ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ହାତ ଗୋଡ଼ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର

0

ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ଜାଗାରେ ରାଜନୀତି ହିଂସା ଦେଖିବାକୁ ମିଳିଛି ।କେଉଁଠି ବୋମାମାଡ଼ ତ କେଉଁଠି ଗୁଳିମାଡ଼ । କେଉଁଠି ବୁଥ ରିଗିଂ ତ ଆଉ କେଉଁଠି କିଏ କାହାକୁ ଆକ୍ରମଣ କଲାଣି । ନୂଆପଡ଼ା ଖଡିଆଳରେ ଗତକାଲିଠୁ ନିଖୋଜ ଥିବା ଜଣେ ସରପ ପ୍ରାର୍ଥୀଙ୍କ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ହାତ ଗୋଡ଼ ବନ୍ଧା ଅବସ୍ଥାରେ ଖଡିଆଳ ସୁନାରିସିକୁଆ ଗାଁର ସରପ ପ୍ରାର୍ଥୀଙ୍କୁ ଏକ ପୋଲ ତଳୁ ଉଦ୍ଧାର କରାଯାଇଛି।

ସରପଞ୍ଚ ପ୍ରାର୍ଥୀ ଚୂଳମଣି ହାତ ଗୋଡ଼ ବନ୍ଧା ଅବସ୍ଥାରେ ସୁନାରିସିକୁଆଁ ଗାଁ ନିକଟ ଏକ ବ୍ରିଜ ତଳେ ପଡିଥିବା ଲୋକ ଦେଖିଥିଲେ ।କିଛି ଗାଇ ଜଗାଳି
ଏହା ଦେଖିବା ପରେ ଖବର ଦେଇଥିଲେ । ପରେ ତାଙ୍କୁ ଗ୍ରାମବାସୀ ଓ ପରିବାର ଲୋକ ଗୁରୁତର ଭାବେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖଡିଆଳ ସିଏଚସି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ନିଆଯାଇଛି । ସେ ଗୁରୁତର ଥିବା କିଛି କଥା କହିପାରୁନଥିବା ଜଣାପଡିଛି । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ କେହି ରାଜନୈତିକ ଶତ୍ରୁତା କାରଣରୁ ଏଭଳି କରିଥିବା ଅନୁମାନ କରାଯାଇଛି ।

Leave A Reply

Your email address will not be published.