ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ହାତ ଗୋଡ଼ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

0

ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଜାଗାରେ ରାଜନୀତି ହିଂସା ଦେଖିବାକୁ ମିଳିଛି ।କେଉଁଠି ବୋମାମାଡ଼ ତ କେଉଁଠି ଗୁଳିମାଡ଼ । କେଉଁଠି ବୁଥ ରିଗିଂ ତ ଆଉ କେଉଁଠି କିଏ କାହାକୁ ଆକ୍ରମଣ କଲାଣି । ନୂଆପଡ଼ା ଖଡିଆଳରେ ଗତକାଲିଠୁ ନିଖୋଜ ଥିବା ଜଣେ ସରପ ପ୍ରାର୍ଥୀଙ୍କ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ହାତ ଗୋଡ଼ ବନ୍ଧା ଅବସ୍ଥାରେ ଖଡିଆଳ ସୁନାରିସିକୁଆ ଗାଁର ସରପ ପ୍ରାର୍ଥୀଙ୍କୁ ଏକ ପୋଲ ତଳୁ ଉଦ୍ଧାର କରାଯାଇଛି।

ସରପଞ୍ଚ ପ୍ରାର୍ଥୀ ଚୂଳମଣି ହାତ ଗୋଡ଼ ବନ୍ଧା ଅବସ୍ଥାରେ ସୁନାରିସିକୁଆଁ ଗାଁ ନିକଟ ଏକ ବ୍ରିଜ ତଳେ ପଡିଥିବା ଲୋକ ଦେଖିଥିଲେ ।କିଛି ଗାଇ ଜଗାଳି
ଏହା ଦେଖିବା ପରେ ଖବର ଦେଇଥିଲେ । ପରେ ତାଙ୍କୁ ଗ୍ରାମବାସୀ ଓ ପରିବାର ଲୋକ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖଡିଆଳ ସିଏଚସି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ନିଆଯାଇଛି । ସେ ଗୁରୁତର ଥିବା କିଛି କଥା କହିପାରୁନଥିବା ଜଣାପଡିଛି । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ କେହି ରାଜନୈତିକ ଶତ୍ରୁତା କାରଣରୁ ଏଭଳି କରିଥିବା ଅନୁମାନ କରାଯାଇଛି ।

Leave A Reply

Your email address will not be published.