ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ପଞ୍ଜାବ,ୟୁପିରେ ପଡୁଛି ଭୋଟ

0

ଆଜି ପଞ୍ଜାବ ବିଧାନସଭା ନିର୍ବାଚନ । ୧୧୭ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ସକାଳ ୮ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି , ସନ୍ଧ୍ୟା ୬ ଯାଏଁ ଚାଲିବ। ମଇଦାନରେ ରହିଛନ୍ତି ହଜାରେ ୩୦୪ ପ୍ରାର୍ଥୀ । ପ୍ରାର୍ଥୀଙ୍କ ମଧ୍ୟରେ ୯୧ ଜଣ ମହିଳା ଅଛନ୍ତ । ୨ କୋଟି ୧୪ ଲକ୍ଷ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଚଳିତ ଥର ପଞ୍ଜାବ ନିର୍ବାଚନରେ କିଛି ଭିନ୍ନ ପ୍ରକାର ଚିତ୍ର ଦେଖିବାକୁ ମିଳିବ । କାରଣ ବହୁ ବର୍ଷର ବିଜେପି ମେଣ୍ଟ ଭାଙ୍ଗିଥିବାରୁ ଉଭୟ ଅଲଗା ଲଢୁଛନ୍ତି।

କଂଗ୍ରେସ ଛାଡି ନିଜର ସ୍ୱତନ୍ତ୍ର ଦଳ ଗଠନ କରିଥିବା କ୍ୟାପଟେନ ଅମରିନ୍ଦର ସିଂହଙ୍କ ସହିତ ମେଣ୍ଟ କରିଛି ବିଜେପି । ଆରପଟେ ଅଛନ୍ତି କଂଗ୍ରେସ ଓ ଆପ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, ଆମ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱତ ସିଂ ମାନ, ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ, ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପ୍ରକାଶ ସିଂ ବାଦଲ ଭଳି ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।

ସେହିପରି ଉ ରପ୍ରଦେଶରେ ମଧ୍ୟ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି। ୟୁପିର ୧୬ ଜିଲ୍ଲାର ୫୯ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି।ପ୍ରାୟ ୨
କୋଟି ୧୬ ଲକ୍ଷ ଭୋଟର ୬୨୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ତୃତୀୟ ପର୍ଯ୍ୟାୟ ମତଦାନ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏହି ଆସନରୁ ସମାଜ ବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଉ ଅଖିଳେଶଙ୍କୁ ଟକ୍କର ଦେଉଛନ୍ତି ବିଜେପି ନେତା ତଥା କେନ୍ଦ୍ରୀୟ ମନ୍ତ୍ରୀ ଏସପି ସିଂ ବଘେଲ । ସେହିପରି ଶିବପାଲ ସିଂ ଯାଦବଙ୍କ ଯଶୋବନ୍ତପୁରରେ ମଧ୍ୟ ମତଦାନ ହେଉଛି ।

Leave A Reply

Your email address will not be published.