ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

କାଲି ପୁରୀ ଆସିବେ ରାଷ୍ଟ୍ରପତି, ମହାପ୍ରଭୁଙ୍କୁ କରିବେ ଦର୍ଶନ

0

ଆସନ୍ତାକାଲି ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆସନ୍ତାକାଲି ମଧ୍ୟାହ୍ନ ୧୨.୨୫ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି । ୨ଟା ୨୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩ଟା ୨୫ ମିନିଟରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ସିଧାସଳଖ ରାଜଭବନ ଯିବେ । ୫ଟାରୁ ୫ଟା ୪୫ ଶ୍ରୀମନ୍ଦିରକୁ ଯିବା ସହ ମହାପ୍ରଭୁଙ୍କ ଦର୍ଶନ କରିବେ । ସେହିପରି ୨୦ ତାରିଖ ଦିନ ୧୦ଟା ୪୦ରେ ପୁରୀ ଗୌଡିଆ ମିସନ ପ୍ରତିଷ୍ଠାତ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ ତମ ଜନ୍ମବାର୍ଷିକି ସମାରୋହରେ ଯୋଗଦେବେ । ସେହିଦିନ ୪ଟା ୪୦ ମିନିଟରେ ଓଡିଶା ଛାଡିବେ ରାଷ୍ଟ୍ରପତି ।

Leave A Reply

Your email address will not be published.