ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଯୁଦ୍ଧ ଆଶଙ୍କା ଭିତରେ ପୁଟିନଙ୍କୁ ପ୍ରସ୍ତାବ ଦେଲେ ୟୁକ୍ରେନ ରାଷ୍ଟ୍ରପତି

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି ଜାରି ରହିଛି । କ୍ରମାଗତ ଭାବେ କିଛି ଦିନ ଧରି ଅଶାନ୍ତି ଲାଗି ରହିଛି । ଆରୋପ-ପ୍ରତ୍ୟାରୋପ ଚାଲିଛି । ଏଭଳି ସ୍ଥିତିରେ
ବିଗୁଡିଥିବା ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡାଇମିର ଜେଲେନସ୍କାଏ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ଉଭୟ ମିଶି ଏକ ବୈଠକ କରିବାକୁ ପ୍ରସ୍ତାବ ଦିଆଯାଇଛି । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ମୁଁ ଏବେ ଯାଏଁ ବୁଝିପାରୁନି ଋଷ ରାଷ୍ଟ୍ରପତି କଣ ଚାହୁଁଛନ୍ତି । ଏମିତି ସ୍ଥିତିରେ ମୁଁ ବୈଠକ ପାଇଁ ପ୍ରସ୍ତାବ ଦେଉଛି । ଋଷ ନିଜ ପସନ୍ଦର ଯେଉଁ ସ୍ଥାନରେ ବୈଠକ ପାଇଁ କହିବ ସେଠିକି ମୁ ଁ ଯିବି । ୟୁକ୍ରେନ ଏବେ କି କଥାବା ର୍ା ଓ କୂଟନୀତି ଜରିଆରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁଛି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ତେବେ ୟୁକ୍ରେନ ରାଷ୍ଟ୍ରପତି ଏହି ବଡ଼ ବୟାନ ମ୍ୟୁନିକ ସୁରକ୍ଷା ସମ୍ମିଳନୀରେ ଦେଇଛନ୍ତି, ଯେଉଁଠାରେ ତାଙ୍କର ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କ ସହ ହୋଇଥିଲା। ଏହି ସାକ୍ଷାତ ସମୟରେ କମଳା ହାରିସ କହିଥିଲେ ଯେ, ଏହି ବିବାଦ ହେତୁ ପୁରା ବିଶ୍ୱ ଇତିହାସ ଏକ ନିର୍ଣ୍ଣାୟକ ମୁହୂର୍ତ୍ତରେ ଆସି ପହଞ୍ଚିଛି। ସେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଆଶ୍ୱସନା ଦେଇଥିଲେ ଯେ, ଯଦି ଋଷ ଆକ୍ରମଣ କରେ ତେବେ ଆମେରିକା ଓ ଅନ୍ୟ ସହଯୋଗୀ ଦେଶମାନେ ତା’ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବେ। କିନ୍ତୁ ଏହି ଚେତାବନୀ ଋଷ ଉପରେ କୌଣସି ପ୍ରଭାବ ପକାଇ ନାହିଁ।

ସେପଟେ ବିଗୁଡିଥିବା ସ୍ଥିତିକୁ ଦେଖି ବହୁ ଦେଶ ନିଜର ନାଗରିକଙ୍କୁ ୟୁକ୍ରେନରୁ ପଳାଇ ଆସିବାକୁ କହିଛନ୍ତି। ଜର୍ମାନ ଏବଂ ଅଷ୍ଟ୍ରିଆ ନିଜ ନାଗରିକଙ୍କୁ ତୁରନ୍ତ
ୟୁକ୍ରେନ ଛାଡିବାକୁ କହିସାରିଛନ୍ତି। ୟୁକ୍ରେନରେ ଥିବା ଭାରତୀୟ ନାଗରିକ ମଧ୍ୟ ଏୟାର ଇଣ୍ଡିଅ ବିମାନ ଜରିଆରେ ନିଜ ଦେଶକୁ ଫେରିବେ। ଅନ୍ୟପଟେ ଋଷ କହୁଛି, ବାର୍ଷିକ ଯୁଦ୍ଧାଭ୍ୟାସ ପରେ ୟକ୍ରେନ ସୀମାନ୍ତରୁ ସେ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରୁଛି। ଋଷିଆର ଏହି କଥାକୁ କିନ୍ତ ଆମେରିକା ମାନିବାକୁ ନାରାଜ। ଆମେରିକା ଦାବି କରିଛି ଯେ, ଋଷ କୌଣସି ମୁହୂର୍ତ୍ତରେ ବି ଆକ୍ରମଣ କରିପାରେ।

Leave A Reply

Your email address will not be published.