ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଟଳିବ ଯୁଦ୍ଧ ବିପଦ: ବାଇଡେନ-ପୁଟିନ ଆଲୋଚନା!

0

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ବିପଦ ଟାଳିବାକୁ ପ୍ରୟାସ । ସମସ୍ୟାର ସମାଧାନ ପାଇଁ ଶିଖର ସମ୍ମିଳନୀ ଡାକିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜି ହୋଇଛନ୍ତି । ତେବେ ଏନେଇ ଗୋଟିଏ ସର୍ତ୍ତ ରହିଥିବା ହ୍ୱାଇଟ ହାଉସ ପକ୍ଷରୁ ସୂଚନା ରହିଛି । ସର୍ତ୍ତ ହେଲା, ୟୁକ୍ରେନ ଉପରେ ଯେଭଳି ଋଷ ଆକ୍ରମଣ ନକରେ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏହି ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ । ୟୁରୋପର ନିରାପତ୍ତା ଓ ରାଜନୈତିକ ସ୍ଥିରତା ଦୃଷ୍ଟିରୁ ଏହି ବୈଠକ ଜରୁରୀ ବୋଳି ଫ୍ରାନ୍ସ ପକ୍ଷରୁ କୁହାଯାଇଥିଲା ।

ତେବେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ବୈଠକ ପୂର୍ବରୁ ୨୪ ତାରିଖରେ ଭବିଷ୍ୟତ ଋଣନୀତି ସ୍ଥିର କରିବାକୁ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବସିବ । ଅନ୍ୟପଟେ ଶାନ୍ତି ଫେରାଇଆଣିବାକୁ ଫ୍ରାନ୍ସ ଦୁଇ ରାଷ୍ଟ୍ରମୁଖ୍ୟଙ୍କୁ ନିବେଦନ କରିଛି । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଉଦ୍ୟମ ପରେ ଋଷ ରାଷ୍ଟ୍ରପତି ଓ ୟୁକ୍ରେନ ରାଷ୍ଟ୍ରମୁଖ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତିା ସେପଟେ ଆମେରିକା ଗୁଇନ୍ଦା ବିଭାଗ କହିଛି, ଯୁଦ୍ଧ ପାଇଁ ଋଷ ଆଦେଶ ଦେଇଛି ।

ଭ୍ଲାଦିମିର ପୁଟିନଙ୍କ କହିବା ଓ କରିବାର ପାର୍ଥକ୍ୟ ରହିଛି । ତେବେ ଋଷ ଦାବି କରିଛି ଯେ, ତାର ସେନା ପଛକୁ ହଟାଇଛି । ଗଣମାଧ୍ୟମ ସଂସ୍ଥ ସିଏନଏନ କହିଛି ଯେ,ଋଷ ତାର ସେନାକୁ ଆକ୍ରମଣ ପାଇଁ ଆଦେଶ ଦେଇନାହିଁ । ଏହା ବି ହୋଇପାରେ ଗୁଇନ୍ଦା ବିଭାଗ ପାଶ୍ଚତ୍ୟ ଦେଶମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିପାରେ ।

Leave A Reply

Your email address will not be published.