ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶ୍ରୀକ୍ଷେତ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

0

ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ବିମାନଯୋଗେ ଯୋଗେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି ।
ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ଏହା ପରେ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯାଇଥିଲେ ରାଷ୍ଟ୍ରପତି । ୩ଟା ୦୫ ମିନିଟରେ ପୁରୀ ତାଳବଣିଆ ହେଲିପ୍ୟାଡରେ ରାଷ୍ଟ୍ରପତି ପହଞ୍ଚିଥିଲେ । ସେଠାରୁ ବାହାରି ରାଜଭବନ ଯାଇ ସେଠାରେ ଅବସ୍ଥାନ କରିଛନ୍ତି । ପୁରୀ ରାଜଭବନରେ ବିଶ୍ରାମ ନେବା ପରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି। ୪ଟା ୫୦ ମିନିଟରେ ରାଜଭବନରୁ ବାହାରି ଶ୍ରୀମନ୍ଦିରକୁ ଯାଇ ,ସନ୍ଧ୍ୟା ୫ଟାରୁ ୫ଟା ୪୫ ମିନିଟ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ ଧରି ରାଷ୍ଟ୍ରପତି ରହିଲେ।

ଏହାକୁ ନଜରରେ ରଖି ସୁରକ୍ଷା ଦୃଷ୍ଟିରୁ ୪ଟାରୁ ୬ଟା ପର୍ଯ୍ୟନ୍ତ ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିଥିଲା । ରାଷ୍ଟ୍ରପତିଙ୍କ ଗସ୍ତକୁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୪୦ ପ୍ଲାଟୁନ ଫୋର୍ସ ଓ ୨ ଶହ ଅଧିକାରୀଙ୍କ ନିୟୋଜିତ କରାଯାଇଛି । ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ଗୌଡୀୟ ମଠକୁ ଯାଇ ଆଳତୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୫ ମିନିଟ ରହିବେ । ପରେ ଶରଧାବାଲି ଯାଇ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗଦେବେ ।

Leave A Reply

Your email address will not be published.