୁଥରେ ମତଦାନ ବନ୍ଦ ରହିଛି । ସେହିପରି ପଲ୍ଲୀ ପ ।ୟତ ହାବେଳି ଗାଁ ନାଥ ସାହିରେ ପୁଲିସ ସାଧାରଣ ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଫଳରେ ପୁଲିସ ଓ ଉକ୍ତ୍ୟକ୍ତ ଲୋକ ଗତକାଲି ରାତିରେ ମୁହାଁମୁହିଁ ହୋଇଛନ୍ତି । ନାଥ ସାହିରେ ଜଣେ ୱାର୍ଡ ମେମ୍ବରଙ୍କ ଘର ସାମନାରେ ଭୋଜି ହେଉଥିଲା । ପୁଲିସ ଭୋଜି ଅଟକାଇବାକୁ ଚେଷ୍ଟା କରିବା ପରେ ଉତ୍ତେଜନା ଦେଖାଦେଇଥିଲା । କିଛି ଯୁବକ ପୁଲିସ ଗାଡି ଉପରକୁ ଆକ୍ରମଣ କରିଥିଲେ । ପୁଲିସ ଗାଡିର କାଚ ଭାଙ୍ଗିଯିବା ସହ ୨ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଗାଁରେ ଚାପା ଉତେଜନା ଲାଗି ରହିଛି ।ସେପଟେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଗାଡି କାଚ କେହି ଭାଙ୍ଗିଥିବା ସୂଚନା ମିଳିଛି ।

Leave A Reply

Your email address will not be published.