ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଆଜିଠୁ ରିମାଣ୍ଡରେ ନକଲି ଡାକ୍ତର

0

ଖୋଲିବ ନକଲି ଡାକ୍ତରଙ୍କ ଅସଲ ଗୁମର । ଆଜିଠୁ ୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର । ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ରିମାଣ୍ଡରେ ଆଣି ୩୦ ବର୍ଷର ଇତିହାସ ଖୋଜିବ ପୁଲିସ । ଅଧିକ ଖୋଳତାଡ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ ମଧ୍ୟ ରାଜ୍ୟ ବାହାରକୁ ଯାଇ ଖୁବଶୀଘ୍ର ଛାନଭିନ କରିଛି । ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ରମେଶଙ୍କ ମୋବାଇଲ ଫୋନ, ହ୍ୱାଟସ ଆପ ଚାଟିଂ, କଲ ରେକର୍ଡକୁ ଆଧାର କରି ପୁଲିସ ୧୨୦ରୁ ଅଧିକ ମହିଳାଙ୍କ ସହ ଯୋଗାଯୋଗ କରିଛି । ଆହୁରି ୧୦ରୁ ଅଧିକ ମହିଳା ରମେଶଙ୍କୁ ବିବାହ କରିବାକୁ ଲାଇନରେ ଥିବା କଲ ରେକର୍ଡରୁ ଜଣାପଡିଛି। ସମ୍ପୃକ୍ତ ମହିଳାଙ୍କ ସହ ତଦନ୍ତକାରୀ ଟିମ ଯୋଗଯୋଗ କରିଛି । ସେମାନେ ଦେଶର ବିଭିନ୍ନ ସ୍ଥାନର ହୋଇଥିବା ବେଳେ ଅଧିକ ଖୋଳତାଡ଼ ପାଇଁ ରାଜ୍ୟ ବାହାରକୁ ଯିବ ସ୍ୱତନ୍ତ୍ର ଟିମ୍ ।

ରିମାଣ୍ଡ ସମୟରେ ପୁଲିସ ବହୁ ଗୁରୁତ୍ୱପୂର୍ଣ୍ଣ ଗୁମର ଖୋଲିବା ସହ ଠକେଇର ଶିକାର ମହିଳା ଓ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବ ଠକେଇ ସଂଖ୍ୟା ବଢିଚାଲିଥିବା ବେଳେ ରିମାଣ୍ଡ ଅବଧି ସମୟରେ ଆହୁରି ବହୁ ସଂଖ୍ୟାରେ ଅଭିଯୋଗ ଆସିବ ବୋଲି ଅନୁମାନ କରାଯାଉଛି । ରମେଶ ବିବାହର ପ୍ରତିଶ୍ରୁତି ଦେଇଥିବା ମହିଳାଙ୍କ ସଂଖ୍ୟା ୩୭ରେ ପହଞ୍ଚି ଥିବା ପୁଲିସ କହିଛି । ଯେଉଁ ମହିଳାମାନଙ୍କୁ ରମେଶ ଛଳନା କରିଛି ,ସେମାନେ ଯଦି ଚାହିଁବେ, ପୁଲିସ ଅଭିଯୋଗ ଗ୍ରହଣ କରିବ । ଏପରିକି ସ୍ୱତନ୍ତ୍ର ଟିମରେ ଥିବା କାଉନସେଲର ସେମାନଙ୍କୁ କାଉନସେଲିଂ କରିବ ବୋଲି ଜଣାପଡିଛି । ନକଲି ଡାକ୍ତର ଜଣକ ମାଟ୍ରିକ ଫେଲ ବୋଲି ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.